ଇକୋ ରିଟ୍ରିଟ୍‌ରେ ଖୋଲିଲା କ୍ଷୁଦ୍ରଦାନା ଶସ୍ୟର ଷ୍ଟଲ୍‌, ପର୍ଯ୍ୟଟକଙ୍କୁ ମିଳିବ ମାଣ୍ଡିଆ-କାଙ୍ଗୁ

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ସରକାରଙ୍କ ଶ୍ରୀଅନ୍ନ ଅଭିଯାନରେ ପର୍ଯ୍ୟଟକଙ୍କୁ ଏବେ ହାତ ପାହାନ୍ତାରେ ମିଳିବ କ୍ଷୁଦ୍ରଦାନା ଶସ୍ୟରେ ପ୍ରସ୍ତୁତି ସମସ୍ତ ପ୍ରକାର ଖାଦ୍ୟ। ଏହାକୁ ସରକାରଙ୍କ ଶ୍ରୀଅନ୍ନ ଅଭିଯାନରେ ମିଶନ ଶକ୍ତିର ମହିଳାମାନେ ପ୍ରସ୍ତୁତି କରି ବିକ୍ରି କରିବେ। ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ୍‌ ପରିସର ମଧ୍ୟରେ ଶୁକ୍ରବାର ଏହାର ଶୁଭ ଉଦ୍‌ଘାଟନ କରାଯାଇଛି। ଏହାକୁ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ବିଜୟଲକ୍ଷ୍ମୀ ବେହେରା ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଠ, ବ୍ଲକ କୃଷି ଅଧିକାରୀ ସୀତାଂଶୁ ମଲିକ ଓ ଅନ୍ୟ ଅଧିକାରୀମାନେ ଯୋଗଦେଇଥିଲେ। ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ବିଭାଗ ଓ କୃଷି ବିଭାଗ, ଶ୍ରୀଅନ୍ନ ଅଭିଯାନ ପକ୍ଷରୁ ମିଳିତ ଭାବେ ଏହାକୁ ପରିଚାଳନା କରାଯାଇଛି। ଏହି ଅଭିଯାନର ସରକାରଙ୍କ ସହ ସହାଭାଗିତାରେ କାର୍ଯ୍ୟ କରୁଥିବା ଜାଗୃତି ଅନୁଷ୍ଠାନ ଜାଗୃତି ଏଥିରେ ସହଯୋଗ କରିଛି। ଦାରିଙ୍ଗବାଡ଼ିକୁ ବୁଲି ଆସୁଥିବା ଓ ଇକୋ ରିଟ୍ରିଟ୍‌ରେ ରାତ୍ରିଯାପନ କରୁଥିବା ପର୍ଯ୍ୟଟକଙ୍କୁ ମାଣ୍ଡିଆରେ ପ୍ରସ୍ତୁତି ବିଭିନ୍ନ ପ୍ରକାର ପିଠା, ମିଠା, ସହ ଅନ୍ୟ ଖାଦ୍ୟ ସୁବିଧାରେ ମିଳିପାରିବ। ଏଥିସହ କାଙ୍ଗୁ, କୁଏରୀରେ ପ୍ରସ୍ତୁତି ଖାଦ୍ୟ ଓ ଶସ୍ୟ ମିଳିପାରିବ। ଏହା ଦ୍ୱାରା କ୍ଷୁଦ୍ରଦାନା ଶସ୍ୟର ବହୁଳ ପ୍ରଚାର ହେବା ସହ ପର୍ଯ୍ୟଟକ ଜୈବିକ ପଦ୍ଧତିରେ କରାଯାଉଥିବା ଏହି କ୍ଷୁଦ୍ରଦାନା ଶସ୍ୟର ସାମଗ୍ରୀ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଡାଘରୁ ଯୁବକ ଉଦ୍ଧାର: ବଢୁଛି ସନ୍ଦେହ

ବାହାନଗା,୧୮।୩(ଅରୂପ କୁମାର ଦାସ): ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଡାଘରୁ ଜଣେ ଯୁବକ ଉଦ୍ଧାର କରାଯିବା ଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଏଭଳି ଘଟଣା ଘଟିଛି…

ତେଲକୁ ନେଇ ରୁଷିଆ-ପାକିସ୍ତାନ ଭିତରେ ବଡ଼ ଡିଲ୍‌, ଭାରତକୁ ଜୋରଦାର ଝଟ୍‌କା!

ମସ୍କୋ,୧୮।୩: ବିଶ୍ୱର ଗଭୀର ଶକ୍ତି ସଙ୍କଟ ଏବଂ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ରୁଷିଆ ପାକିସ୍ତାନ ପ୍ରତି ବନ୍ଧୁତାର ହାତ ବଢ଼ାଇଛି। ପାକିସ୍ତାନରେ…

କେସିଙ୍ଗାରୁ ଭୁବନେଶ୍ୱର ହେଉ ସିଧା ଟ୍ରେନ ଚଳାଚଳ: ଲୋକ ସଭାରେ ଦାବି ଉଠାଇଲେ ଏମ୍‌ପି

କେସିଙ୍ଗା,୧୮।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ ଦିଲ୍ଲୀରେ ଅନୁଷ୍ଠିତ ଲୋକ ସଭା ଗୃହରେ କଳାହାଣ୍ଡି ଜିଲାର ସଂସଦୀୟ କ୍ଷେତ୍ର କଳାହାଣ୍ଡି ଓ ନୂଆପଡ଼ା ଜିଲା ପାଇଁ…

ବିଧାନସଭାରେ କୋକେଇ ଶୋଭାଯାତ୍ରା:‘ରାମ ନାମ ସତ୍ୟ ହେ’ ଧ୍ୱନିରେ ପ୍ରକମ୍ପିତ ପରିସର

ଭୁବନେଶ୍ୱର,୧୮।୩: ବିଧାନସଭାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖାଯାଇଛି। SCB ଟ୍ରାଜେଡିକୁ ଦେଇ ଗୃହରେ କମ୍ପିଛନ୍ତି ବିରୋଧୀ। ବିଧାନସଭାରେ ପ୍ରତିକାତ୍ମକ କୋକେଇ ଶୋଭାଯାତ୍ରା ବାହାର କରିଛନ୍ତି ବିରୋଧୀ…

ଏହି ୬ ସହରରେ ଆରମ୍ଭ ହେଲା ଇଣ୍ଡିଆ ପୋଷ୍ଟ’ର ୨୪ ଘଣ୍ଟିଆ ଗ୍ୟାରେଣ୍ଟେଡ୍‌ ଡେଲିଭରି ସେବା

ନୂଆଦିଲ୍ଲୀ ,୧୮ା୩:ଭାରତୀୟ ଡାକ ସେବା ପକ୍ଷରୁ ଦେଶର ୬ ସହରରେ ୨୪ ଘଣ୍ଟିଆ ନିଶ୍ଚିତ ଡେଲିଭରି(ସ୍ପିଡ୍‌ପୋଷ୍ଟ) ସେବା ଆରମ୍ଭ ହୋଇଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ…

ଘଟିବ କି କିଛି ଅଶୁଭ: ପୁଣି ନୀଳଚକ୍ର ଉପରେ ବସିଲା ଚିଲ

ପୁରୀ,୧୮ା୩(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ନୀଳଚକ୍ର ଉପରେ ମଙ୍ଗଳବାର ଅପରାହ୍ନରେ କିଛି ସମୟ ଧରି ଚିଲ ବସିଥିବା ଦେଖିବାକୁ ମିଳିଥିଲା। କିଛିଦିନ ହେବ ଲଗାତର ଏପରି ଘଟଣା ଦେଖିବାକୁ…

ରାତିରେ ଶୋଇଥିଲେ ସାଙ୍ଗ, ଛୁରି ଭୁସିଦେଲେ ଗଣ୍ଡ: ବିଶ୍ୱାସଘାତକତାର କରୁଣ ପରିଣତି

ଔପଦା, ୧୮।୩(ଧରିତ୍ରୀ ପଣ୍ଡା): ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ଔପଦା…

ଡାକ୍ତରଖାନା ଆଗରେ ଜେଏମ୍‌ଏମ୍‌ର ଧାରଣା  

ମୋରଡ଼ା,୧୮ା୩(ସ୍ମାରକ ମାଜୀ):ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତରଫରୁ ୨ ଦଫା ଦାବି ନେଇ ମଙ୍ଗଳବାରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri