ମାଇଲଖୁଣ୍ଟ ଅପେକ୍ଷାରେ ସ୍କୋଡା

ନୂଆଦିଲ୍ଲୀ,୨୧।୧୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆ ତା’ର ପରବର୍ତ୍ତୀ ମାଇଲଖୁଣ୍ଟ ଅପେକ୍ଷାରେ ରହିଛି। କାରଣ କମ୍ପାନୀର ଇଣ୍ଡିଆ ୨.୦ ରଣନୀତି ଜରିଆରେ ଆଗକୁ ବଢୁଛି। ବିଶେଷକରି କମ୍ପାନୀ ଗ୍ରାହକଙ୍କ ସ୍ପର୍ଶବିନ୍ଦୁ ବୃଦ୍ଧିକରି ବର୍ତ୍ତମାନ ସାରା ଭାରତରେ ୨୨୫ରୁ ଅଧିକରେ ପହଞ୍ଚତ୍ଛି। ଏ ସମ୍ପର୍କରେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ୍‌ ନିର୍ଦ୍ଦେଶକ ପିଟର ସ୍ଲୋକ୍‌ କହିଛନ୍ତି, ସ୍କୋଡାର ଇଣ୍ଡିଆ ୨.୦ ରଣନୀତି ପାଇଁ ଗ୍ରାହକ କୈନ୍ଦ୍ରିକତା ଏବଂ ଗ୍ରାହକଙ୍କ ସନ୍ତୁଷ୍ଟି ଗୁରୁତ୍ୱପୂର୍ଣ୍ଣ । ବିଶେଷକରି ଏହା ହାସଲ କରିବାର ଚାବି ହେଲା ଆମର ନେଟ୍‌ୱର୍କକୁ ବିସ୍ତାର କରିବା ଏବଂ ଆମ ଗ୍ରାହକଙ୍କ ଅଧିକ ନିକଟତର ହେବା। ବିକ୍ରି ଏବଂ ସେବା ଆଉଟଲେଟ୍‌, କମ୍ପେକ୍ଟ କର୍ମଶାଳା, ଶୋ’ରୁମ୍‌ ଅନ୍ତର୍ଭୁକ୍ତ କରୁଥିବା ଆମର ଗ୍ରାହକ ସ୍ପର୍ଶବିନ୍ଦୁ ଚମତ୍କାର କ୍ରୟ, ମାଲିକାନା ଏବଂ ରକ୍ଷଣାବେକ୍ଷଣ ଅଭିଜ୍ଞତାକୁ ବଢ଼ାଇବା ଆମ ପାଇଁ ଏକ ରାସ୍ତା । ଆମ ଗ୍ରାହକମାନେ ଏକ ସ୍କୋଡାର ମାଲିକ ହେବା ବେଳେ ସେମାନଙ୍କୁ ମାଲିକାନା କମ୍‌ ଖର୍ଚ୍ଚ, ଉଦ୍ୟୋଗ ଅଗ୍ରଣୀ ୱାରେଣ୍ଟି ଏବଂ ରକ୍ଷଣାବେକ୍ଷଣ ପ୍ୟାକେଜ ସହ ଗ୍ରାହକମାନଙ୍କୁ ଏକ ପୁରସ୍କୃତ ଅଭିଜ୍ଞତା ପ୍ରଦାନ କରିବା ଆମ ଲକ୍ଷ୍ୟର ଏକ ସ୍ବାଭାବିକ ଅଂଶ । ବାର୍ଷିକ ବିକ୍ରି ୫୦,୦୦୦ କାର୍‌ ଅତିକ୍ରମ କରିଥିବା ଏବଂ ଚଳିତ ବର୍ଷରେ ଗଣନା ଜାରି ରହିଥିବା ୨୦୨୨କୁ ସ୍କୋଡା ଅଟୋ ଇଣ୍ଡିଆ ଦେଶରେ ସବୁଠାରୁ ବଡ଼ ବର୍ଷ ଭାବେ ରେକର୍ଡ କରିଛି। ବାର୍ଷିକ ବିକ୍ରିକୁ ୨୦୨୧ ତୁଳନାରେ କମ୍ପାନୀ ପୂର୍ବରୁ ଦ୍ୱିଗୁଣିତ କରିସାରିଛି ଏବଂ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଭାରତ ତୃତୀୟ ବୃହତ୍ତମ ବଜାର ଭାବେ ପରିଗଣିତ ହେଉଛି। ଇଣ୍ଡିଆ ୨.୦ର ଆଗମନ ପରଠାରୁ ଗ୍ରାହକ ସ୍ପର୍ଶବିନ୍ଦୁ ବୃଦ୍ଧି କରିବାର ଯାତ୍ରାରେ ସ୍କୋଡା ଅଟୋ ଇଣ୍ଡିଆ ୨୦୨୦ ଡିସେମ୍ବରରେ ୧୨୦ ଥିବାବେଳେ ୨୦୨୧ ଡିସେମ୍ବରରେ ୧୭୫ଟି ସ୍ପର୍ଶବିନ୍ଦୁ ରହିଥିଲା। ଏପରିକି ଖୁବ୍‌ଶୀଘ୍ର ୨୫୦ ସ୍ପର୍ଶବିନ୍ଦୁ ଛୁଇଁବାର ଲକ୍ଷ୍ୟ ସହ ୨୨୫ରୁ ଅଧିକ ସ୍ପର୍ଶବିନ୍ଦୁରେ ବର୍ତ୍ତମାନ ପହଞ୍ଚତ୍ଛି। ଏହି ଗ୍ରାହକ ସ୍ପର୍ଶବିନ୍ଦୁରେ ଅନ୍ୟାନ୍ୟ ମଧ୍ୟରେ ସମ୍ପୂର୍ଣ୍ଣ ଡିଜିଟାଲିକରଣ ହୋଇଥିବା ଶୋ’ରୁମ୍‌, ଡିଲରଶିପ, ବିକ୍ରୟ ଶାଖା, ସେବା କେନ୍ଦ୍ର ଏବଂ କମ୍ପାକ୍ଟ କର୍ମଶାଳା ଅନ୍ତର୍ଭୁକ୍ତ ହୋଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri