Posted inରାଜ୍ୟ

ରାଜ୍ୟରେ ଆରମ୍ଭ ହେବ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ

ଭୁବନେଶ୍ୱର(ବ୍ୟୁରୋ),୨ା୯: କେନ୍ଦ୍ର ସରକାରଙ୍କ ‘ଏକ ଜିଲା ଏକ ଉତ୍ପାଦ’ ସ୍କିମ୍‌ ଅଧୀନରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଔପଚାରିକ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଛନ୍ତି। ଏଥିପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗକୁ ରାଜ୍ୟ ସରକାର ନୋଡାଲ ବିଭାଗ ଏବଂ ଶିଳ୍ପ ନିର୍ଦ୍ଦେଶକଙ୍କୁ ନୋଡାଲ ଅଧିକାରୀ ଭାବେ ମନୋନୀତ କରିଛନ୍ତି। ଯୋଜନାର ରୂପାୟନ ପାଇଁ ଆପିକଲକୁ ନୋଡାଲ୍‌ ସଂସ୍ଥା ଭାବେ ବଛାଯାଇଛି। ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣରେ ନିୟୋଜିତ ଥିବା ଅଣସଂଗଠିତ ଉଦ୍ୟୋଗ ତଥା କୃଷକ ଉତ୍ପାଦକ ସଂଘ, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ସମବାୟ ସମୂହଗୁଡ଼ିକୁ ଏହି ସ୍କିମ୍‌ ବିଶେଷ ସହାୟକ ହେବ। ‘ଏକ ଜିଲା ଏକ ଉତ୍ପାଦ’ ଆଧାରରେ ଭାଲ୍ୟୁଚେନ୍‌କୁ ପ୍ରୋତ୍ସାହିତ କରି ସେମାନଙ୍କ ଆବଶ୍ୟକ ଭିତ୍ତିଭୂମିର ବିକାଶ, ବ୍ରାଣ୍ଡିଂ ଏବଂ ବିପଣନ ସହାୟତା, ଦକ୍ଷତା ବିକାଶ ତାଲିମ ପ୍ରଦାନ ଏବଂ ଏସବୁ ଉପରେ ଅଧିକ ଗବେଷଣା ଆଦି କାର୍ଯ୍ୟରେ ସାହାଯ୍ୟ କରାଯିବ। ସେହିଭଳି ଉଦ୍ୟୋଗଗୁଡ଼ିକୁ ସଫଳ ଭାବେ କାର୍ଯ୍ୟାନ୍ବୟନ କରିବା ପାଇଁ ଆବଶ୍ୟକୀୟ ଦକ୍ଷତା ବିକାଶ ତାଲିମ ଦେବାକୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)କୁ ନୋଡାଲ ଏଜେନ୍ସି ଭାବେ ବଛାଯାଇଛି।
ଅନ୍ୟପକ୍ଷରେ କେତେକ ଯୋଗ୍ୟ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗଗୁଡ଼ିକୁ ଋଣ ଯୋଗାଣର ବ୍ୟବସ୍ଥା କରାଯିବା ସହ ମୂଳଧନ ଉପରେ ୩୫% ହିସାବରେ ସର୍ବାଧିକ ୧୦ଲକ୍ଷ ଟଙ୍କା ଯାଏ ରିହାତି ଦେବାର ବ୍ୟବସ୍ଥା କରାଯିବ। ଏପରିକି ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ପ୍ରାରମ୍ଭିକ ପୁଞ୍ଜିଭାବେ ୪୦ହଜାର ଟଙ୍କା ଯୋଗାଇଦେବା ସହ ଗୋଟିକିଆ ଉଦ୍ୟୋଗକୁ ସର୍ବାଧିକ ୧୦ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ପ୍ରଥମ କିସ୍ତିରେ ୨.୩୧ କୋଟି ଟଙ୍କା ପାଇଛି। ଏହି ସ୍କିମ୍‌ର ସୁଫଳ ଉଦ୍ୟୋଗୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି, ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ, ଶିଳ୍ପ ନିର୍ଦ୍ଦେଶକ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ନିର୍ଦ୍ଦେଶକ, ଭାରତୀୟ କୃଷି ଗବେଷଣା ପରିଷଦର ବୈଜ୍ଞାନିକଙ୍କୁ ନେଇ କେଉଁ ଜିଲାରେ କେଉଁ ଉଦ୍ୟୋଗ କରାଯିବ ସେନେଇ ଚୂଡ଼ାନ୍ତ କରାଯାଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଆଗୁଆ ପଦକ୍ଷେପ ଭାବେ ପ୍ରତି ଜିଲାକୁ ପ୍ରାରମ୍ଭିକ ରିହାତି ଭାବେ ୩୦ଲକ୍ଷ ଟଙ୍କା ପ୍ରଦାନ ପାଇଁ ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ସରକାରଙ୍କଠାରୁ ପ୍ରାପ୍ତ ଏହି ଅନୁଦାନକୁ କିଭଳି ସଫଳତାର ସହ ତ୍ୱରିତ ବିନିଯୋଗ କରାଯାଇ ପାରିବ ସେଥିପାଇଁ ସମସ୍ତ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏକ ଜିଲା ଏକ ଉତ୍ପାଦ ସ୍କିମ୍‌ରେ କେଉଁ ଜିଲାରେ କେଉଁ ଉଦ୍ୟୋଗ ପ୍ରକଳ୍ପ ରୂପାୟନ କରାଯିବ ତାହା ନିର୍ଦ୍ଧାରିତ ହୋଇଛି। ଆମ୍ବରୁ ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ପାଇଁ ଅନୁଗୋଳ, ବୌଦ୍ଧ, ଢେଙ୍କାନାଳ, କେନ୍ଦୁଝର, ନବରଙ୍ଗପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲାକୁ ବଛା ଯାଇଥିବାବେଳେ ମତ୍ସ୍ୟଭିତ୍ତିକ ଉଦ୍ୟୋଗ ପାଇଁ ବାଲେଶ୍ୱର, ଭଦ୍ରକ ଓ ଗଞ୍ଜାମ, ବାଦାମ ତୈଳବୀଜ ଭିତ୍ତିକ ଉଦ୍ୟୋଗ ଲାଗି ବରଗଡ଼ ଓ ଯାଜପୁରକୁ ସ୍ଥିର କରାଯାଇଛି। ସେହିପରି କଦଳୀ ପ୍ରକ୍ରିୟାକରଣ ପାଇଁ ବଲାଙ୍ଗୀର ଓ କଳାହାଣ୍ଡି, ଦୁଗ୍ଧଭିତ୍ତିକ ଉଦ୍ୟୋଗ ଲାଗି କଟକ ଏବଂ ଜଗତ୍‌ସିଂହପୁର, କମଳା ଜାତୀୟ ଫଳ ପାଇଁ ଦେବଗଡ଼, ଲଙ୍କାଗୁଣ୍ଡ ମସଲା ପାଇଁ ଝାରସୁଗୁଡ଼ା ଓ ସମ୍ବଲପୁର, ହଳଦୀଗୁଣ୍ଡ ମସଲା ପାଇଁ କନ୍ଧମାଳ, ନଡ଼ିଆ ଜାତୀୟ ଉଦ୍ୟୋଗ ପାଇଁ କେନ୍ଦ୍ରାପଡ଼ା ଓ ପୁରୀ, ଅଦା ପ୍ରକ୍ରିୟାକରଣ ପାଇଁ କୋରାପୁଟ, ମିଲେଟ୍‌ ପାଇଁ ନୂଆପଡ଼ା ଓ ମାଲକାନଗିରି, ଛତୁ ପାଇଁ ଖୋର୍ଦ୍ଧା, ଆମ୍ବଭିତ୍ତିକ ମହୁ ପ୍ରକ୍ରିୟାକରଣ ପାଇଁ ମୟୂରଭଞ୍ଜ, ଆଖୁଭିତ୍ତିକ ଉଦ୍ୟୋଗ ପାଇଁ ନୟାଗଡ଼, ତେନ୍ତୁଳି ଉଦ୍ୟୋଗ ପାଇଁ ରାୟଗଡ଼ା ଓ ସପୁରି ପ୍ରକ୍ରିୟାକରଣ ନିମନ୍ତେ ଗଜପତି ଜିଲାକୁ ସ୍ଥିର କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri