ପହଁରି ପହଁରି ସମୁଦ୍ରକୂଳକୁ ଆସିଲେ ୬୦ ମତ୍ସ୍ୟଜୀବୀ

ଛତ୍ରପୁର,୧୦।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ନିକଟ ଉପକୂଳଠାରୁ ୨୦୦ ମିଟର ଦୂର ସମୁଦ୍ରରେ ଏକ ବଡ଼ ଅଘଟଣରୁ ୬୦ ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମାଛ ମାରି ଆର୍ଯ୍ୟପଲ୍ଲୀ ନିକଟ କୂଳକୁ ଫେରୁଥିବା ବେଳେ ଜେଟିଠାରୁ ୨୦୦ ମିଟର ଦୂରରେ ୬ଟି ଡ଼ଙ୍ଗା ଓଲଟି ପଡିଥିଲା। ଫଳରେ ୬୦ ମତ୍ସ୍ୟଜୀବୀ ପହଁରି ଗୋପାଳପୁର ପୋର୍ଟ ଜେଟିକୁ ଚାଲିଆସିଥିଲେ। ଏଥିରେ ଡ଼ଙ୍ଗା, ଜାଲ, ମାଛ ନଷ୍ଟ ହୋଇଯାଇଛି। ମାଛ ଧରା ଜେଟି ମୁହାଣ ପୋତି ହୋଇଯାଇଥିବାରୁ କୂଳକୁ ଆସି ପାରୁ ନ ଥିଲେ ଏ ନେଇ ଭିଡିଓ ଭାଇରାଲ ହୋଇଛି।