ରେପୋ ରେଟ୍‌ ଅପରିବର୍ତ୍ତିତ

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ଗର୍ଭନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। କେନ୍ଦ୍ରୀୟ ବ୍ୟାଙ୍କ ଏହି ବୈଠକରେ ରେପୋ ରେଟ୍‌ (ଆର୍‌ବିଆଇ ବ୍ୟାଙ୍କଗୁଡିକ ଯେଉଁ ସୁଧ ହାରରେ ଋଣ ଦିଏ)କୁ ଅପରିବର୍ତ୍ତିତ ୪% ରଖିଛି। ସେହିଭଳି ରିଭର୍ସ ରେପୋ(ଯେଉଁ ହାରରେ ବ୍ୟାଙ୍କଗୁଡିକଠାରୁ ରିଜର୍ଭ ବ୍ୟାଙ୍କ ଋଣ ନିଏ)କୁ ୩.୨୫% ରଖିଛି। ସ୍ଥିତିକୁ ବିଚାରକରି ଆଗାମୀ ଦିନରେ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାରରେ ନମନିୟତା ନେଇ ପଦକ୍ଷେପ ନେବ ବୋଲି ଆଶା ରଖିଛି। ଏମ୍‌ପିସି ବୈଠକ ପରେ ସୂଚନା ଦେଇ ଶକ୍ତିକାନ୍ତ କହିଛନ୍ତି ଯେ, କରୋନା ଭାଇରସ୍‌ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଚଳିତ ଆର୍ଥତ୍କ ବର୍ଷରେ ଦେଶର ରିୟଲ ଜିଡିପି ୯.୫% ଖସିବା ନେଇ ଆକଳନ କରାଯାଇଛି। ସୂଚନାଯୋଗ୍ୟ ପ୍ରଥମ ତ୍ରୈମାସରେ ଜିଡିପି ୨୩.୯% ଖସିଯାଇଛି। ସେ ପୁଣି କହିଛନ୍ତି, ଅର୍ଥ ବ୍ୟବସ୍ଥାରେ ଧୀରେ ଧୀରେ ସୁଧାର ପରିଲକ୍ଷିତ ହେଉଛି। ଘରୋଇ ବଜାରକୁ ପୁଣି ଥରେ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ଫୋକସ୍‌ କରାଯାଉଛି।
ମୁଦ୍ରାସ୍ଫୀତି ସମ୍ପର୍କରେ ମତ ରଖି ସେ କହିଛନ୍ତି, ଚଳିତ ଆର୍ଥତ୍କ ବର୍ଷ ଚତୁର୍ଥ ତ୍ରୈମାସରେ ମୁଦ୍ରାସ୍ଫୀତି ଧାର୍ଯ୍ୟଲକ୍ଷ୍ୟ ମଧ୍ୟରେ ରଖିବାକୁ ପ୍ରୟାସ କରାଯାଇଛି। ସେହିଭଳି ଚତୁର୍ଥ ତ୍ରୈମାସରେ ଜିଡିପିରେ ହ୍ରାସ ଧାରା ଶେଷ ହୋଇ ଉନ୍ନତି ପରିଲକ୍ଷିତ ହେବ। ୨୦୨୧ ମାର୍ଚ୍ଚ ୩୧ ଯାଏ ମୁଦ୍ରାସ୍ଫୀତିକୁ ୪% ସ୍ତରରେ ରଖିବା ନେଇ ଲକ୍ଷ୍ୟ ରଖାଯାଇଛି। ଏହାର ଊର୍ଦ୍ଧ୍ୱଗାମୀ ସ୍ତର ୬% ଏବଂ ନିମ୍ନଗାମୀ ସ୍ତର ୨% ମଧ୍ୟ ଧାର୍ଯ୍ୟ ହୋଇଛି। ଚଳିତ ବର୍ଷ ରିଜର୍ଭ ବ୍ୟାଙ୍କ ମୋଟ ୧୧୫ ବେସିସ୍‌ ପଏଣ୍ଟ ସୁଧ ହାର ହ୍ରାସ କରିଛି। ୨୦୧୯ ଫେବୃୟାରୀ ପରଠାରୁ ବର୍ତ୍ତମାନ ସୁଦ୍ଧା ମୋଟ ୨୫୦ ବେସିସ୍‌ ପଏଣ୍ଟ ରେପୋ ହ୍ରାସ ହୋଇଛି। ଅର୍ଥନୈତିକ ଅଭିବୃଦ୍ଧିକୁ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ଏଭଳି ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି। କରୋନା ମହାମାରୀକୁ ରୋକିବା ଲାଗି ରିଜର୍ଭ ବ୍ୟାଙ୍କ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନେଇଛି।
ଘରୋଇ ବଜାରରେ ନଗଦ ସ୍ଥିତିକୁ ଉନ୍ନତ କରିବା ଲାଗି ରିଜର୍ଭ ବ୍ୟାଙ୍କ ଓପନ ମାର୍କେଟ ଅପରେଶନ ଭଳି ପଦକ୍ଷେପ ହାତକୁ ନେବ। ୩ ବର୍ଷ ଅବଧି ଲାଗି କେନ୍ଦ୍ରୀୟ ବ୍ୟାଙ୍କ ଟାର୍ଗେଟେଡ୍‌ ଲଙ୍ଗ୍‌ ଟର୍ମ ରେପୋ ଅପରେଶନ(ଟିଏଲ୍‌ଟିଆର୍‌ଓ) କାର୍ଯ୍ୟକାରୀ କରାଇବ ବୋଲି ଜଣାପଡିଛି। ଏହାର ମୂଲ୍ୟ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ରହିବ। ଏହାର ଫ୍ଲୋଟିଂ ହାରକୁ ରେପୋ ସହ ସଂଯୋଗ କରାଯିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ବର୍ଷ ମାର୍ଚ୍ଚ ୩୧ ଯାଏ ଏହା ଜାରି ରହିବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ସେହିଭଳି କେନ୍ଦ୍ରୀୟ ବ୍ୟାଙ୍କ ଆଉଟରାଇଟ ବଣ୍ଡ ପରଚେଜ୍‌ କାର୍ଯ୍ୟକ୍ରମ ଜାରି ରଖିଛି। ଏହାର ମୂଲ୍ୟ ପ୍ରାୟ ୨୦ ହଜାର କୋଟି ଟଙ୍କାକୁ ବଢାଯାଇଛି। ସେହିଭଳି ନୂଆ ହାଉସିଂ ଋଣ କ୍ଷେତ୍ରରେ ୨୦୨୨ ମାର୍ଚ୍ଚ ଯାଏ କେତେକ କୋହଳ ବ୍ୟବସ୍ଥା କରାଯାଇଛି। ଏହା ଏନ୍‌ବିଏଫ୍‌ସି, ହାଉସିଂ ଫାଇନାନ୍ସ କମ୍ପାନୀଙ୍କ ପାଇଁ ମଧ୍ୟ ଲାଗୁ ହୋଇପାରିବ। ରିୟଲ ଟାଇମ ଗ୍ରସ୍‌ ସେଟେଲମେଣ୍ଟକୁ ଡିସେମ୍ବରଠାରୁ ସବୁ ସମୟରେ ପ୍ରଦାନ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ବ୍ୟବସ୍ଥା ହାତକୁ ନେଇଛି। ୭୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହାଉସିଂ ଋଣ ସୁଲଭ ହେବ ବୋଲି ଜଣାପଡିଛି। ଏହି ସେଗ୍‌ମେଣ୍ଟକୁ ବ୍ୟାଙ୍କ ଋଣ ପ୍ରଦାନ କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ସହଜ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri