Posted inଫୁରସତ

ଅଢ଼େଇ ଫୁଟର ବରଙ୍କୁ ଏବେ ମିଳିଗଲା କନ୍ୟା, ଜାଣନ୍ତୁ କ’ଣ କରୁଛନ୍ତି ତାଙ୍କ ଜୀବନସାଥୀ

କିଛିଦିନ ଧରି ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ଥିବା ଅଢ଼େଇ ଫୁଟର ବରଙ୍କ ପାଇଁ ଚାଲିଥିବା କନ୍ୟା ଖୋଜା ଅଭିଯାନରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କାରଣ ବରଙ୍କୁ ତାଙ୍କ ଜୀବନସାଥୀ ମିଳିଯାଇଛନ୍ତି। ଅଜିମ ମନ୍‌ସୁରୀ ନାମକ ୨ ଫୁଟ ୬ ଇଞ୍ଚର ଜଣେ ଯୁବକ ତାଙ୍କ ବିବାହ ପାଇଁ କନ୍ୟା ଖୋଜୁଥିଲେ। କିନ୍ତୁ ସବୁଆଡ଼େ ବିବାହ ଭାଙ୍ଗି ଯାଉଥିଲା। ଏଥିପାଇଁ ସେ ଥାନାଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ ଏବଂ ଅଭିନେତାଙ୍କ ସହାୟତା ମଧ୍ୟ ମାଗିଥିଲେ।

ଏବେ ଅଜିମଙ୍କ ପାଇଁ ଉତ୍ତରପ୍ରଦେଶର ଗାଜିଆବାଦରୁ ଏକ ପ୍ରସ୍ତାବ ଆସିଛି। ଏଠାରେ ରହୁଥିବା କନ୍ୟା ରେହାନାଙ୍କ ଉଚ୍ଚତା ମଧ୍ୟ ଅଜିମଙ୍କ ପରି। ତାଙ୍କ ପରିବାର ବହୁତ ଗରିବ। ଅଜିମ କନ୍ୟା ଖୋଜୁଥିବା ସେ ସୋସିଆଲ ମିଡିଆରେ ଜାଣିବାକୁ ପାଇଥିଲେ। ଏହା ପରେ ରେହାନାଙ୍କ ପରିବାର ଲୋକ ଅଜିମଙ୍କୁ ଭେଟିଥିଲେ।

ଅଜିମଙ୍କୁ ୨୬ ବର୍ଷ ହୋଇଥିବା ବେଳେ ରେହାନାଙ୍କୁ ୨୫ ବର୍ଷ। ରେହାନାଙ୍କ ଉଚ୍ଚତା ମଧ୍ୟ ଅଢ଼େଇ ଫୁଟ। ସେ ଘରର ସମସ୍ତ କାମ କରିଥାନ୍ତି। ବର୍ତ୍ତମାନ ରେହାନାଙ୍କ ପରିବାର ଝିଅ ପାଇଁ ମନଲାଖି ଜ୍ୱାଇଁ ପାଇ ଖୁସି ହୋଇଛନ୍ତି।

ରେହାନା ଏକ ସାକ୍ଷାତକାରରେ କହିଛନ୍ତି, ଅଜିମ ତାଙ୍କର ବହୁ ପସନ୍ଦ। ସେ ତାଙ୍କ ଭାଇରାଲ ଭିଡିଓ ଦେଖିଥିଲେ। ରେହାନା ଘର କାମରେ ମାହିର। ସେ ସିଲେଇ ମଧ୍ୟ ଶିଖିଛନ୍ତି। ଅଜିମ ଜଣେ ବ୍ୟବସାୟୀ ହୋଇଥିଲେ ମଧ୍ୟ ସେ ହାଉସଓ୍ବାଇଫ୍‌ ଚାହୁଁଛନ୍ତି। ତେଣୁ ରେହାନାଙ୍କ ଫଟୋ ଅଜିମଙ୍କ ଘରକୁ ପଠାଯାଇଥିଲା। ଏଥିରେ ରାଜି ହୋଇଥିଲେ ଅଜିମ।

ରେହାନାଙ୍କ ପିତା କୁହନ୍ତି, ଅଜିମ ଏବଂ ରେହାନାଙ୍କ ଯୋଡ଼ି ବେଶ୍‌ ଭଲ ରହିବ। ସେ ଅଜିମଙ୍କ ଭାଇରାଲ ଭିଡିଓ ଦେଖି ଝିଅ ପାଇଁ ପ୍ରସ୍ତାବ ଆଣିଥିଲେ। ଅଜିମ ବି ତାଙ୍କର ପସନ୍ଦ ଅଛନ୍ତି।

କୁହାଯାଏ, ଉପରବାଲା ଯୋଡ଼ି ବନାଇଥାନ୍ତି। କିଏ କାହାକୁ ବିବାହ କରିବ ତାହା ସ୍ବର୍ଗରେ ସ୍ଥିର ହୋଇଥାଏ। ଉଚ୍ଚତା କମ୍‌ ଯୋଗୁ ଭାଙ୍ଗି ଯାଉଥିବା ବିବାହ ଆଜି ଠିକ୍‌ ହୋଇଛି। ଉଭୟଙ୍କୁ ମିଳିଯାଇଛି ମନ ପସନ୍ଦର ଜୀବନସାଥୀ। ଅଜିମ ଏବଂ ରେହାନା ଏଥିରେ ବହୁତ ଖୁସି ଅଛନ୍ତି। ତେବେ ବିବାହର ତାରିଖ ସ୍ଥିର ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri