ସ୍ଲରି ପାଇପ୍‌ଲାଇନ ଫାଟି ଫସଲ ନଷ୍ଟ

କେନ୍ଦୁଝର/ଯୋଡ଼ା,୧୦।୧୧: (ମାନସ ମହାନ୍ତି/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍‌ ନୟାଗଡ଼ ପଞ୍ଚାୟତ କୋଟୁପାଲି ଗାଁରେ ସ୍ଲରି ପାଇପ୍‌ ଲାଇନ କୌଣସି କାରଣରୁ ଫାଟିଯାଇଛି। ଫଳରେ ଜଳ ମିଶ୍ରିତ ଖଣିଜ ଧାନ କ୍ଷେତରେ ମାଡ଼ିଛି। ଏବେ ଧାନ ଅମଳ ସମୟ ହୋଇଥିବାରୁ ସେଠାରେ ଥିବା ୩ରୁ ୪ ଏକର ଫସଲ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। କମ୍ପାନୀ କ୍ଷତିପୂରଣ ଦେବା ସହ ପାଇପ୍‌ଲାଇନ ହଟାଇବାକୁ କ୍ଷତିଗ୍ରସ୍ତ ଚାଷୀ ଓ ଅଞ୍ଚଳବାସୀ ଦାବି କରିଛନ୍ତି। ଚମ୍ପୁଆ ଉପ ଜିଲାପାଳ ଉମାକାନ୍ତ ପରିଡ଼ା, ଝୁମ୍ପୁରା ତହସିଲଦାର, ମଲଦା ରାଜସ୍ବ ନୀରିକ୍ଷକ ଓ କମ୍ପାନୀ କର୍ତ୍ତୃପକ୍ଷ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।
ସୂଚନା ଅନୁଯାୟୀ, ଯୋଡ଼ା ବ୍ଲକ୍‌ ବଡ଼କାଳିମାଟି ପଞ୍ଚାୟତଠାରେ ଥିବା ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କମ୍ପାନୀର ଏହି ସ୍ଲରି ପାଇପ୍‌ଲାଇନ ପଞ୍ଚାୟତର ଖଜୁରିଡ଼ିହି ସାହି, ଝୁମ୍ପୁରା ବ୍ଲକ୍‌ ନୟାଗଡ଼ ପଞ୍ଚାୟତ କୋଟୁପାଲି ଗାଁ ଦେଇଯାଇଛି। ଏହି ସ୍ଲରି ପାଇପ୍‌ଲାଇନ ଦେଇ କମ୍ପାନୀର ଜଳ ମିଶ୍ରିତ ଖଣିଜ ପରିବହନ ହୋଇଥାଏ। ପାଇପ୍‌ଲାଇନ ବହୁ ଲୋକଙ୍କ ଚାଷ ଜମି ଦେଇଯାଇଛି। ଶନିବାର ପୂର୍ବାହ୍ନରେ ଝୁମ୍ପୁରା ବ୍ଲକ୍‌ ନୟାଗଡ଼ ପଞ୍ଚାୟତ କୋଟୁପାଲି ଗାଁର ଧାନ କ୍ଷେତ ଦେଇଯାଇଥିବା ପାଇପ୍‌ ଫାଟିଯାଇଥିଲା। ପାଇପ୍‌ ଫାଟିବା କାରଣରୁ ପରିବହନ ହେଉଥିବା ଖଣିଜ ପଦାର୍ଥ ଖୁବ୍‌ ଜୋର୍‌ରେ ୩୦ରୁ ୪୦ ଫୁଟ ଉଚ୍ଚକୁ ଉଠି ଚାଷ ଜମିରେ ବିଚ୍ଛୁରିତ ହୋଇପଡ଼ିଥିଲା। ଜଳ ମିଶ୍ରିତ ଖଣିଜ ମାଡ଼ି ୩ରୁ ୪ ଏକର ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବୈକୁଣ୍ଠ ବେହେରା, ସୁବାସ ଚନ୍ଦ୍ର ବେହେରା ପ୍ରମୁଖଙ୍କ ଧାନ ଫସଲରେ ଲୁହାଗୁଣ୍ଡ ଏବଂ କାଦୁଅ ଆସ୍ତରଣ ଜମି ରହିଛି। କୋଟୁପାଲି ଗ୍ରାମର ଜମି ମାଲିକ ସୁବାସ ଚନ୍ଦ୍ର ବେହେରା କହିଛନ୍ତି, ଭବିଷ୍ୟତର ପରିଣାମ ସମ୍ପର୍କରେ ଅବଗତ ନ ଥିବାରୁ ପାଇପ୍‌ ଲାଇନ୍‌ର ସଂଯୋଗୀକରଣ ସମୟରେ କମ୍ପାନୀକୁ ଅନୁମତି ପ୍ରଦାନ କରିଥିଲେ। ବର୍ତ୍ତମାନ ଏହା ତାଙ୍କ ଫସଲ ପାଇଁ ବିପଦ ସୃଷ୍ଟି କରୁଛି। ଜମିରେ ଯେହେତୁ ଜଳମିଶ୍ରିତ ଗୁଣ୍ଡ ଖଣିଜ ଚାରିଆଡ଼େ ବିଚ୍ଛୁରିତ ହୋଇଛି, ଜମିର ଉର୍ବରତା ନଷ୍ଟ ହେବା କାରଣରୁ ସେଥିରେ ଆଗାମୀ ଦିନରେ ଚାଷ ହେବା ଅସମ୍ଭବ। ଫସଲର କ୍ଷତିପୂରଣ କମ୍ପାନୀ ପ୍ରଦାନ କରିବା ସହ ପାଇପ୍‌ଲାଇନ ହଟାଇବା ପାଇଁ ଦାବି କରିଛନ୍ତି। ଏଥିସହ ବଡ଼ କାଳୀମାଟି ପଞ୍ଚାୟତର ଜମି ମାଲିକ ମଧ୍ୟ ପାଇପ୍‌ ହଟାଇବାକୁ ଦାବି କରିଛନ୍ତି। ଏ ନେଇ ଆର୍ସେଲର ମିତ୍ତଲ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି, ପୂର୍ବାହ୍ନ ୧୦ଟା ୨୪ ମିନିଟ୍‌ରେ ଦବୁନା ବେନିଫିସିଏଶ୍‌ନ ପ୍ଲାଣ୍ଟ୍‌ ବାହାରେ ଥିବା ସ୍ଲରି ପାଇପ୍‌ଲାଇନ୍‌ରେ ସାମାନ୍ୟ ଲିକେଜ୍‌ ହୋଇଥିଲା। ଜଣାପଡ଼ିବା ପରେ ତୁରନ୍ତ ପମ୍ପିଂ ବନ୍ଦ କରିଦିଆଯାଇଥିଲା। ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ କାର୍ଯ୍ୟ କରୁଛି। ଆବଶ୍ୟକ କ୍ଷତିପୂରଣ ପାଇଁ ସମ୍ପୃକ୍ତ ଚାଷୀଙ୍କ ସହ ଆଲୋଚନା କରାଯାଉଛି। ଉପ ଜିଲାପାଳ ପରିଡ଼ା କହିଛନ୍ତି, କ୍ଷତିଗ୍ରସ୍ତ ଚାଷୀଙ୍କୁ କମ୍ପାନୀ କ୍ଷତିପୂରଣ ଦେବାକୁ ରାଜି ହୋଇଛି। ପୁରୁଣା ପାଇପ୍‌ ଲାଇନ ହୋଇଥିବାରୁ ଦୁଇ ପାଇପ୍‌ ସଂଯୋଗ ସ୍ଥାନରେ ଫାଟିଯାଇଥିଲା। ପାଖାପାଖି ୩୦ ଡିସିମିଲି ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri