ସ୍କୁଲରେ ଶିକ୍ଷା ପୂର୍ବରୁ ଦକ୍ଷତା ଟେଷ୍ଟ

ଅନୁଗୋଳ ଅଫିସ, ୧୦।୧୦

କରୋନା କାରଣରୁ ଗତ ମାର୍ଚ୍ଚରୁ ସ୍କୁଲ ବନ୍ଦ ହେବା ପରେ କେବଳ ଅନ୍‌ଲାଇନ୍‌ ଶିକ୍ଷା ହିଁ ଏକମାତ୍ର ଭରସା ପାଲଟିଛି। ହେଲେ ବିଭିନ୍ନ କାରଣରୁ ଅନୁଗୋଳ ଜିଲାର ହଜାର ହଜାର ଛାତ୍ରୀଛାତ୍ରଙ୍କ ନିକଟରେ ଏହି ଶିକ୍ଷା ପହଞ୍ଚିପାରି ନାହିଁ। ଦୀର୍ଘ ୬ ମାସ ପରେ ମଧ୍ୟ ସଂକ୍ରମଣ ହାରରେ ସେପରି ହ୍ରାସ ପରିଲକ୍ଷିତ ହେଉ ନ ଥିବାବେଳେ ଏଣେ ଶିକ୍ଷାବର୍ଷ ଗଡ଼ିଯାଉଛି। ତେଣୁ ବିଦ୍ୟାଳୟରେ କେମିତି ପିଲାଙ୍କୁ ସୁରକ୍ଷିତ ଶିକ୍ଷାଦାନ କରାଯାଇପାରିବ ସେ ନେଇ ସରକାର ଏବେ ଚିନ୍ତା କରିବା ସହ ସ୍କୁଲ ସଫେଇ କାର୍ଯ୍ୟ କରିବାକୁ ଇତିମଧ୍ୟରେ ନିର୍ଦ୍ଦେଶ ଦେଇସାରିଛନ୍ତି। ସରକାରଙ୍କ ଉକ୍ତ ନିର୍ଦ୍ଦେଶନାମା ପହଞ୍ଚିବା ପରେ ଏବେ ଅନୁଗୋଳ ଜିଲାର ଶିକ୍ଷାନୁଷ୍ଠାନଗୁଡ଼ିକରେ ତତ୍ପରତା ପ୍ରକାଶ ପାଇଛି। ଆଗାମୀ ଦିନରେ ସରକାର ସ୍କୁଲରେ ପାଠପଢ଼ା ପାଇଁ ସବୁଜ ସଂକେତ ଦେଲେ ପ୍ରଥମେ ମାଧ୍ୟମିକ ଶ୍ରେଣୀର ଛାତ୍ରୀଛାତ୍ରମାନେ ହିଁ ବିଦ୍ୟାଳୟ ଆସିପାରନ୍ତି। ତେଣୁ ସ୍କୁଲରେ ଶିକ୍ଷାଦାନ ପୂର୍ବରୁ ସେମାନଙ୍କ ଦକ୍ଷତା ମପାଯିବାକୁ ଅନ୍‌ଲାଇନ୍‌ରେ ଟେଷ୍ଟ କରାଯିବ ବୋଲି ଶିକ୍ଷୟିତ୍ରୀ ଶିକ୍ଷକମାନେ ପ୍ରକାଶ କରିଛନ୍ତି।
ଅନୁଗୋଳ ଜିଲାର ସମସ୍ତ ବିଦ୍ୟାଳୟରେ ଏବେ ସଫେଇ କାର୍ଯ୍ୟ ଚାଲିଛି। ଗତ ୬ ତାରିଖରେ ଜିଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଚିଠି ନଂ. ନଂ ୫୭୮୯ରେ ସ୍କୁଲ ପରିସର ସଫା ସୁତରା କରିବା ସହ ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଦନୁଯାୟୀ ଶିକ୍ଷକମାନେ ସ୍କୁଲ ଆସି ଉକ୍ତ କାର୍ଯ୍ୟର ତଦାରଖ କରୁଛନ୍ତି। ଏଣେ ଅନ୍‌ଲାଇନ୍‌ରେ ପାଠପଢ଼ା ହେଉଥିଲେ ମଧ୍ୟ ଛାତ୍ରୀଛାତ୍ରମାନଙ୍କ ମୂଳଦୁଆ ସୁଦୃଢ଼ ହୋଇପାରି ନାହିଁ। ଏପରି କି ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ସହ ସେମାନଙ୍କ ସିଧାସଳଖ ପରିଚୟ ଏଯାଏ ହୋଇନାହିଁ। କେବଳ ନୋଡାଲ ବିଦ୍ୟାଳୟକୁ ଛାଡ଼ିଦେଲେ ଜିଲାର ବିଭିନ୍ନ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ ଛାତ୍ରୀଛାତ୍ରଙ୍କୁ ଚିହ୍ନି ନାହାନ୍ତି। ଏପରି ଅବସ୍ଥାରେ ଅନ୍‌ଲାଇନ୍‌ ଶିକ୍ଷା ଅନେକ ପିଲାଙ୍କ ନିକଟରେ ଠିକ୍‌ ଭାବେ ପହଞ୍ଚୁଛି କି ନାହିଁ ତାହା ଜଣାପଡ଼ୁ ନାହିଁ। ତେଣୁ ସ୍କୁଲରେ ପାଠପଢ଼ା କେବେଠାରୁ ଆରମ୍ଭ ହେବ ସେ ନେଇ ସରକାର ଆଗାମୀ ଦିନରେ ଘୋଷଣା କରିବା ପରେ ଶିକ୍ଷାଦାନ ତ୍ୱରାନ୍ବିତ ହୋଇପାରିବ। ତେବେ ଏହାପୂର୍ବରୁ ଅଷ୍ଟମରୁ ନୂଆ କରି ୯ମ ଶ୍ରେଣୀ(ସେକେଣ୍ଡାରି ବିଦ୍ୟାଳୟ)କୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କ ଦକ୍ଷତା ମାପିବାକୁ ଅନ୍‌ଲାଇନ୍‌ରେ ଉତ୍କର୍ଷ ପରୀକ୍ଷା କରାଯିବ। ଏଥିରେ ପଞ୍ଚମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମକୁ ନେଇ ପରୀକ୍ଷା ହେବ। ପୂର୍ବରୁ ଏହି ଉତ୍କର୍ଷ ପାଠ୍ୟକ୍ରମ ୬୯ ଦିନ ରହିଥିବାବେଳେ ଏବେ ତାହାକୁ ହ୍ରାସ କରି ୩୫ ଦିନ କରାଯାଇଛି। ଏଥିରେ ଛାତ୍ରୀଛାତ୍ରଙ୍କ ଗଣିତ, ବିଜ୍ଞାନ, ଇଂଲିଶ ଓ ସାହିତ୍ୟ ଦକ୍ଷତା ମପାଯିବା ସହ ତାହାର ବିକାଶ ଦିଗରେ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ଅଧିକ ଯତ୍ନବାନ ହେବେ। ଅନ୍‌ଲାଇନ୍‌ରେ କିଭଳି ଭାବେ ଏହି ପରୀକ୍ଷା ଦେବେ ସେ ନେଇ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ଏବେ ପିଲାଙ୍କୁ ଅବଗତ କରୁଥିବା ସୂଚନା ମିଳିଛି।
ଶୈକ୍ଷିକ ବାତାବରଣ ଶୀଘ୍ର ଫେରିବ
କରୋନା ଯୋଗୁ ବିଭିନ୍ନ ବିଦ୍ୟାଳୟ ବନ୍ଦ ରଖାଯାଇଥିଲା। କେତେକ ଶିକ୍ଷାନୁଷ୍ଠାନକୁ ସଙ୍ଗରୋଧ କେନ୍ଦ୍ରରେ ପରିଣତ କରାଯାଇଥିଲା। ସରକାରଙ୍କ ନିର୍ଦ୍ଦେଶ ପରେ ୭ ତାରିଖରୁ ସ୍କୁଲଗୁଡ଼ିରେ ସଫେଇ ଚାଲିଛି। ଶୈକ୍ଷିକ ବାତାବରଣ କିପରି ଶୀଘ୍ର ଫେରିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି।
-କଳ୍ପନା ବେହେରା, ଜିଲା ଶିକ୍ଷା ଅଧିକାରୀ
ସ୍ବାଗତଯୋଗ୍ୟ ପଦକ୍ଷେପ
କେବେ ସ୍କୁଲରେ ପାଠପଢ଼ା ହେବ ସେ ନେଇ ଘୋଷଣା ହୋଇନାହିଁ। ତଥାପି ସରକାରଙ୍କ ପ୍ରସ୍ତୁତି ସ୍ବାଗତଯୋଗ୍ୟ। ଅନ୍‌ଲାଇନ୍‌ ଶିକ୍ଷା ସମସ୍ତଙ୍କ ନିକଟରେ ପହଞ୍ଚିପାରୁ ନ ଥିଲା। ବିଦ୍ୟାଳୟ ଖୋଲିଲେ ପାଠ୍ୟକ୍ରମ ସମ୍ପର୍କରେ ପ୍ରଥମେ ପିଲାଙ୍କୁ ଅବଗତ କରାଯିବ।
-ମଧୁସ୍ମିତା ନନ୍ଦ, ପ୍ରଧାନ ଶିକ୍ଷୟିତ୍ରୀ, ଅନୁଗୋଳ ଉଚ୍ଚ ବିଦ୍ୟାଳୟ
ପିଲାଙ୍କ ମନୋବଳ ଦୃଢ଼ ହେବ
ଅନ୍‌ଲାଇନ୍‌ ଶିକ୍ଷାରୁ ୬୦ ପ୍ରତିଶତ ପିଲା ବଞ୍ଚିତ ରହିଛନ୍ତି। ସେମାନେ ସ୍କୁଲକୁ ଆସିଲେ ଶିକ୍ଷକମାନଙ୍କଠାରୁ ପାଠ ଭଲଭାବେ ବୁଝିପାରିବେ। ଏଥିସହ କରୋନା ମୁକାବିଲା ପାଇଁ ସେମାନଙ୍କ ମନୋବଳ ଦୃଢ଼ ହୋଇପାରିବ।
-ରଞ୍ଜନ କୁମାର ସାହୁ, ବିଜ୍ଞାନ ଶିକ୍ଷକ, କୋଲିୟରୀ ଉଚ୍ଚ ବିଦ୍ୟାଳୟ
ଘର ଘର ବୁଲି ପଢ଼ାଯାଉଛି
ଅନ୍‌ଲାଇନ୍‌ ଶିକ୍ଷା ଜରିଆରେ ପିଲାଙ୍କ ଦକ୍ଷତା ମପାଯାଇ ପାରିବନି। ସେମାନେ ସ୍କୁଲ ଆସିଲେ ସେଥିପ୍ରତି ପ୍ରଥମେ ଦୃଷ୍ଟି ଦିଆଯିବ। ସ୍କୁଲ ବନ୍ଦଥିବାରୁ ଶିକ୍ଷୟିତ୍ରୀ ଶିକ୍ଷକମାନେ ବିଭିନ୍ନ ଅଞ୍ଚଳକୁ ଯାଇ ଛାତ୍ରୀଛାତ୍ରମାନଙ୍କ ପାଠପଢ଼ା ସମ୍ପର୍କରେ ବୁଝୁଛନ୍ତି।
-ଗୁଣ୍ଡିଚା ଖୁଣ୍ଟିଆ, ଶିକ୍ଷୟିତ୍ରୀ,
ଜନତା ଉଚ୍ଚ ବିଦ୍ୟାଳୟ, ଗଡ଼ତରାସ


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ, ୫୫ ଲକ୍ଷର…

ଫୁଲବାଣୀ,୨୪।୩(ରିଙ୍କୁ ରାଉତ): ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ। କନ୍ଧମାଳ ପୋଲିସ ପାଖରେ ଶୁକ୍ରୁର ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏକେ-୪୭ ସହ ସେ  ଆତ୍ମସମର୍ପଣ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଲେ ରବୀନ୍ଦ୍ର ଜେନ, ହୋଇଥିଲା କି…

ଭୁବନେଶ୍ୱର,୨୪।୩: ବାଲେଶ୍ବର ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଲେ ରବୀନ୍ଦ୍ର ଜେନା। ଦିଲ୍ଲୀସ୍ଥିତ ପ୍ରତାପଙ୍କ ବାସଭବନକୁ ଯାଇ ସେ ଭେଟଥିବା ଜଣାପଡ଼ିଛି। ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ…

ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର!

ଭୁବନେଶ୍ୱର,୨୪।୩: ବିଜେଡିରେ ବିଦ୍ରୋହ। ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର। ଚୌଦ୍ୱାର-କଟକର ସମସ୍ତ କର୍ପୋରେଟର ଏକାଠି ହୋଇଥିବା ଜଣାପଡିଛି। ପ୍ରଭାତ ଓ ସୌଭିକଙ୍କ କୁଶପୁତ୍ତଳିକା ଦାହକୁ କର୍ପୋରେଟର ବିରୋଧ…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri