Posted inଖେଳ

ଡୋପିଂ ପାଇଁ କିପ୍‌ୟୋକି ୬ ବର୍ଷ ବାସନ୍ଦ

ମୋନାକୋ, ୨୧ା୧୨ (ଏପି): ଡୋପିଂ ଓ ଟାମ୍ପରିଂ ପାଇଁ କେନିଆ ମାରାଥନର ଡାଏନା କିପ୍‌ୟୋକି ୬ ବର୍ଷ ବାସନ୍ଦ ହୋଇଛନ୍ତି। ଏଥିସହିତ ତାଙ୍କଠାରୁ ୨୦୨୧ ବୋଷ୍ଟନ ମାରାଥନ ଟାଇଟଲ ପ୍ରତ୍ୟାହାର କରାଯାଇଥିବା ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ (ଏଆଇୟୁ) ମଙ୍ଗଳବାର ପ୍ରକାଶ କରିଛି। ୨୦୨୧ ଅକ୍ଟୋବରରେ ବୋଷ୍ଟନ ମାରାଥନ ଜିତିବା ପରେ କିପ୍‌ୟୋକିଙ୍କଠାରୁ ମୂତ୍ର ନମୁନା ସଂଗ୍ରହ କରାଯାଇଥିଲା। ସେଥିରେ ଟ୍ରାୟାମସିନୋଲୋନ୍‌ ଏସିଟୋନାଇଡର୍‌ର ମାତ୍ରା ରହିଥିଲା। ଏହା ଏକ ଆଣ୍ଟି-ଇନ୍‌ଫ୍ଲୋମେଟୋରି, ଯାହାକୁ ରେସ୍‌ ସମୟରେ ଜଣେ ଆଥଲେଟ୍‌ ଔଷଧ ଭାବେ ବ୍ୟବହାର କରିବା ମନା ରହିଛି। କିପ୍‌ୟୋକି ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଦେଇଥିଲେ। ଏକ ହସ୍ପିଟାଲରୁ ସେ ନକଲି ଡକ୍ୟୁମେଣ୍ଟ ଆଣି ଦାଖଲ କରିଥିଲେ। ବୋଷ୍ଟନ ଆଥଲେଟିକ୍‌ ଆସୋସିଏଶନ କିପ୍‌ୟୋକିଙ୍କ ୨୦୨୧ ବୋଷ୍ଟନ ମାରାଥନ ଫଳାଫଳକୁ ରଦ୍ଦ ଘୋଷଣା କରିବା ସହ କେନିଆର ଏଡ୍‌ନା କିପ୍‌ଲାଗାଟ୍‌ଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ଫଳରେ କିପ୍‌ଲାଗାଟ୍‌ ଦୁଇଥର ବୋଷ୍ଟନ ବିଜେତା ହୋଇଗଲେ। ପୂର୍ବରୁ ସେ ୨୦୧୭ରେ ଏହି ଇଭେଣ୍ଟ ଜିତିଥିଲେ। ଏଆଇୟୁ ଆହୁରି ମଧ୍ୟ ଘୋଷଣା କରିଛି ଯେ, ସମାନ ଅପରାଧ ପାଇଁ କେନିଆର ଅନ୍ୟ ଜଣେ ମାରାଥନର ପ୍ୟୁରିଟି ରିଓନୋରିପୋଙ୍କୁ ୫ବର୍ଷ ବାସନ୍ଦ କରାଯାଇଛି। ସେ ୨୦୧୭ରେ ପ୍ୟାରିସ ମାରାଥନ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ଲଜ୍ଜା: ପ୍ରେମିକକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

ସଇତାନ ସାଜିଲା ସ୍ବାମୀ: ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ନିଜ ଚାଷ ଜମିରେ ପୋତିଦେଲେ, ଆଜି ମିଳିଲା…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟଙ୍କା ପାଇଁ…

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri