କୁଶଳୀ ଶିଳ୍ପୀ ନିହଣ ସଙ୍ଗେ ଅସ୍ତ୍ର ବି ଧରୁଥିଲେ

ପୂର୍ବ ଆଲୋଚନାରେ (ଧରିତ୍ରୀ, ୨୬ା୪ା୨୧) ‘ମଗୋ ଜାତୀୟ ବ୍ରାହ୍ମଣ’ଙ୍କ ପ୍ରସଙ୍ଗ ଆମେ ଆଲୋଚନା କରିଥିଲେ। ପ୍ରାଚୀନ ଭାରତର ଇତିହାସ ପୁସ୍ତକରେ ବା ଭଗବତ୍‌ ଶରଣ ଉପାଧ୍ୟାୟ ଏ ସମ୍ପର୍କିତ ମତ ଦେବାପରେ ଡ. ରାମ୍‌ଜୀ ଉପାଧ୍ୟାୟ ଏହି ମତକୁ ଆଗେଇ ନେଇଥିଲେ। ମଗୋମାନେ ତୃତୀୟ ଶତାବ୍ଦୀରେ ଭାରତକୁ ଆସି ସୂର୍ଯ୍ୟଙ୍କ ଉପାସନା କରିଥିଲେ ବୋଲି ଲେଖିବା ପରେ କେତେକ ଐତିହାସିକ କୁଶାଣ ଯୁଗରେ ସୂର୍ଯ୍ୟ ଉପାସନା ଇରାନରୁ ଭାରତକୁ ଆସିଥିଲା ବୋଲି ମତ ଦେଇଥିଲେ।
ବାସ୍ତବରେ କୁଶାଣ ଯୁଗ ପୂର୍ବରୁ ଭାରତରେ ସୂର୍ଯ୍ୟ ଉପାସନା ପ୍ରଚଳିତ ଥିଲା। ବେଦ ହିଁ ଏହାର ପ୍ରମାଣ। ତୃତୀୟ ଶତକ ପୂର୍ବରୁ ରାମାୟଣ, ମହାଭାରତ, କେତେକ ପୁରାଣ ଓ ତନ୍ତ୍ରଗ୍ରନ୍ଥ ଲେଖା ସରିଥିଲା। ମହାଭାରତରେ ସେତେବେଳକୁ ସୂର୍ଯ୍ୟ ହୋଇ ସାରିଥିଲେ ‘ବ୍ରହ୍ମଶାଶ୍ୱତ’। ପୁରାଣ ଶାସ୍ତ୍ରରେ ସୂର୍ଯ୍ୟଙ୍କର କ୍ରାନ୍ତିବୃତ୍ତିକୁ ସୂର୍ଯ୍ୟରଥ ବୋଲି ପ୍ରମାଣ କରାଯାଇ ସାରିଲାଣି। ଜ୍ୟୋତିଷ ତତ୍ତ୍ୱର ରହସ୍ୟ ପୁରାଣ ଶାସ୍ତ୍ରରେ ସ୍ଥାନ ପାଇ ସାରିଥିଲା। ସୂର୍ଯ୍ୟଙ୍କ ରଥ ବେଦମୟ, ମୁହୂର୍ତ୍ତକେ ୩୪ ଲକ୍ଷ ୮୦୦ ଯୋଜନ ଏହି ରଥ ଗତିକରେ। ଗୋଟିଏ ଚକ ହେଉଛି ସମ୍ବତ୍ସର। ୧୨ ମାସର ପ୍ରତୀକ ୧୨ଟି ଅର। ୬ ଋତୁ ପରି ୬ଟି ପଇ। ଅରୁଣ ହେଉଛନ୍ତି ସାରଥି। ଦତ୍ତାତ୍ରେୟ ତନ୍ତ୍ରରେ ସୂର୍ଯ୍ୟଙ୍କର ରଥର ରହସ୍ୟ ସବିଶେଷ ବର୍ଣ୍ଣନା ହୋଇ ସାରିଥିଲା।
ସ୍ଥାପତ୍ୟ କଳାର ଏତେସବୁ ରହସ୍ୟ ଓଡ଼ିଆ ଶିଳ୍ପୀ ଜାଣିଥିଲେ। ବଂଶ ପରମ୍ପରା କ୍ରମରେ ପ୍ରାଚୀନ ଓଡ଼ିଶାର ଶିକ୍ଷା, ସଭ୍ୟତା, ସଂସ୍କୃତି, ଇତିହାସ, ଉପାଖ୍ୟାନ, କିମ୍ବଦନ୍ତୀ, ଜନଶ୍ରୁତି, ସଙ୍ଗୀତ, ନୃତ୍ୟ, ରାଜମହିମା ତଥା ଜନଜୀବନର ସମସ୍ତ ଦିଗକୁ ପ୍ରସ୍ତରଗାତ୍ରରେ ଅତି ସୂକ୍ଷ୍ମ ଭାବରେ ଚିତ୍ରଣ କରିବାର କୌଶଳ ଶିକ୍ଷା କରିଥିଲେ।
ଏମାନେ ଯେ କେବଳ ଶିଳ୍ପକଳାରେ ବାନ୍ଧି ହୋଇ ରହିଥିଲେ ତାହା ନୁହେଁ, ପରମାନନ୍ଦ ଆଚାର୍ଯ୍ୟ ମତ ଦେଇଛନ୍ତି (ଲାଙ୍ଗୁଳା) ନରସିଂହ ଦେବଙ୍କ ରାଜତ୍ୱ କାଳରେ ଦେଶର କାରିଗର ଓ ଶିଳ୍ପୀମାନେ ସୈନ୍ୟ ବିଭାଗରେ କାର୍ଯ୍ୟ କରି ଦେଶକୁ ବୈଦେଶିକ ଆକ୍ରମଣରୁ ରକ୍ଷା କରୁଥିଲେ। ଆଚାର୍ଯ୍ୟଙ୍କର ଏହି ମତ ପ୍ରାମାଣିକ ମନେହୁଏ। ‘ବାୟାଚକଡ଼ା’ ପୋଥିରେ ଏହାର ସୂଚନା ରହିଅଛି।
କୋଣାର୍କଠାରେ ମନ୍ଦିର ନିର୍ମାଣ ପାଇଁ ନରସିଂହ ଦେବଙ୍କ ଆଦେଶକ୍ରମେ ଦାମ ବଡ଼ଜେନା କୁଶଳୀ କାରିଗରିଙ୍କୁ ଓଡ଼ିଶାରୁ ବାଛିଥିଲେ। ସେ ୧୪ଟି ସ୍ଥାନରୁ ବଳିଷ୍ଠ ତଥା ଭେଣ୍ଡିଆ ମହାରଣାଙ୍କୁ ଚୟନ କରିଥିଲେ।
ଖିଲେଶ୍ୱରୀ ଦଣ୍ଡପାଟରୁ – ୩୦ ଜଣ
ବ୍ରହ୍ମେଶ୍ୱର ଡିହରୁ – ୧୨୦ ଜଣ
ପାଇକପଡ଼ାରୁ – ୨୫୦ ଜଣ
ବରୁଣାଇବିଶେରୁ – ୪୦୦ ଜଣ
ପରଙ୍ଗରୁ – ୧୨୦ ଜଣ
କୋଠଦେଶରୁ (ନିମାପଡ଼ା ଅଞ୍ଚଳ) – ୨୩୦ ଜଣ
ରୋଡ଼ଶରୁ – ୩୦୪ ଜଣ
ବିଡ଼ାନାସୀରୁ – ୧୮୦ ଜଣ
ବସିମଣ୍ଡଳ (ମହାନଦୀ ନିକଟ)ରୁ – ୧୪୦ ଜଣ
ନସିକ ପାହାଡ଼ ପାଦଦେଶରୁ – ୨୩୦ ଜଣ
ସଘାଂଦ୍ରିଗଡ଼ ମୁଣ୍ଡିଆ ଅଞ୍ଚଳରୁ – ୧୩୦ ଜଣ
ନୀଳାଦ୍ରିଗଡ଼ (ବାଣପୁର ଅଞ୍ଚଳ)ରୁ – ୧୨୦ ଜଣ
ବିଷ୍ଣୁପୁର (ଜଗତ୍‌ସିଂହପୁର)ରୁ – ୧୩୦ ଜଣ
ପାଟପୁରରୁ – ୪୦ ଜଣ
ଏହିଭଳି ମୋଟ ୨୩୨୪ ଜଣଙ୍କ ମଧ୍ୟରୁ ୫୩୦ ଜଣ ବଳିଷ୍ଠ ଭେଣ୍ଡିଆଙ୍କୁ ପୁଣି ଚିହ୍ନଟ କରାଯାଇଥିଲା। ସେମାନେ ମହାଶ୍ରମ (ଗଜପତି ନରସିଂହଦେବ)ଙ୍କ ସହିତ ବିଜୟକୋଣ୍ଡା ଗଲେ ସେନାବାହିନୀରେ ନିଯୁକ୍ତି ପାଇଁ। ୫୩୦ ଜଣ ସୈନ୍ୟବାହିନୀରେ ନିଯୁକ୍ତି ଲାଗି ଯିବା ପରେ ରହିଲେ ୧୭୯୪ ଜଣ। ବାରଶ ବଢ଼େଇ ପ୍ରସଙ୍ଗ କେଉଁଠୁ ଆସିଲା! ଆମେ ଆଗକୁ ଏ ବିଷୟରେ ସବିଶେଷ ଆଲୋଚନା କରିବା। ୫୩୦ ଜଣ ଭେଣ୍ଡିଆ ମହାରଣା ‘ନରାଜ’ଠାରୁ ମହାନଦୀରେ ଯୁଦ୍ଧପୋତରେ ଯାତ୍ରା କରିଥିଲେ। ନବା ଦାୟିତ୍ୱରେ ଥିଲେ ମଣି ବିଶୋଇ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri