ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ ଜୀବନଦୀପ ସେହି ଅନ୍ଧାର ରାତିରେ ଲିଭିଯାଇଥାଏ, ତାହା ସାମ୍ନାକୁ ଆସିପାରେ ନାହିଁ। ଏଭଳି ମୃତ୍ୟୁ ସାମାଜିକ ବ୍ୟବସ୍ଥାର ତ୍ରୁଟି । ଏହା ସମାଜର ସମ୍ବେଦନ ହୀନତାର କ୍ରୂର ଆଇନ ।
କିଛିଦିନ ପୂର୍ବେ ସେଣ୍ଟ ଫର୍‌ ହୋଲିଷ୍ଟିକ ଡେଭଲପ୍‌ମେଣ୍ଟ ପକ୍ଷରୁ ତଥ୍ୟ ମିଳିଥିଲା କି ନଭେମ୍ବର ୨୦୨୪ରୁ ଜାନୁଆରୀ ୨୦୨୫ ମଧ୍ୟରେ ଦିଲ୍ଲୀରେ ୪୭୪ ଜଣ ବାସହୀନ ଲୋକଙ୍କ ଥଣ୍ଡାରେ ମୃତ୍ୟୁ ହୋଇଛି। ଏହି ତଥ୍ୟ ଜିଲାସ୍ତରରୁ ଡାକ୍ତରଖାନାର ଦସ୍ତାବିଜର ସର୍ଭେ ଆଧାରିତ ଥିଲା। ରାଷ୍ଟ୍ରୀୟ ମାନବାଧିକାର କମିଶନ ଏଥି ନିମନ୍ତେ ସ୍ବତଃପୂର୍ବକ ଦିଲ୍ଲୀ ପ୍ରଶାସନକୁ ବିସ୍ତୃତ ରିପୋର୍ଟ ମାଗିଥିଲେ। ବାସ୍ତବିକ ତଥ୍ୟ ଆହୁରି ଅଧିକ ହେବ। ଫୁଟ୍‌ପାଥ ଉପରେ ପଡ଼ିଥିବା ଶବକୁ ଅଜ୍ଞାତ କହି ଦାହ କରାଯାଉଛି। ବିଶେଷଜ୍ଞମାନଙ୍କ ଅନୁମାନ ଯେ ଶତକଡ଼ା ୮୦ଭାଗ ମୃତ୍ୟୁ ପରିଚୟହୀନ ଭାବେ ହଜିଯାଉଛି। ବର୍ତ୍ତମାନ ଶୀତ ଲହରି ଅତୀତଠାରୁ ଅଧିକ ଘାତକ ଦେଖାଯାଉଛି। ଏହି ସଙ୍କଟ ଦିଲ୍ଲୀରେ ସୀମିତ ନୁହଁ। କାନପୁରରେ ୨୦୨୩ରେ ଗୋଟିଏ ସପ୍ତାହ ମଧ୍ୟରେ ୯୮ଜଣଙ୍କ ମୃତ୍ୟୁ ହୋଇଥିଲା। ଏନ୍‌ଏଚ୍‌ଆର୍‌ସି ଅକ୍ଟୋବର ୨୦୨୫ରେ ୧୯ ରାଜ୍ୟ ଆଉ ୪ଟି କେନ୍ଦ୍ରଶାସିତ ପ୍ରଦେଶକୁ ଚେତାବନୀ ଜାରି କରିଥିଲା, ଯେଉଁଥିରେ ବାସହୀନ, ନବଜାତ ଶିଶୁ, ବୃଦ୍ଧାବୃଦ୍ଧ ଓ ଗରିବ ଲୋକଙ୍କୁ ଶୀତ ଦାଉରୁ ବଞ୍ଚାଇବା କାର୍ଯ୍ୟ କରୁ, କିନ୍ତୁ ଚେତାବନୀ ସରକାରୀ କାଗଜ ଭିତରେ ସୀମିତ ।
୨୦୧୧ ଜନଗଣନା ଅନୁସାରେ, ଦେଶର ସହରୀ କ୍ଷେତ୍ରମାନଙ୍କରେ ୯,୩୮,୩୪୮ ଲୋକ ବାସହୀନ ଥିଲେ। ବର୍ତ୍ତମାନ ଏହାର ସଂଖ୍ୟା ଦେଢ କୋଟିକୁ ଟପିଯାଇଛି। ଦିଲ୍ଲୀରେ କେବଳ ୩ରୁ ୪ଲକ୍ଷ ବାସହୀନ ଲୋକ ଅଛନ୍ତି, ଯେଉଁମାନେ ମୁଖ୍ୟତଃ ପ୍ରବାସୀ ଶ୍ରମିକ, ରିକ୍ସାଚାଳକ, ପରିବା ବିକ୍ରେତା, ଘର କାର୍ଯ୍ୟରେ ନିଯୁକ୍ତ କର୍ମଚାରୀମାନେ ଅଛନ୍ତି। ଅଗଷ୍ଟ ୨୦୨୪ରେ କରାଯାଇଥିବା ଗଣତିରେ ୧ଲକ୍ଷ ୫୬ହଜାର ୩୬୯ ଲୋକ ରାତି ୧୧ଟାରୁ ସକାଳ ୫ଟା ୩୦ ଯାଏ ସଡ଼କ କଡ଼ରେ ଶୋଇଥିବା ଦେଖାଯାଇଥିଲା। ଏମାନେ ସକାଳ ୪ଟାରୁ ରିକ୍ସା ଚାଳନା କରନ୍ତି, ବଜାରରେ ଫଳ ପରିବା ବିକନ୍ତି, ଘରମାନଙ୍କରେ ଝାଡ଼ୁ ମାରନ୍ତି, ସନ୍ଧ୍ୟା ହେଲେ ଏମାନଙ୍କୁ ଛାତଟିଏ ମିଳେ ନାହିଁ।
ସହରୀକରଣ ଯୋଗୁ ଗଁା ଖାଲି ହୋଇ ସହର ବୃଦ୍ଧି ହେବାରେ ଲାଗିଛି। ୨୦୪୧ ପର୍ଯ୍ୟନ୍ତ ଦିଲ୍ଲୀ ମାଷ୍ଟରପ୍ଲାନ ଅନୁସାରେ ସହର ସ୍ମାର୍ଟ ହେବାର ସ୍ବପ୍ନ ଦେଖୁଛି, କିନ୍ତୁ ବାସହୀନ ଲୋକଙ୍କ କଥା କେହି ଶୁଣିବାର ନାହିଁ।
ଭୁବନେଶ୍ୱର ସାଲିଆ ସାହି ଉଚ୍ଛେଦର ତୃତୀୟ ଦିନରେ ୫୫୬ ଘର ମାଟିରେ ମିଶିଛି। ନିଜ ଜିଦ୍‌ରେ ଅଟଳ ରହି କିଛି ପରିବାର ଲୋକ ଖୋଲା ପଡ଼ିଆରେ ଯାଇ ପାଲ ତଳେ ଦିନ କାଟୁଛନ୍ତି। ଓଳିଏ ଖାଇଲେ ଆଉ ଓଳିକୁ ଉପବାସ। ଛୋଟ ପିଲା, ବୃଦ୍ଧାବୃଦ୍ଧ ଖରା କାକରରେ ପଡ଼ିରହିଛନ୍ତି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲକ୍ଷ୍ୟ ଥିଲା ସମସ୍ତଙ୍କୁ ଘର, ଏଥିରେ ସମସ୍ତଙ୍କୁ ପକ୍କାଘର ଦେବାର ପ୍ରତିଶ୍ରୁତି ଥିଲା।ହେଲେ ବାସହୀନ ଲୋକଙ୍କ ସଂଖ୍ୟା କମ୍‌ ହେବା ସ୍ଥାନରେ ଏହା ବୃଦ୍ଧି ପାଇଲା। ସରକାର କହୁଛନ୍ତି ପ୍ରତି ୨୦ ମିନିଟରେ ୧୫୦ ଘର ନିର୍ମାଣ ଚାଲିଛି। କିନ୍ତୁ ଏ ସବୁ କାଗଜରେ ରହିଯାଉଛି। ସେପ୍ଟେମ୍ବର ୨୦୨୫ରେ ମନ୍ତ୍ରଣାଳୟ ରାଜ୍ୟମାନଙ୍କ ସହ ସମୀକ୍ଷା କଲା, କିନ୍ତୁ ସମୟ ଅନୁସାରେ କେନ୍ଦ୍ରୀୟ ସହାୟତା ନ ମିଳିବାରୁ ପ୍ରଗତି କାର୍ଯ୍ୟ ବନ୍ଦ ହେଲା।
ରୈନବସେରା ରାତ୍ରି ଆଶ୍ରୟସ୍ଥଳୀ ବାସହୀନଙ୍କ ପାଇଁ ସମାଧାନ କୁହାଯାଏ। କିନ୍ତୁ ଏହାର ଅବସ୍ଥା ଦେଖିଲେ ଆହୁରି ନୈରାଶ୍ୟଜନକ । ଦିଲ୍ଲୀ ଅର୍ବାନ ସେଲ୍‌ଟର ଇମ୍‌ପ୍ରୁଭମେଣ୍ଟ ବୋର୍ଡ ଅନୁସାରେ ସହରରେ ୩୨୫ଟି ରୈନବସେରା ଅଛି। ଯେଉଁଥିରେ ମୋଟ ୧୬୩୩୮ ଜଣ ଶୋଇପାରିବେ। କିନ୍ତୁ ଓି୍ବଣ୍ଟର ଆକ୍‌ଶନ ପ୍ଲାନ ୨୦୨୪-୨୫ ଅନୁସାରେ ୧୯୭ ଗୋଟି ସ୍ଥାୟୀ ବସେରାରୁ ୮୨ଗୋଟି କାର୍ଯ୍ୟ କରୁଛି। କ୍ଷମତା ମାତ୍ର ୭୦୯୨ ଜଣଙ୍କର ଅଛି। ବାକି ସବୁ କ୍ୟାବିନ ଆଉ ତମ୍ବୁ ମାଧ୍ୟମରେ ଚାଲିଛି। ମହିଳାଙ୍କ ୧୭ଟି ଆଶ୍ରୟସ୍ଥଳୀ ଅଛି। ମାଷ୍ଟରପ୍ଲାନ ମୁତାବକ ୩୩୦ରୁ ୩୫୦ ସ୍ଥାୟୀ ରୈନବସେରା ହେବା କଥା।
ରାଷ୍ଟ୍ରୀୟ ମାନବାଧିକାର କମିଶନ ପକ୍ଷରୁ ବାସହୀନଙ୍କୁ ଭିକାରି କିମ୍ବା ନିଶାଖୋର କୁହାଯାଉଛି ତାହା ବଡ଼ ଦୁଃଖର କଥା। ବାସହୀନ ଲୋକଙ୍କ ସମସ୍ୟାର ସମାଧାନ ସମ୍ଭବ, ଏଥିପାଇଁ ଇଚ୍ଛାଶକ୍ତି ଦରକାର। ପ୍ରତ୍ୟେକ ସହରର ବ୍ୟାପକ ସର୍ବେକ୍ଷଣ ଜରୁରୀ, କେତେ ବାସହୀନ ଲୋକ ଅଛନ୍ତି ତାହାର ଠିକ୍‌ ସଂଖ୍ୟା ଜାଣିବା ଦରକାର। ପ୍ରତ୍ୟେକର ବଞ୍ଚତ୍ବାର ମୌଳିକ ଅଧିକାର ଅଛି, କିନ୍ତୁ ଗରିମାପୂର୍ଣ୍ଣ ଜୀବନଯାପନର ଅର୍ଥ ମୁଣ୍ଡ ଉପରେ ଛାତ, ପେଟ ପାଇଁ ଭାତ ନିହାତି ଦରକାର।
ରାଧିକା ଟାୱାର, ଟଙ୍କପାଣି ରୋଡ୍‌

ପଞ୍ଚାନନ ଅଗ୍ରୱାଲ
ଭୁବନେଶ୍ୱର ମୋ -୯୭୭୭୭୪୪୦୭୧

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରୁଣ ଚକ୍ରବର୍ତ୍ତୀ ନୁହେଁ, ଫାଇନାଲରେ ଖେଳିବେ ଏହି ଖେଳାଳି! ପ୍ଲେଇଂ ଇଲେଭେନର ନୂଆ ଅପଡେଟ କରୁଛି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୩: ଫାଇନାଲରେ ବରୁଣ ଚକ୍ରବର୍ତ୍ତୀ ଖେଳିବେ କି ନାହିଁ ତାହା ଏକ ପ୍ରମୁଖ ପ୍ରଶ୍ନ ହୋଇ ରହିଛି। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ସେ ଚାରି ଓଭରରେ ୬୪ରନ…

ନନ୍ଦପୁରରେ ମିଳିଲାନି ଡିଜେଲ, ପେଟ୍ରୋଲ: ଟାଙ୍କି ବନ୍ଦ

ନନ୍ଦପୁର,୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ୨୩ ପଞ୍ଚାୟତ, ସେମିଳିଗୁଡା ବ୍ଲକର ୪ ଓ ଲମତାପୁଟ ବ୍ଲକର ୪ ପଞ୍ଚାୟତବାସୀ ପାଇଁ ଥିବା…

ବିହାରି ଭାଟି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି

ନନ୍ଦପୁର, ୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତ ସଦର ମହକୁମାରେ ଥିବା ବିହାରୀ ମଦ ଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ…

ଭେନେଜୁଏଲା-ଇରାନ ପରେ, ଆମେରିକାର ଟାର୍ଗେଟରେ ଏବେ କେଉଁ ଦେଶ? ଟ୍ରମ୍ପ ଦେଲେ ସ୍ପଷ୍ଟ ଉତ୍ତର

ଓ୍ବାଶିଂଟନ,୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ରାତିରେ (ମାର୍ଚ୍ଚ ୭, ୨୦୨୬) ଇରାନ ଉପରେ ଏକ ବଡ଼ ଆକ୍ରମଣ ଧମକ ଦେଇଥିଲେ। ସେ ଆମେରିକାର ସାମରିକ…

ଭିଡିଓ ବାର୍ତ୍ତା ମାଧ୍ୟମରେ ଇରାନକୁ କଡ଼ା ବାର୍ତ୍ତା ଦେଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ଜେରୁଜେଲମ,୭।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶନିବାର (ମାର୍ଚ୍ଚ ୭, ୨୦୨୬) ଜେରୁଜେଲମରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଇସ୍ରାଏଲୀ ଲୋକଙ୍କ ସାହସ ଏବଂ ଏକତାକୁ…

ନେପାଳ ରାଜନୀତିର ରଣନୀତିକାର

ନେପାଳ ୨୦୨୫ ସେପ୍ଟେମ୍ବରରେ ଦେଖିଥିଲା ଜେନ୍‌ ଜି ବିପ୍ଳବ। ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନୁଭୂତ ହୋଇଥିଲା। ପରିଣାମ ସ୍ବରୂପ ନେପାଳରେ କେ.ପି. ଶର୍ମା ଓଲିଙ୍କ…

ପୁଷ୍ପଗିରି ବିଶ୍ୱବିଦ୍ୟାଳୟ: ଅସ୍ମିତାର ପରିଚୟ

ଇଉରୋପରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାର ପ୍ରମାଣ ମିଳେ। ଭାରତରେ ଉଚ୍ଚ ଶିକ୍ଷା ଅଧ୍ୟୟନ ଅତି ପୁରାତନ। ପ୍ରାଚୀନ…

ସାହସ ନାହିଁ

ଏକ ଦେଶ ଭାବରେ ଆମେ ସବୁବେଳେ କିମ୍ବା ପ୍ରାୟତଃ ଯାହା ଚାହୁଁ ତାହା ପାଇପାରିବୁ ନାହିଁ, ଏହି ବାସ୍ତବତାକୁ ସ୍ବୀକାର କରିବାରେ ମୋର କୌଣସି ସମସ୍ୟା ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri