ସ୍ମାର୍ଟ ହେଲମେଟ୍‌: ମିନିଟ୍‌ରେ ୨୦୦ ଲୋକଙ୍କର କରୁଛି ଥର୍ମାଲ ସ୍କାନିଂ

ମୁମ୍ବାଇ,୨୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ ଅଧିକରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ମହାରାଷ୍ଟ୍ର ମୁମ୍ବାଇରେ ସ୍ମାର୍ଟ ହେଲମେଟ୍‌ର ପ୍ରଚଳନ କରାଯାଇଛି। ଏହାକୁ ପିନ୍ଧି ସ୍ବାସ୍ଥ୍ୟକର୍ମୀ ଘରକୁ ଘର ବୁଲି ଥର୍ମାଲ୍‌ ସ୍କାନିଂ ପ୍ରକ୍ରିୟା ଜାରି ରଖିଛନ୍ତି। ଏହାଦ୍ୱାରା ପ୍ରତି ମିନିଟ୍‌ରେ ୨୦୦ ଲୋକଙ୍କ ସ୍କାନିଂ କରିବା ସମ୍ଭବ ହୋଇପାରୁଛି। ଏହି ସ୍ମାର୍ଟ ହେଲମେଟ୍‌ ଗୋଟିଏ ସମୟରେ ଏକାଧିକ ଲୋକଙ୍କ ଥର୍ମାଲ୍‌ ଡାଟା ଉପଲବ୍ଧ କରାଇବାକୁ ସକ୍ଷମ। ଏହାକୁ ସ୍ମାର୍ଟ ଓ୍ବାଚ୍‌ ସହିତ ସଂଯୁକ୍ତ କରାଯାଇଛି। ଏଥିରେ ଥିବା କ୍ୟାମେରା ଆଗକୁ ଆସୁଥିବା ଲୋକଙ୍କ ଶରୀର ତାପମାତ୍ରା ସ୍ମାର୍ଟ ଓ୍ବାଚ୍‌ରେ ରେକର୍ଡିଂ ହୋଇଯାଇଥାଏ। ମୁମ୍ବାଇର ସମସ୍ତ ଅଞ୍ଚଳରେ ସ୍ମାର୍ଟ ହେଲମେଟ୍‌ ଦ୍ୱାରା ଥର୍ମାଲ୍‌ ସ୍କାନିଂ କରାଯାଉଛି।

Share