ଷଷ୍ଠଶ୍ରେଣୀ ଛାତ୍ରୀ ପ୍ରତିଭାଙ୍କ କମାଲ: କଣ୍ଟେନ୍‌ମେଣ୍ଟ ଜୋନ୍‌ ପାଇଁ ପ୍ରସ୍ତୁତ କଲେ ଆପ୍‌

ଗଞ୍ଜାମ,୨୩।୫(ଡି.ଏନ୍‌.ଏ.): ମହାମାରୀ କରୋନା ଯୋଗୁ ଚିନ୍ତାରେ ସାରା ବିଶ୍ୱ। ଏହାକୁ ରୋକିବାକୁ ସରକାରଙ୍କ ପକ୍ଷରୁ ସମସ୍ତ ଚେଷ୍ଟା ଜାରି ରହିଛି । ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କରୋନା ସଂକ୍ରମଣ ବ୍ୟାପୁଥିବା ସ୍ଥାନକୁ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଚି଼ହ୍ନଟ ଲାଗି ଏକ ଆପ୍‌ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି ଷଷ୍ଠ ଶ୍ରେଣୀ ଛାତ୍ରୀ ପ୍ରତିଭା ପଲାଇ । ସେ ପୁଇଁତୋଳା ଗ୍ରାମର ପୂର୍ବତନ ଗଞ୍ଜାମ ଏନ୍‌ଏସି ଅଧ୍ୟକ୍ଷ ସ୍ବର୍ଗତ ବୃନ୍ଦାବନ ପଲାଇଙ୍କ ନାତୁଣୀ ତଥା ଭାରତୀୟ ସେନା ଓ ସାଇବର ସୁରକ୍ଷା ବିଶେଷଜ୍ଞ ଭୂପେଶ କୁମାର ପଲାଇଙ୍କ ଝିଅ । ବୈଷୟିକ ଜ୍ଞାନ କୌଶଳରେ ଏକ ନୂତନ ଆପ୍ଲିକେଶନ ପ୍ରସ୍ତୁତ କରି ନିଜ ସହର ଓ ଗାଁ ପାଇଁ ଗୌରବ ଆଣିଦେଇଛନ୍ତି। କରୋନା ଭାଇରସ୍‌ ହ୍ୟୁମାନ ଡିଟେକ୍ଟର ସିଷ୍ଟମ ନାମରେ ଆପ୍‌ ଆଧାରିତ ଡିଭାଇସ୍‌ର ପ୍ରୋଟୋଟାଇପି ଦ୍ୱାରା ଲୋକଙ୍କୁ କଣ୍ଟେନ୍‌ମେଣ୍ଟ ଜୋନ ଚି଼ହ୍ନଟ କରିବାରେ ସହାୟକ ହେବା ସହ ସଂକ୍ରମଣକୁ ରୋକା ଯାଇପାରିବ।  ଯଦି କୌଣସି ବ୍ୟକ୍ତି କୌଣସି ଜୋନରେ ପ୍ରବେଶ କରନ୍ତି, ତେବେ ଏକ ଶବ୍ଦ ସହ ଡିଭାଇସ୍‌ରେ ଥିବା ନାଲିରଙ୍ଗର ଆଲୋକ ଚମକିବ । ପ୍ରତିଭା ଏବେ ଭୁବନେଶ୍ୱରସ୍ଥିତ ବିକାଶ ଗ୍ଲୋବାଲ ସ୍କୁଲରେ ପଢୁଛନ୍ତି । ଆଗାମୀ ଦିନରେ ହସ୍ପିଟାଲ ପ୍ରତିଷ୍ଠା କରିବେ ଏବଂ ରୋବଟ ମାଧ୍ୟମରେ ତାହା ଚଳାଇବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରକାଶଯୋଗ୍ୟ, ପ୍ରତିଭା ଅଲମ୍ପିକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ୧୫ଟି ସ୍ବର୍ଣ୍ଣ ପଦକ ଓ ଦୁଇଟି ରୌପ୍ୟ ହାସଲ କରିଛନ୍ତି ।