ସ୍ମାର୍ଟ ଜିମ୍‌ ଗ୍ୟାଜେଟ୍ସ

ଆଜିକାଲି ନିଜକୁ ଫିଟ୍‌ ରଖିବା ଲାଗି ଅନେକେ ଜିମ୍‌ ଯିବା ସହ ଘରେ ବି ବିଭିନ୍ନ ଜିମ୍‌ ଗ୍ୟାଜେଟ୍‌ ବ୍ୟବହାର କରୁଛନ୍ତି। ତେବେ ଏକ୍ସରସାଇଜ୍‌ ମନିଟରିଂ କରିବା ସହ ଏଣ୍ଟରଟେନ୍‌ମେଣ୍ଟ ପାଇଁ ମ୍ୟୁଜିକ୍‌ ସୁବିଧା ଯୋଗାଇ ଦେଉଥିବା ସ୍ମାର୍ଟ ଜିମ୍‌ ଗ୍ୟାଜେଟ୍‌ର ବର୍ତ୍ତମାନ ବଢୁଛି ଡିମାଣ୍ଡ …

 

ଫିଟ୍‌ନେସ୍‌ ଟ୍ରାକର ବ୍ୟାଣ୍ଡ୍‌: ଏହି ବ୍ୟାଣ୍ଡ ଦିନକୁ କେତେ ଷ୍ଟେପ୍‌ ଚାଲିଲେ, କେତେ କ୍ୟାଲୋରି ବର୍ଣ୍ଣ କଲେ, ହାର୍ଟବିଟ୍‌ େ କତେ ଇତ୍ୟାଦି ସୂଚନା ଦେଇଥାଏ। କେବଳ ଏତିକି ନୁହେଁ, ଏଥିରେ ବ୍ୟାଟେରି ବ୍ୟାକ୍‌ଅପ୍‌ ଭଲ ଅର୍ଥାତ୍‌ ଚାର୍ଜ ୪ରୁ ୫ ଦିନ ପର୍ଯ୍ୟନ୍ତ ରହୁଥିବା ବେଳେ ୩୦୦ରୁ ଅଧିକ ଗୀତ ଷ୍ଟୋର କରି ରଖି ହେଉଥିବାରୁ ବର୍ତ୍ତମାନ ଅଧିକାଂଶ ଏହାକୁ ପସନ୍ଦ କରୁଛନ୍ତି। ଏହାକୁ ଜିପିଏସ୍‌ ସହ କନେକ୍ଟ କରି ନିଜର ଲୋକେଶନ୍‌ ସମ୍ପର୍କିତ ବିଭିନ୍ନ ତଥ୍ୟ ବି ଜାଣିପାରିବେ।
ବୋଫ୍ଲେକ୍ସ ଡମ୍‌ବେଲ୍‌: ଏହି ଡମ୍‌ବେଲ୍‌ ଫିଟ୍‌ନେସ୍‌ ଟ୍ରାକ୍‌ କରି ମୋବାଇଲ୍‌କୁ ଡାଟା ପଠାଇଥାଏ। ଏଥିରେ ୫ ପାଉଣ୍ଡରୁ ୬୦ ପାଉଣ୍ଡ ପର୍ଯ୍ୟନ୍ତ ଓଜନର ରିଙ୍ଗ୍‌ ଲାଗିଛି, ଯାହାକୁ ନିଜର ଆବଶ୍ୟକତା ଅନୁଯାୟୀ ଆଡ୍‌ଜଷ୍ଟ କରାଯାଇପାରୁଛି। ତେଣୁ ଏହି ସ୍ମାର୍ଟ ଡମ୍‌ବେଲ୍‌ ବ୍ୟବହାର କରିବା ଦ୍ୱାରା ପୂର୍ବଭଳି ଆଉ ଏକାଧିକ ଡମ୍‌ବେଲ୍‌ ରଖିବା ଆବଶ୍ୟକ ହେଉନାହିଁ। ତା’ଛଡା ଏହା ଫୋନ୍‌ ସହ ବ୍ଲୁଟୁଥ୍‌ରେ କନେକ୍ଟ ହୋଇପାରୁଥିବାରୁ ମ୍ୟୁଜିକ୍‌ ଶୁଣି ଶୁଣି ଏକ୍ସରସାଇଜ କରିବା ସହଜ ହୋଇଯାଇଛି।
ଯୋଗ ମ୍ୟାଟ: ବର୍ତ୍ତମାନ ମିଳୁଥିବା ବିଭିନ୍ନ ସ୍ମାର୍ଟ ଯୋଗ ମ୍ୟାଟକୁ ଏଭଳି ଡିଜାଇନ୍‌ କରାଯାଇଛି, ଯାହା ଉପରେ ବସି କିମ୍ବା ଶୋଇ ଯୋଗ କଲେ କହୁଣି, ଆଣ୍ଠୁ ଆଦି ଗଣ୍ଠି ସ୍ଥାନଗୁଡ଼ିକରେ ଆଦୌ ଚାପ ପଡ଼େନାହିଁ। ଏହା ଲଙ୍ଗ୍‌ ଲାଷ୍ଟିଙ୍ଗ୍‌ ଏବଂ ରୋଲ୍‌ କରି କ୍ୟାରି କରିବା ବି ଖୁବ୍‌ ସହଜ ହେଉଥିବାରୁ ଅନେକେ ଏହା ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ଏଥିରେ ମୋବାଇଲ୍‌ ଫୋନ୍‌ ସହ ବ୍ଳୁଟୁଥ୍‌ କନେକ୍ଟ ହେବାର ସ୍ପେଶାଲ୍‌ ଫିଚର ଫିଟ୍‌ନେସ୍‌ ମନିଟର କରିବାରେ ବେଶ୍‌ ସାହାଯ୍ୟ କରୁଛି।
ଥର୍ମୋସ୍‌ ସ୍ମାର୍ଟ ହାଇଡ୍ରେଶନ୍‌ ବଟଲ୍‌: ଏକ୍ସରସାଇଜ୍‌ ସମୟରେ ଶରୀରର ଜଳୀୟାଂଶ ଠିକ୍‌ ରହିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା। ଆଉ ଏଥିପ୍ରତି ନଜର ରଖିବା ଲାଗି ବର୍ତ୍ତମାନ ବେଶ୍‌ କାମରେ ଆସୁଛି ଥର୍ମୋସ୍‌ ସ୍ମାର୍ଟ ହାଇଡ୍ରେଶନ୍‌ ବଟଲ୍‌। ଏହା ଶରୀରକୁ କେବେ ଏବଂ କେତେ ମାତ୍ରାରେ ପାଣି ଆବଶ୍ୟକ ସୂଚାଇ ଦେବାରେ ସାହାଯ୍ୟ କରୁଛି।
ଫିଟ୍‌ନେସ୍‌ ମିରର୍‌: ଏହା ଏକ ଏଭଳି ଇଣ୍ଟରଆକ୍ଟିଭ୍‌ ମିରର୍‌ ଯେଉଁଥିରେ ଅନ୍‌ସ୍କ୍ରିନ୍‌ ଏକ୍ସରସାଇଜ୍‌ ଭିଡିଓ ସହିତ ଆପଣ ଠିକ୍‌ ଭାବେ ଏକ୍ସରସାଇଜ୍‌ କରୁଛନ୍ତି କି ନାହିଁ ସୂଚାଇଥାଏ। ଏହାର ବିଭିନ୍ନ ଲାଟେଷ୍ଟ ଫିଚର ପାଇଁ ବର୍ତ୍ତମାନ ଏଥିପ୍ରତି ଯୁବପିଢିଙ୍କ ଆଗ୍ରହ ବଢୁଥିବାର ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri