ରେପୋ ରେଟ୍‌ ଅପରିବର୍ତ୍ତିତ

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ଗର୍ଭନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। କେନ୍ଦ୍ରୀୟ ବ୍ୟାଙ୍କ ଏହି ବୈଠକରେ ରେପୋ ରେଟ୍‌ (ଆର୍‌ବିଆଇ ବ୍ୟାଙ୍କଗୁଡିକ ଯେଉଁ ସୁଧ ହାରରେ ଋଣ ଦିଏ)କୁ ଅପରିବର୍ତ୍ତିତ ୪% ରଖିଛି। ସେହିଭଳି ରିଭର୍ସ ରେପୋ(ଯେଉଁ ହାରରେ ବ୍ୟାଙ୍କଗୁଡିକଠାରୁ ରିଜର୍ଭ ବ୍ୟାଙ୍କ ଋଣ ନିଏ)କୁ ୩.୨୫% ରଖିଛି। ସ୍ଥିତିକୁ ବିଚାରକରି ଆଗାମୀ ଦିନରେ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାରରେ ନମନିୟତା ନେଇ ପଦକ୍ଷେପ ନେବ ବୋଲି ଆଶା ରଖିଛି। ଏମ୍‌ପିସି ବୈଠକ ପରେ ସୂଚନା ଦେଇ ଶକ୍ତିକାନ୍ତ କହିଛନ୍ତି ଯେ, କରୋନା ଭାଇରସ୍‌ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଚଳିତ ଆର୍ଥତ୍କ ବର୍ଷରେ ଦେଶର ରିୟଲ ଜିଡିପି ୯.୫% ଖସିବା ନେଇ ଆକଳନ କରାଯାଇଛି। ସୂଚନାଯୋଗ୍ୟ ପ୍ରଥମ ତ୍ରୈମାସରେ ଜିଡିପି ୨୩.୯% ଖସିଯାଇଛି। ସେ ପୁଣି କହିଛନ୍ତି, ଅର୍ଥ ବ୍ୟବସ୍ଥାରେ ଧୀରେ ଧୀରେ ସୁଧାର ପରିଲକ୍ଷିତ ହେଉଛି। ଘରୋଇ ବଜାରକୁ ପୁଣି ଥରେ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ଫୋକସ୍‌ କରାଯାଉଛି।
ମୁଦ୍ରାସ୍ଫୀତି ସମ୍ପର୍କରେ ମତ ରଖି ସେ କହିଛନ୍ତି, ଚଳିତ ଆର୍ଥତ୍କ ବର୍ଷ ଚତୁର୍ଥ ତ୍ରୈମାସରେ ମୁଦ୍ରାସ୍ଫୀତି ଧାର୍ଯ୍ୟଲକ୍ଷ୍ୟ ମଧ୍ୟରେ ରଖିବାକୁ ପ୍ରୟାସ କରାଯାଇଛି। ସେହିଭଳି ଚତୁର୍ଥ ତ୍ରୈମାସରେ ଜିଡିପିରେ ହ୍ରାସ ଧାରା ଶେଷ ହୋଇ ଉନ୍ନତି ପରିଲକ୍ଷିତ ହେବ। ୨୦୨୧ ମାର୍ଚ୍ଚ ୩୧ ଯାଏ ମୁଦ୍ରାସ୍ଫୀତିକୁ ୪% ସ୍ତରରେ ରଖିବା ନେଇ ଲକ୍ଷ୍ୟ ରଖାଯାଇଛି। ଏହାର ଊର୍ଦ୍ଧ୍ୱଗାମୀ ସ୍ତର ୬% ଏବଂ ନିମ୍ନଗାମୀ ସ୍ତର ୨% ମଧ୍ୟ ଧାର୍ଯ୍ୟ ହୋଇଛି। ଚଳିତ ବର୍ଷ ରିଜର୍ଭ ବ୍ୟାଙ୍କ ମୋଟ ୧୧୫ ବେସିସ୍‌ ପଏଣ୍ଟ ସୁଧ ହାର ହ୍ରାସ କରିଛି। ୨୦୧୯ ଫେବୃୟାରୀ ପରଠାରୁ ବର୍ତ୍ତମାନ ସୁଦ୍ଧା ମୋଟ ୨୫୦ ବେସିସ୍‌ ପଏଣ୍ଟ ରେପୋ ହ୍ରାସ ହୋଇଛି। ଅର୍ଥନୈତିକ ଅଭିବୃଦ୍ଧିକୁ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ଏଭଳି ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି। କରୋନା ମହାମାରୀକୁ ରୋକିବା ଲାଗି ରିଜର୍ଭ ବ୍ୟାଙ୍କ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନେଇଛି।
ଘରୋଇ ବଜାରରେ ନଗଦ ସ୍ଥିତିକୁ ଉନ୍ନତ କରିବା ଲାଗି ରିଜର୍ଭ ବ୍ୟାଙ୍କ ଓପନ ମାର୍କେଟ ଅପରେଶନ ଭଳି ପଦକ୍ଷେପ ହାତକୁ ନେବ। ୩ ବର୍ଷ ଅବଧି ଲାଗି କେନ୍ଦ୍ରୀୟ ବ୍ୟାଙ୍କ ଟାର୍ଗେଟେଡ୍‌ ଲଙ୍ଗ୍‌ ଟର୍ମ ରେପୋ ଅପରେଶନ(ଟିଏଲ୍‌ଟିଆର୍‌ଓ) କାର୍ଯ୍ୟକାରୀ କରାଇବ ବୋଲି ଜଣାପଡିଛି। ଏହାର ମୂଲ୍ୟ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ରହିବ। ଏହାର ଫ୍ଲୋଟିଂ ହାରକୁ ରେପୋ ସହ ସଂଯୋଗ କରାଯିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ବର୍ଷ ମାର୍ଚ୍ଚ ୩୧ ଯାଏ ଏହା ଜାରି ରହିବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ସେହିଭଳି କେନ୍ଦ୍ରୀୟ ବ୍ୟାଙ୍କ ଆଉଟରାଇଟ ବଣ୍ଡ ପରଚେଜ୍‌ କାର୍ଯ୍ୟକ୍ରମ ଜାରି ରଖିଛି। ଏହାର ମୂଲ୍ୟ ପ୍ରାୟ ୨୦ ହଜାର କୋଟି ଟଙ୍କାକୁ ବଢାଯାଇଛି। ସେହିଭଳି ନୂଆ ହାଉସିଂ ଋଣ କ୍ଷେତ୍ରରେ ୨୦୨୨ ମାର୍ଚ୍ଚ ଯାଏ କେତେକ କୋହଳ ବ୍ୟବସ୍ଥା କରାଯାଇଛି। ଏହା ଏନ୍‌ବିଏଫ୍‌ସି, ହାଉସିଂ ଫାଇନାନ୍ସ କମ୍ପାନୀଙ୍କ ପାଇଁ ମଧ୍ୟ ଲାଗୁ ହୋଇପାରିବ। ରିୟଲ ଟାଇମ ଗ୍ରସ୍‌ ସେଟେଲମେଣ୍ଟକୁ ଡିସେମ୍ବରଠାରୁ ସବୁ ସମୟରେ ପ୍ରଦାନ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ବ୍ୟବସ୍ଥା ହାତକୁ ନେଇଛି। ୭୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହାଉସିଂ ଋଣ ସୁଲଭ ହେବ ବୋଲି ଜଣାପଡିଛି। ଏହି ସେଗ୍‌ମେଣ୍ଟକୁ ବ୍ୟାଙ୍କ ଋଣ ପ୍ରଦାନ କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ସହଜ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଚ୍‌ଏମ୍‌ଏସ୍‌ଆଇର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୯ା୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ ଘରୋଇ ବଜାର (ଭାରତ)ରେ ୬ କୋଟିରୁ ଅଧିକ ଗାଡ଼ି ବିକ୍ରିକରି ନୂଆ ମାଇଲଖୁଣ୍ଟ ହାସଲ...

ବଜାରରେ ନାଲ୍‌କୋର ନୂତନ ଉତ୍ପାଦ

ଭୁବନେଶ୍ୱର,୨୯ା୩ (ଅଭୟ ଦାଶ): ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ କମ୍ପାନୀ ‘ନାଲ୍‌କୋ’ର ନୂତନ ଉତ୍ପାଦ ‘ଆଲୁମିନିୟମ...

ପହିଲାରେ ଜମାହେବନି ୨୦୦୦ ଟଙ୍କିଆ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): ୨୦୨୪ ଏପ୍ରିଲ ୧ରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋବକୁ ଯାଉଛି। ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର...

ଇପିଏଫ୍‌ଓରେ ଇ-କେୱାଇସି ବାଧ୍ୟତାମୂଳକ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ)ରେ ସାରା ଦେଶରେ କୋଟି କୋଟି ସଂଖ୍ୟାରେ ଆକାଉଣ୍ଟଧାରୀ ଅଛନ୍ତି। ଗ୍ରାହକମାନଙ୍କ ପାଇଁ ଇପିଏଫ୍‌ଓ ପକ୍ଷରୁ ଇ-କେୱାଇସି ବାଧ୍ୟତାମୂଳକ...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri