ବିଧାୟକଙ୍କୁ ୬ ଦଫା ଦାବିପତ୍ର: ଅଣଦେଖା କଲେ ଜୁଲାଇ ୮ରୁ ଷ୍ଟିଅରିଂ ଛାଡ଼

ଅତାବିରା/ଗୋଡ଼ଭଗା, ୧୬/୬(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ):ଓଡ଼ିଶା ଡ୍ରାଇଭର ମହାସଂଘର ବରଗଡ଼ ଜିଲା ଅତାବିରା ବିଧାନସଭା ଅଧୀନ ଅତାବିରା ଓ ଭେଡେନ ବ୍ଲକ ଶାଖା ପକ୍ଷରୁ ୬ ଦଫା ଦାବି ନେଇ ଗୋଡ଼ଭାଗା ସମଲେଇ ମନ୍ଦିର ସଭା କକ୍ଷରେ ଅତାବିରା ବିଧାୟକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ସୋମବାର ବହୁ ଦିନରୁ ଡ୍ରାଇଭରମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଭିନ୍ନ ଭିନ୍ନ ଉପାୟ ମାଧ୍ୟମରେ ବାରମ୍ବାର ସରକାରଙ୍କୁ ଅବଗତ କରି ଆସୁଛନ୍ତି l ହେଲେ ଗୋଟିଏ ମାତ୍ର ସମସ୍ୟା ପୂରଣ ହୋଇଛି l ଯାହାକି ଡ୍ରାଇଭର ସମାଜ ପାଇଁ ଯଥେଷ୍ଟ ନୁହେଁ । ଆହୁରି ୬ଟି ମୁଖ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ । ଏଥିନିମନ୍ତେ ମହାସଂଘ ବାରମ୍ବାର ସରକାରଙ୍କ ଦ୍ବାରସ୍ଥ ହେବା ପରେ ମଧ୍ୟ ସରକାର ସେମାନଙ୍କ କୌଣସି କଥାକୁ କର୍ଣ୍ଣପାତ କରୁ ନାହାଁନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି l ଯାହାଦ୍ବାରା ମହାସଂଘ ବାଧ୍ୟ ହୋଇ ଶେଷ ଥର ପାଇଁ ମାର୍ଚ୍ଚ ୨୯ ତାରିଖ ଠାରୁ ଦୀର୍ଘ ୬ଦିନ ପର୍ଯ୍ୟନ୍ତ ଲୋୟର୍‌ ପିଏମ୍ଜିରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ । ତଥାପି କୌଣସି ସମସ୍ୟାର ସମାଧାନ ହୋଇପାରିନାହିଁ । ଯାହାଦ୍ୱାରା ଡ୍ରାଇଭରମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି l

ସମସ୍ତ ଡ୍ରାଇଭରମାନଙ୍କ ଗୋଟିଏ ନିଷ୍ପତି ଯେ, ଆଗାମୀ ଏକମାସ ମଧ୍ୟରେ ଯଦି ସରକାର ସମସ୍ୟାର ସମାଧାନ ନ କରି, ଡ୍ରାଇଭରମାନଙ୍କ ସମସ୍ୟା ପ୍ରତି ଅଣଦେଖା କରନ୍ତି, ତା’ହେଲେ ଆସନ୍ତା ଆସନ୍ତା ଜୁଲାଇ ୮ ତାରିଖରୁ କୌଣସି ଡ୍ରାଇଭର ଗାଡ଼ି ଚଲେଇବେ ନାହିଁ ଏବଂ ଷ୍ଟିଅରିଂ ଛାଡ଼ିବୁ ବୋଲି ସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି । ଦରକାର ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବା ସହିତ ସରକାରଙ୍କୁ ଅସହଯୋଗ କରିବା ପାଇଁ ନିଷ୍ପତି ନେଇଛୁ, ଯାହାଦ୍ବାରା ପରିବହନ ବ୍ୟବସ୍ଥାରେ ବାଧାପ୍ରାପ୍ତ ହେବା ସହିତ ସମ୍ପୂର୍ଣ୍ଣ ବନ୍ଦ ହେବାର ସମ୍ଭାବନା ରହିଛି । ଯଦି ସେହି ସମୟ ମଧ୍ୟରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ଉପୁଜେ କିମ୍ବା ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ମଧ୍ୟ ସ୍ମାରକ ପତ୍ରରେ ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି l

ଅନ୍ୟପଟେ ସରକାରଙ୍କୁ ଉକ୍ତ ସମସ୍ୟାଗୁଡ଼ିକ ସମାଧାନ କରିବା ଦିଗରେ ସହଯୋଗ କରିବାକୁ ସେମାନେ ନିବେଦନ ମଧ୍ୟ କରିଛନ୍ତି l ସେମାନଙ୍କ ସ୍ମାରକ ପତ୍ରରେ ଓ ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏବଂ ୱାର୍କର ୱେଲଫାର ବୋର୍ଡ଼ସ ରେ ଅଟୋ ଡ୍ରାଇଭରମାନଙ୍କୁ ସାମିଲ କରିବା, ଜନସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ତିଆରି କରିବା, ବୃଦ୍ଧିଗତ ଡ୍ରାଇଭରଙ୍କୁ ୬୦ବର୍ଷ ବୟସରେ ସତନ୍ତ୍ର ଭତ୍ତା ପ୍ରଦାନ କରିବା, ଗାଡ଼ିଗୁଡ଼ିକ ପାର୍କ’ ଏବଂ ଡ୍ରାଇଭରମାନଙ୍କ ବିଶ୍ରାମ ନେବା ପାଇଁ ଆବଶ୍ୟକତା କର୍କିଂ ସହିତ ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ଥା ପ୍ରତି ୧୦୦ କିଲୋମିଟର ଅନ୍ତରରେ କରିବା, ଓଡ଼ିଶାରେ ଥିବା ପ୍ରତ୍ୟେକ ଖଣି ଖାଦାନ ଏବଂ କାରଖାନା ଗୁଡ଼ିକରେ ୭୦% ଓଡ଼ିଶାର ଡ୍ରାଇଭରମାନଙ୍କୁ କାମ କରିବା ପାଇଁ ଅଗ୍ରାଧିକାର ଦିଆଯିବା, ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯିବା । ଗାଡ଼ିର କାଗଜପତ୍ର ଯାଞ୍ଚ କରିବା କ୍ଷମତାକୁ ପୋଲିସ ବିଭାଗକୁ ଦିଆ ନ ଯିବା ଆଦି ବିଭିନ୍ନ ସ୍ମାରକ ପତ୍ରରେ ଦାବି ଉଲ୍ଲେଖ ରହିଛି l

ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କୁ ଗୋଡ଼ଭଗାରେ ସାକ୍ଷାତ କରି ଦାବୀ ପତ୍ର ଦେବା ସମୟରେ ଭେଡେନ ଶାଖାର ଉପ ସଭାପତି ବୁଲୁ ବଗର୍ତ୍ତି, ସମ୍ପାଦକ ଅନ୍ତର୍ଯ୍ୟାମୀ ନାୟକ, କୋଷାଧ୍ୟକ୍ଷ ପ୍ରେମରାଜ ମେହେର,କାଳିଆ ବନଛୋର, ଉପଦେଷ୍ଟା ମନୋଜ ଗୁରାଣ୍ଡି, ଜୟଲାଲ ପ୍ରଧାନ, ଡ଼ଗର ମହାକୁର, ହିତବନ୍ତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l ଏନେଇ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କୁ ପଚାରିବାରୁ ଓଡ଼ିଶା ଡ୍ରାଇଭର ମହାସଂଘର ଅତାବିରା ଓ ଭେଡେନ ଶାଖା ସଦସ୍ୟ ମାନେ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ସ୍ମାରକ ପତ୍ର ଦେଇଛନ୍ତି l ସେମାନେ କରିଥିବା ଦାବି ଗୁଡିକୁ ସରକାରଙ୍କ ଠାରେ ଆଲୋଚନା କରିବି ବୋଲି କହିଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri