ସ୍ମାର୍ଟ ସିଟିର ବାସ୍ତବତା

ମୁଁ ଯେତେବେଳେ ଘରୁ ବାହାରି ରାସ୍ତାକୁ ଯାଏ ଏବଂ ଚାରିପାଖକୁ ଦେଖେ, ସେତେବେଳେ ୧୦ ବର୍ଷ ପୂର୍ବର ସ୍ଥିତିରେ ଭିନ୍ନତା ଦେଖିବାକୁ ପାଏ ନାହିଁ, କେବଳ ଅଧିକ ସଂଖ୍ୟାରେ ଯାନବାହନ ଯାତାୟାତ କରୁଥିବା ଲକ୍ଷ୍ୟକରେ। କିଛିଦିନ ପୂର୍ବରୁ ସ୍ମାର୍ଟ ସିଟି ମିଶନରେ ଭିତ୍ତିଭୂମିର ବିକାଶ ସମ୍ପର୍କିତ ଏକ ଖବର ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା, ଯେଉଁମାନେ ସେମାନଙ୍କ ଚାରିପାଖରେ କ’ଣ ଘଟିଛି ବୋଲି ଯଦି ନିରୀକ୍ଷଣ କରିବେ ତେବେ ଜାଣିବାକୁ ପାଇବେ ଯେ, ଚଳିତ ବର୍ଷ ଶେଷ ହୋଇଥିବା ଏକ ୧୦ ବର୍ଷିଆ କାର୍ଯ୍ୟକ୍ରମର କୌଣସି ପ୍ରଭାବ ପଡ଼ିନାହିଁ। ବର୍ତ୍ତମାନ ଏହା ପୂରା ବନ୍ଦ ହୋଇଗଲାଣି ଏବଂ ଏହା ଉପରେ ଆଉ କୌଣସି ପ୍ରତିଶ୍ରୁତି ଦିଆଯିବ ନାହିଁ। ଏବେ ଏହି ମିଶନ ମାଧ୍ୟମରେ କ’ଣ କରାଯାଇଛି ତାହା ଆମେ ବିଚାର କରିପାରିବା।
ସ୍ମାର୍ଟ ସିଟି ମିଶନରେ ପ୍ରସ୍ତାବିତ ପରିଯୋଜନାର ରୂପରେଖକୁ ନେଇ ସହରାଞ୍ଚଳ ମନ୍ତ୍ରଣାଳୟ ଏକ ସଂକ୍ଷିପ୍ତ ରିପୋର୍ଟ ପ୍ରସ୍ତୁତ କରିଥିଲା। ସେଥିରେ କୁହାଯାଇଥିଲା, ଏହାର ଲକ୍ଷ୍ୟ ହେଉଛି ଏପରି ସହର ତିଆରି କରିବା ଯେଉଁଥିରେ ପ୍ରତ୍ୟେକ ବାସିନ୍ଦାଙ୍କୁ ଉପଯୁକ୍ତ ଜୀବନଯାପନ ବିକଳ୍ପ ମିଳିବ ଏବଂ ଯେକୌଣସି ବିକଶିତ ୟୁରୋପୀୟ ସହର ସହ ତୁଳନୀୟ ଉଚ୍ଚମାନର ଜୀବନଯାପନ ଶୈଳୀ ପ୍ରଦାନ କରିବ। ସରକାର କହିଥିଲେ, ଏହା ୨୦୨୦ ସୁଦ୍ଧା ଘଟିବ। ୨୦୧୪ରେ ଅରୁଣ ଜେଟ୍‌ଲୀ ସଂସଦରେ କହିଥିଲେ, ମଧ୍ୟବିତ୍ତ ବର୍ଗର ସେବା ପାଇଁ ଏହି ସ୍ମାର୍ଟ ସିଟି ଆବଶ୍ୟକ। ୨୦୧୫ରେ ମିଶନର ଲକ୍ଷ୍ୟକୁ ଅଧିକ ସାଧାରଣ କରିବା ପାଇଁ କଥା ବଦଳାଯାଇ ୟୁରୋପୀୟ ସହରକୁ ଅନୁକରଣ କରିବା କଥା କୁହାଯାଇ ନ ଥିଲା। ଏହା ପରିବର୍ତ୍ତେ ଭାରତର ସ୍ମାର୍ଟ ସିଟି ନାଗରିକଙ୍କୁ ପର୍ଯ୍ୟାପ୍ତ ଜଳ ଯୋଗାଣ, ନିଶ୍ଚିତ ବିଦ୍ୟୁତ୍‌ ଯୋଗାଣ, ପରିମଳ, ସାଧାରଣ ପରିବହନ, ଗରିବଙ୍କ ପାଇଁ ସୁଲଭ ଗୃହ, ମହିଳାଙ୍କ ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ଶିକ୍ଷା ପ୍ରଦାନ କରାଯିବ ବୋଲି ଦର୍ଶାଯାଇଥିଲା। ଏହା ନିଶ୍ଚିତ ଯେ, ସମସ୍ତ ସହରର ପୌରପାଳିକାଗୁଡ଼ିକ ଯାହା ଉପରେ ଧ୍ୟାନ ଦିଅନ୍ତି ତା’ଠାରୁ ଏହା କିଛି ଭିନ୍ନ ନୁହେଁ। ୨୦୨୧ ମସିହାରେ ‘ସ୍ମାର୍ଟ ସିଟି ପ୍ରକଳ୍ପ ସଫଳ ହୋଇପାରିଲା ନାହିଁ, ଏହାର ଅଧା ପାଣ୍ଠି ଖର୍ଚ୍ଚ ହୋଇନାହିଁ’ ଶୀର୍ଷକ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ସୂଚିତ କରାଯାଇଥିଲା ଯେ ପ୍ରକଳ୍ପ ୨୦୨୦ ବେଳକୁ ଏହାର ସଫଳତାର ପଥ ଅତିକ୍ରମ କରିବା ଉଚିତ ଥିଲା, କିନ୍ତୁ ବାସ୍ତବତା ହେଉଛି ୨୦୧୯ ସୁଦ୍ଧା ୨୦୧୫-୧୯ ମଧ୍ୟରେ ଅନୁମୋଦିତ ମୋଟ ୪୮,୦୦୦ କୋଟି ଟଙ୍କା ମଧ୍ୟରୁ କେବଳ ଅଧା ବଣ୍ଟନ କରାଯାଇଥିଲା। ପ୍ରକୃତରେ ଏହାର ତିନି-ଚତୁର୍ଥାଂଶ ଦିଆଯାଇଥିଲା ଏବଂ ସେଥିରୁ ମାତ୍ର ୩୬ ପ୍ରତିଶତ ଖର୍ଚ୍ଚ କରାଯାଇଥିଲା। ଅର୍ଥାତ୍‌ ୪୮,୦୦୦ କୋଟି ଟଙ୍କାରୁ କେବଳ ୬,୧୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।
ନଗର ଉନ୍ନୟନ ପାଇଁ ଗଠିତ ସଂସଦୀୟ ଷ୍ଟାଣ୍ଡିଂ କମିଟି (ପିଏସ୍‌ସି) କହିଥିଲା ଯେ, ମିଶନ ଅଧୀନରେ ତୃଣମୂଳ ସ୍ତରରେ ଏପର୍ଯ୍ୟନ୍ତ ହୋଇଥିବା ପ୍ରକୃତ ପ୍ରଗତି ବିଷୟରେ ଏହା ଦ୍ୱନ୍ଦ୍ୱରେ ରହିଛି ଏବଂ ଗୋଟିଏ ସଂସ୍ଥା ଅନ୍ୟ ଏକ ସଂସ୍ଥାର କାର୍ଯ୍ୟର ବିଫଳତାକୁ ଦର୍ଶାଇବାର ଅନେକ ଉଦାହରଣ ଦେଖିଛି। ଦେଶରେ ୨୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଦିଆଯାଇଥିବା ପାଣ୍ଠିର ୨୦ ପ୍ରତିଶତରୁ କମ୍‌ ଖର୍ଚ୍ଚ ହୋଇଛି। ଷ୍ଟାଣ୍ଡିଂ କମିଟି କହିଛି ଯେ, ଉପଲବ୍ଧ ବ୍ୟବସ୍ଥା ସତ୍ତ୍ୱେ ମିଶନ ଅଧୀନରେ ଖରାପ କାମ ବିଷୟରେ ଅଭିଯୋଗଗୁଡ଼ିକ କମିଟି ପାଖକୁ ଆସିବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ। ଏହି ପ୍ରସଙ୍ଗରେ ଆଗ୍ରହୀ ଥିବା ସଂସ୍ଥାଗୁଡ଼ିକର ରିପୋର୍ଟ ସବୁ ସ୍ମାର୍ଟ ସିଟି ମିଶନର କିଛି ପ୍ରାଥମିକ ତ୍ରୁଟିକୁ ସୂଚାଇଥିଲେ। ମିଶନ ଉଚ୍ଚମାନର ଭିତ୍ତିଭୂମି ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ ନିରୀକ୍ଷଣ ଉପରେ ଗୁରୁତ୍ୱ ଦେଇଥିଲା। କିନ୍ତୁ ପାଣି, ସ୍କୁଲ, ସରକାରୀ ହସ୍ପିଟାଲ, ଗୃହ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଇ ନ ଥିଲା। ନିର୍ଦ୍ଦିଷ୍ଟ ଅଞ୍ଚଳରେ ବିକାଶକୁ ଏହା ଜୋର ଦେଇଥିଲା, ବିଶେଷକରି ପୂର୍ବରୁ ବିକଶିତ ହୋଇଥିବା ସହରର ଛୋଟ ଛୋଟ ଅଂଶରେ ହିଁ ଅଧିକ ଅର୍ଥ ବ୍ୟୟ କରିବା ଉପରେ ଧ୍ୟାନ ଦେଇଥିଲା। ଉଦାହରଣ ସ୍ବରୂପ, ବେଙ୍ଗାଲୁରୁରେ ସ୍ମାର୍ଟ ସିଟି ମିଶନରେ ଦିଆଯାଇଥିବା ଅର୍ଥ ଚର୍ଚ୍ଚ ଷ୍ଟ୍ରିଟ୍‌ କ୍ଷେତ୍ରରେ କରାଯାଇଥିଲା, ଯାହା ସହରର ଅଧିକାଂଶ ସ୍ଥାନ ଅପେକ୍ଷା ଅଧିକ ବିକଶିତ। ଏହି ଅଞ୍ଚଳର ଇନ୍‌ଫାଣ୍ଟ୍ରି ରୋଡ୍‌, କାମରାଜ ରୋଡ୍‌, ଟାଟା ଲେନ୍‌, ଉଡ୍‌ ଷ୍ଟ୍ରିଟ୍‌, କ୍ୟାସଲ ଷ୍ଟ୍ରିଟ୍‌, ଡିକେନ୍‌ସନ ରୋଡ୍‌, କେନସିଂଟନ ରୋଡ୍‌, ସେଣ୍ଟ ଜନ୍ସ ରୋଡ୍‌, ରେସିଡେନ୍ସି ରୋଡ୍‌, କସ୍ତୁରବା ରୋଡ୍‌, ବୋରିଂ ହସ୍ପିଟାଲ ରୋଡ୍‌, ମିଲର୍ସ ରୋଡ୍‌, ଲାଭେଲ ରୋଡ୍‌, ମ୍ୟାକ୍‌ଗ୍ରାଥ୍‌ ରୋଡ୍‌, କନ୍‌ଭେଣ୍ଟ ରୋଡ୍‌, କୁଇନ୍ସ ରୋଡ୍‌, ହେସ୍‌ ରୋଡ୍‌, ରାଜା ରାମମୋହନ ରାୟ ରୋଡ୍‌ ଏବଂ ରେସ୍‌କୋର୍ସ ରୋଡର ବିକାଶ ପାଇଁ ଅର୍ଥ ଖର୍ଚ୍ଚ କରାଯାଇଥିଲା। ଦିଲ୍ଲୀରେ, ନୂଆଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ ଅଧୀନରେ ଥିବା ଅଞ୍ଚଳ ପୂର୍ବରୁ ଜାତୀୟ ରାଜଧାନୀ ଅଞ୍ଚଳର ସବୁଠାରୁ ବିକଶିତ ଭାଗ ଥିଲା। ହେଲେ ଏହି ମିଶନର ଲକ୍ଷ୍ୟ ଦିଲ୍ଲୀର କୌଣସି ମଧ୍ୟବିତ୍ତ ଶ୍ରେଣୀ ପାଇଁ ନ ଥିଲା, ବରଂ ଜନସଂଖ୍ୟାର ଅତି କ୍ଷୁଦ୍ର ଅଂଶ ଥିବା ଏକ ନିର୍ଦ୍ଦିଷ୍ଟ ବର୍ଗ(ଉଚ୍ଚବର୍ଗ)ଙ୍କ ପାଇଁ ଏହି ମିଶନ ଉଦ୍ଦିଷ୍ଟ ଥିଲା। ଏହି ଅଭିଜାତ୍ୟବାଦ ମଧ୍ୟ ପୁଣେ, ଦିଲ୍ଲୀ, ଭୋପାଳ ଏବଂ କୋଏମ୍ବାଟୁର ସମେତ ଅନେକ ସହର ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ସାର୍ବଜନୀନ ସାଇକେଲ ଶେୟାରିଂ ପ୍ରକଳ୍ପରେ ଲକ୍ଷ୍ୟ କରାଯାଇଥିଲା। କମ୍ପାନୀର ୱେବ୍‌ସାଇଟରେ ସାଇକେଲ ଭଡ଼ା ପାଇଁ ନିର୍ଦ୍ଦେଶାବଳୀ କେବଳ ଇଂରାଜୀରେ ଥିଲା ଏବଂ ଏହା କେବଳ ଅନ୍‌ଲାଇନ ପେମେଣ୍ଟ ଗ୍ରହଣ କରୁଥିଲା। ସ୍ମାର୍ଟ ସିଟି ଭାରତର ସହରାଞ୍ଚଳ ଗରିବଙ୍କୁ ଆହୁରି ସମସ୍ୟାରେ ପକାଉଥିଲା। ୨୦୧୯ରେ ଆବଣ୍ଟିତ ପାଣ୍ଠି ୨୦୧୮ ପରି ସମାନ ଥିଲା ଏବଂ ୨୦୨୧ ବଜେଟରେ ‘ସ୍ମାର୍ଟ ସିଟି’ ଶବ୍ଦାଂଶ ବ୍ୟବହାର କରାଯାଇ ନ ଥିଲା। ଶିମ୍‌ଲାର ପୂର୍ବତନ ଡେପୁଟି ମେୟର ଟିକେନ୍ଦର ସିଂହ ପନ୍‌ୱାର କହିଥିଲେ, ଏହି ସ୍ମାର୍ଟ ସିଟିଗୁଡ଼ିକ ଦେଶର ଅନ୍ୟ ସହର ପାଇଁ ଆଲୋକବର୍ତ୍ତିକା ହେବା କଥା। ହେଲେ ବଜେଟ ଏହା ଉପରେ ସମ୍ପୂର୍ଣ୍ଣ ନୀରବ, କାରଣ ଏହାର ବିଫଳତା ମୋଦି ସରକାରଙ୍କ ପାଇଁ ସବୁଠାରୁ ବଡ଼ ଲଜ୍ଜା ମଧ୍ୟରୁ ଗୋଟିଏ। ଏହା ପ୍ରକୃତରେ କେଉଁ ପରିବର୍ତ୍ତନ ଆଣିଛି କିମ୍ବା ପ୍ରକୃତରେ କାର୍ଯ୍ୟକ୍ରମଟି ସମାପ୍ତ ହୋଇଯାଇଛି କି ନାହିଁ ସେ ବିଷୟରେ ଆଉ କେବେ ମଧ୍ୟ ଆଲୋଚନା କରାଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri