ଭୁବନେଶ୍ୱର(ବ୍ୟୁରୋ),୨ା୯: କେନ୍ଦ୍ର ସରକାରଙ୍କ ‘ଏକ ଜିଲା ଏକ ଉତ୍ପାଦ’ ସ୍କିମ୍ ଅଧୀନରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଔପଚାରିକ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଛନ୍ତି। ଏଥିପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗକୁ ରାଜ୍ୟ ସରକାର ନୋଡାଲ ବିଭାଗ ଏବଂ ଶିଳ୍ପ ନିର୍ଦ୍ଦେଶକଙ୍କୁ ନୋଡାଲ ଅଧିକାରୀ ଭାବେ ମନୋନୀତ କରିଛନ୍ତି। ଯୋଜନାର ରୂପାୟନ ପାଇଁ ଆପିକଲକୁ ନୋଡାଲ୍ ସଂସ୍ଥା ଭାବେ ବଛାଯାଇଛି। ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣରେ ନିୟୋଜିତ ଥିବା ଅଣସଂଗଠିତ ଉଦ୍ୟୋଗ ତଥା କୃଷକ ଉତ୍ପାଦକ ସଂଘ, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ସମବାୟ ସମୂହଗୁଡ଼ିକୁ ଏହି ସ୍କିମ୍ ବିଶେଷ ସହାୟକ ହେବ। ‘ଏକ ଜିଲା ଏକ ଉତ୍ପାଦ’ ଆଧାରରେ ଭାଲ୍ୟୁଚେନ୍କୁ ପ୍ରୋତ୍ସାହିତ କରି ସେମାନଙ୍କ ଆବଶ୍ୟକ ଭିତ୍ତିଭୂମିର ବିକାଶ, ବ୍ରାଣ୍ଡିଂ ଏବଂ ବିପଣନ ସହାୟତା, ଦକ୍ଷତା ବିକାଶ ତାଲିମ ପ୍ରଦାନ ଏବଂ ଏସବୁ ଉପରେ ଅଧିକ ଗବେଷଣା ଆଦି କାର୍ଯ୍ୟରେ ସାହାଯ୍ୟ କରାଯିବ। ସେହିଭଳି ଉଦ୍ୟୋଗଗୁଡ଼ିକୁ ସଫଳ ଭାବେ କାର୍ଯ୍ୟାନ୍ବୟନ କରିବା ପାଇଁ ଆବଶ୍ୟକୀୟ ଦକ୍ଷତା ବିକାଶ ତାଲିମ ଦେବାକୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)କୁ ନୋଡାଲ ଏଜେନ୍ସି ଭାବେ ବଛାଯାଇଛି।
ଅନ୍ୟପକ୍ଷରେ କେତେକ ଯୋଗ୍ୟ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗଗୁଡ଼ିକୁ ଋଣ ଯୋଗାଣର ବ୍ୟବସ୍ଥା କରାଯିବା ସହ ମୂଳଧନ ଉପରେ ୩୫% ହିସାବରେ ସର୍ବାଧିକ ୧୦ଲକ୍ଷ ଟଙ୍କା ଯାଏ ରିହାତି ଦେବାର ବ୍ୟବସ୍ଥା କରାଯିବ। ଏପରିକି ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ପ୍ରାରମ୍ଭିକ ପୁଞ୍ଜିଭାବେ ୪୦ହଜାର ଟଙ୍କା ଯୋଗାଇଦେବା ସହ ଗୋଟିକିଆ ଉଦ୍ୟୋଗକୁ ସର୍ବାଧିକ ୧୦ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ପ୍ରଥମ କିସ୍ତିରେ ୨.୩୧ କୋଟି ଟଙ୍କା ପାଇଛି। ଏହି ସ୍କିମ୍ର ସୁଫଳ ଉଦ୍ୟୋଗୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି, ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ଶାସନ ସଚିବ, ଶିଳ୍ପ ନିର୍ଦ୍ଦେଶକ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ନିର୍ଦ୍ଦେଶକ, ଭାରତୀୟ କୃଷି ଗବେଷଣା ପରିଷଦର ବୈଜ୍ଞାନିକଙ୍କୁ ନେଇ କେଉଁ ଜିଲାରେ କେଉଁ ଉଦ୍ୟୋଗ କରାଯିବ ସେନେଇ ଚୂଡ଼ାନ୍ତ କରାଯାଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଆଗୁଆ ପଦକ୍ଷେପ ଭାବେ ପ୍ରତି ଜିଲାକୁ ପ୍ରାରମ୍ଭିକ ରିହାତି ଭାବେ ୩୦ଲକ୍ଷ ଟଙ୍କା ପ୍ରଦାନ ପାଇଁ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ସରକାରଙ୍କଠାରୁ ପ୍ରାପ୍ତ ଏହି ଅନୁଦାନକୁ କିଭଳି ସଫଳତାର ସହ ତ୍ୱରିତ ବିନିଯୋଗ କରାଯାଇ ପାରିବ ସେଥିପାଇଁ ସମସ୍ତ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏକ ଜିଲା ଏକ ଉତ୍ପାଦ ସ୍କିମ୍ରେ କେଉଁ ଜିଲାରେ କେଉଁ ଉଦ୍ୟୋଗ ପ୍ରକଳ୍ପ ରୂପାୟନ କରାଯିବ ତାହା ନିର୍ଦ୍ଧାରିତ ହୋଇଛି। ଆମ୍ବରୁ ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ପାଇଁ ଅନୁଗୋଳ, ବୌଦ୍ଧ, ଢେଙ୍କାନାଳ, କେନ୍ଦୁଝର, ନବରଙ୍ଗପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲାକୁ ବଛା ଯାଇଥିବାବେଳେ ମତ୍ସ୍ୟଭିତ୍ତିକ ଉଦ୍ୟୋଗ ପାଇଁ ବାଲେଶ୍ୱର, ଭଦ୍ରକ ଓ ଗଞ୍ଜାମ, ବାଦାମ ତୈଳବୀଜ ଭିତ୍ତିକ ଉଦ୍ୟୋଗ ଲାଗି ବରଗଡ଼ ଓ ଯାଜପୁରକୁ ସ୍ଥିର କରାଯାଇଛି। ସେହିପରି କଦଳୀ ପ୍ରକ୍ରିୟାକରଣ ପାଇଁ ବଲାଙ୍ଗୀର ଓ କଳାହାଣ୍ଡି, ଦୁଗ୍ଧଭିତ୍ତିକ ଉଦ୍ୟୋଗ ଲାଗି କଟକ ଏବଂ ଜଗତ୍ସିଂହପୁର, କମଳା ଜାତୀୟ ଫଳ ପାଇଁ ଦେବଗଡ଼, ଲଙ୍କାଗୁଣ୍ଡ ମସଲା ପାଇଁ ଝାରସୁଗୁଡ଼ା ଓ ସମ୍ବଲପୁର, ହଳଦୀଗୁଣ୍ଡ ମସଲା ପାଇଁ କନ୍ଧମାଳ, ନଡ଼ିଆ ଜାତୀୟ ଉଦ୍ୟୋଗ ପାଇଁ କେନ୍ଦ୍ରାପଡ଼ା ଓ ପୁରୀ, ଅଦା ପ୍ରକ୍ରିୟାକରଣ ପାଇଁ କୋରାପୁଟ, ମିଲେଟ୍ ପାଇଁ ନୂଆପଡ଼ା ଓ ମାଲକାନଗିରି, ଛତୁ ପାଇଁ ଖୋର୍ଦ୍ଧା, ଆମ୍ବଭିତ୍ତିକ ମହୁ ପ୍ରକ୍ରିୟାକରଣ ପାଇଁ ମୟୂରଭଞ୍ଜ, ଆଖୁଭିତ୍ତିକ ଉଦ୍ୟୋଗ ପାଇଁ ନୟାଗଡ଼, ତେନ୍ତୁଳି ଉଦ୍ୟୋଗ ପାଇଁ ରାୟଗଡ଼ା ଓ ସପୁରି ପ୍ରକ୍ରିୟାକରଣ ନିମନ୍ତେ ଗଜପତି ଜିଲାକୁ ସ୍ଥିର କରାଯାଇଥିବା ଜଣାପଡ଼ିଛି।
ଅଧାପନ୍ତରିଆ ଭିତ୍ତିଭୂମି, ପର୍ଯ୍ୟଟକ ନିରାଶ, ଜରାଜୀର୍ଣ୍ଣ ଅବସ୍ଥାରେ…
ଯାଜପୁର,୨୦ା୧୨(ହର୍ଷବର୍ଦ୍ଧନ ବେହେରା): ଏବେ ପିକ୍ନିକ୍ ଋତୁ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଲାଭ କରିଥିବା ଯାଜପୁର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକମାନେ ବୁଲିବାକୁ ଆସୁଛନ୍ତି।...
୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି
ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...
ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍
ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...
କାର୍ରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି, ମାଡିବସିଲା ପୋଲିସ, ତା’ପରେ…
ମୋହନା,୨୦।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର୍ ସହ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ...
ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି
ଭୁବନେଶ୍ୱର, ୨୦।୧୨(ସୁନିତ୍ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...
ବିଜେଡି ନେତାଙ୍କ ଭୋଜି: ନେତୃତ୍ୱକୁ ବିରୋଧ ଚର୍ଚ୍ଚା…..
ଭୁବନେଶ୍ୱର,୨୦।୧୨(ସୁନିତ୍ ମିଶ୍ର):ବିଜେଡିର କେତେଜଣ ପୂର୍ବତନ ବିଧାୟକ ଏବଂ ଗତ ନିର୍ବାଚନରେ ପରାଜିତ ନେତା ଭୁବନେଶ୍ୱର ଉପକଣ୍ଠରେ ଏକାଠି ହୋଇ ଏକ ଭୋଜିର ଆୟୋଜନ କରିଥିଲେ। ଏହି...
ସରକାରଙ୍କ ବଡ଼ ଘୋଷଣା: ପ୍ରତି ବ୍ଲକରେ ଖୋଲିବ…
ଭୁବନେଶ୍ୱର,୨୦ା୧୨ (ସୁଚିସ୍ମିତା ସାହୁ):ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ...
ବିବାହିତ ମହିଳାଙ୍କ ପ୍ରେମରେ ପଡିଥିଲେ ନାବାଳକ, ଦେଖାକରିବାକୁ ଯାଇ…
ବିଞ୍ଝାରପୁର, ୨୦ା୧୨(ରାମକୃଷ୍ଣ ଦାସ): ପ୍ରେମ ପାଇଁ ଆସିଥିବା ଜଣେ ନାବାଳକ ପ୍ରେମିକଙ୍କ ଝୁଲନ୍ତା ମୃତଦେହକୁ ବିଞ୍ଝାରପୁର ଥାନା ଅଞ୍ଚଳର ପ୍ରେମିକାଙ୍କ ଘର ନିକଟରୁ ଶୁକ୍ରବାର ପୂର୍ବାହ୍ନରେ...
Archives


