ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନରସିଂହପୁର, କୁଶପଡ଼ା,ବିଜୟ ପଦ୍ମନାଭପୁର ପ୍ରଭୃତି ଗ୍ରାମର ୬ ଜଣଙ୍କୁ ସୋମବାର ପାଗଳ ବିଲୁଆ କାମୁଡି କ୍ଷତାକ୍ତ କରିଥିବା ଜଣାପଡିଛି। ଆହାତମାନେ ହେଲେ ନରସିଂହପୁର ଗ୍ରାମର ଏଲ.ଭଗବାନ(୫୦), ଇ. ବାଞ୍ଛାନିଧି(୬୦), କୁଶପଡ଼ା ଗ୍ରାମର ବି. ଗୀତା ଦୋରା(୩୬),ଏସ.ମିଥୁନ(୨୩),ଜି. ଜୟନ୍ତୀ(୪୨) ଏବଂ ବିଜୟ ପଦ୍ମନାଭପୁର ଗ୍ରାମର ଜଣେ ବ୍ୟକ୍ତି। ତାଙ୍କ ପରିଚୟ ଜଣାପଡିନାହିଁ। ସୋମବାର ସକାଳେ ଚାଷ ଜମିକୁ କାମ କରିବା ସହ ଜାଳେଣି କାଠ ସଂଗ୍ରହ ପାଇଁ ଯାଉଥିବା ବେଳେ ପାଗଳ ବିଲୁଆ ସେମାନଙ୍କୁ କାମୁଡି ଥିଲା। ଆହାତମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ନରସିଂହପୁର ଗ୍ରାମର ଏଲ. ଭଗବାନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।


