ମାଇଲଖୁଣ୍ଟ ଅପେକ୍ଷାରେ ସ୍କୋଡା

ନୂଆଦିଲ୍ଲୀ,୨୧।୧୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆ ତା’ର ପରବର୍ତ୍ତୀ ମାଇଲଖୁଣ୍ଟ ଅପେକ୍ଷାରେ ରହିଛି। କାରଣ କମ୍ପାନୀର ଇଣ୍ଡିଆ ୨.୦ ରଣନୀତି ଜରିଆରେ ଆଗକୁ ବଢୁଛି। ବିଶେଷକରି କମ୍ପାନୀ ଗ୍ରାହକଙ୍କ ସ୍ପର୍ଶବିନ୍ଦୁ ବୃଦ୍ଧିକରି ବର୍ତ୍ତମାନ ସାରା ଭାରତରେ ୨୨୫ରୁ ଅଧିକରେ ପହଞ୍ଚତ୍ଛି। ଏ ସମ୍ପର୍କରେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ୍‌ ନିର୍ଦ୍ଦେଶକ ପିଟର ସ୍ଲୋକ୍‌ କହିଛନ୍ତି, ସ୍କୋଡାର ଇଣ୍ଡିଆ ୨.୦ ରଣନୀତି ପାଇଁ ଗ୍ରାହକ କୈନ୍ଦ୍ରିକତା ଏବଂ ଗ୍ରାହକଙ୍କ ସନ୍ତୁଷ୍ଟି ଗୁରୁତ୍ୱପୂର୍ଣ୍ଣ । ବିଶେଷକରି ଏହା ହାସଲ କରିବାର ଚାବି ହେଲା ଆମର ନେଟ୍‌ୱର୍କକୁ ବିସ୍ତାର କରିବା ଏବଂ ଆମ ଗ୍ରାହକଙ୍କ ଅଧିକ ନିକଟତର ହେବା। ବିକ୍ରି ଏବଂ ସେବା ଆଉଟଲେଟ୍‌, କମ୍ପେକ୍ଟ କର୍ମଶାଳା, ଶୋ’ରୁମ୍‌ ଅନ୍ତର୍ଭୁକ୍ତ କରୁଥିବା ଆମର ଗ୍ରାହକ ସ୍ପର୍ଶବିନ୍ଦୁ ଚମତ୍କାର କ୍ରୟ, ମାଲିକାନା ଏବଂ ରକ୍ଷଣାବେକ୍ଷଣ ଅଭିଜ୍ଞତାକୁ ବଢ଼ାଇବା ଆମ ପାଇଁ ଏକ ରାସ୍ତା । ଆମ ଗ୍ରାହକମାନେ ଏକ ସ୍କୋଡାର ମାଲିକ ହେବା ବେଳେ ସେମାନଙ୍କୁ ମାଲିକାନା କମ୍‌ ଖର୍ଚ୍ଚ, ଉଦ୍ୟୋଗ ଅଗ୍ରଣୀ ୱାରେଣ୍ଟି ଏବଂ ରକ୍ଷଣାବେକ୍ଷଣ ପ୍ୟାକେଜ ସହ ଗ୍ରାହକମାନଙ୍କୁ ଏକ ପୁରସ୍କୃତ ଅଭିଜ୍ଞତା ପ୍ରଦାନ କରିବା ଆମ ଲକ୍ଷ୍ୟର ଏକ ସ୍ବାଭାବିକ ଅଂଶ । ବାର୍ଷିକ ବିକ୍ରି ୫୦,୦୦୦ କାର୍‌ ଅତିକ୍ରମ କରିଥିବା ଏବଂ ଚଳିତ ବର୍ଷରେ ଗଣନା ଜାରି ରହିଥିବା ୨୦୨୨କୁ ସ୍କୋଡା ଅଟୋ ଇଣ୍ଡିଆ ଦେଶରେ ସବୁଠାରୁ ବଡ଼ ବର୍ଷ ଭାବେ ରେକର୍ଡ କରିଛି। ବାର୍ଷିକ ବିକ୍ରିକୁ ୨୦୨୧ ତୁଳନାରେ କମ୍ପାନୀ ପୂର୍ବରୁ ଦ୍ୱିଗୁଣିତ କରିସାରିଛି ଏବଂ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଭାରତ ତୃତୀୟ ବୃହତ୍ତମ ବଜାର ଭାବେ ପରିଗଣିତ ହେଉଛି। ଇଣ୍ଡିଆ ୨.୦ର ଆଗମନ ପରଠାରୁ ଗ୍ରାହକ ସ୍ପର୍ଶବିନ୍ଦୁ ବୃଦ୍ଧି କରିବାର ଯାତ୍ରାରେ ସ୍କୋଡା ଅଟୋ ଇଣ୍ଡିଆ ୨୦୨୦ ଡିସେମ୍ବରରେ ୧୨୦ ଥିବାବେଳେ ୨୦୨୧ ଡିସେମ୍ବରରେ ୧୭୫ଟି ସ୍ପର୍ଶବିନ୍ଦୁ ରହିଥିଲା। ଏପରିକି ଖୁବ୍‌ଶୀଘ୍ର ୨୫୦ ସ୍ପର୍ଶବିନ୍ଦୁ ଛୁଇଁବାର ଲକ୍ଷ୍ୟ ସହ ୨୨୫ରୁ ଅଧିକ ସ୍ପର୍ଶବିନ୍ଦୁରେ ବର୍ତ୍ତମାନ ପହଞ୍ଚତ୍ଛି। ଏହି ଗ୍ରାହକ ସ୍ପର୍ଶବିନ୍ଦୁରେ ଅନ୍ୟାନ୍ୟ ମଧ୍ୟରେ ସମ୍ପୂର୍ଣ୍ଣ ଡିଜିଟାଲିକରଣ ହୋଇଥିବା ଶୋ’ରୁମ୍‌, ଡିଲରଶିପ, ବିକ୍ରୟ ଶାଖା, ସେବା କେନ୍ଦ୍ର ଏବଂ କମ୍ପାକ୍ଟ କର୍ମଶାଳା ଅନ୍ତର୍ଭୁକ୍ତ ହୋଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri