Categories: ଫୁରସତ

ଧିରେ ଧିରେ ସାପ ମୁହଁକୁ ହାତ ନେଉଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ୟୁନିଫର୍ମରେ ଥିବା ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି। ବ୍ୟକ୍ତି ଜଣକ ଏକ ସାପର ମୁହଁ ପାଖକୁ ହାତ ଧିରେଧିରେ ନେଇ ତାକୁ ମାଡ଼ି ବସୁଛନ୍ତି। ପରେ ତାକୁ କାବୁ କରି ନେଉଛନ୍ତି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

Share