ବାଡିଘେରରୁ ମିଳିଲା ନରକଙ୍କାଳ

ତିହିଡ଼ି,୭।୭(ସଞ୍ଜିତ୍‌ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ବିଲଣା ପଞ୍ଚାୟତ ମିରିପୁର ରାସ୍ତାପାଶର୍‌ବରେ ଥିବା ଜଣେ ବ୍ୟକ୍ତିଙ୍କ ବାଡିଘେରରୁ ନରକଙ୍କାଳ ଶୁକ୍ରବାର ପୋଲିସ ଜବତ କରିଛି। ଦୀର୍ଘଦିନ ଧରି ଏଠାରେ କୌଣସି ବ୍ୟକ୍ତିଙ୍କ ମୃତଦେହ ପଡ଼ିରହିବା ଫଳରେ ଏହା କଙ୍କାଳରେ ପରିଣତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ, ମିରିପୁର ରାସ୍ତାପାର୍ଶ୍ୱରେ ଥିବା ଉକ୍ତ ବାଡିଘେରରେ ମଣିଷ କଙ୍କାଳ ପଡିଥିବା ଗ୍ରାମବାସୀଙ୍କ ନଜରକୁ ଆସିଥିଲା। ଏନେଇ ଗ୍ରାମବାସୀ ସେମାନେ ଏ ସମ୍ପର୍କରେ  ସରପଞ୍ଚଙ୍କୁ ଜଣାଇଥିଲେ। ସରପଞ୍ଚ ପବିତ୍ରା ବିଶ୍ୱାଳ ତିହିଡ଼ି ଥାନାରେ ଲିଖିତ ଭାବେ ଜଣାଇବା ପରେ ଏସ୍‌ଆଇ ଅରୁନ୍ଧତୀ ବେହେରା ଓ ପ୍ରଣବ ଗିରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ତେବେ କୌଣସି ବ୍ୟକ୍ତିଙ୍କ ନିରୁଦ୍ଦିଷ୍ଟ ହେବା ନେଇ ଅଭିଯୋଗ ନ ଥିବାରୁ କଙ୍କାଳର ପରିଚୟ ମିଳିବା କଷ୍ଟସାଧ୍ୟ ହେବ ବୋଲି କୁହାଯାଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୨୨/୨୩) ରୁଜୁ କରି କଙ୍କାଳକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।