Posted inଜାତୀୟ

ଏଲଏସିରେ ସ୍ଥିତି ଶାନ୍ତିପୂର୍ଣ୍ଣ, କହିଲେ ଚାଇନା ରାଷ୍ଟ୍ରଦୂତ…

ନୂଆଦିଲ୍ଲୀ/ବେଜିଂ, ୧୩।୮ : ପୂର୍ବ ଲଦାଖ ସୀମାରେ ଚାଇନାର କାର୍ଯ୍ୟକଳାନ ଉପରେ ଭାରତର ଆପତ୍ତି ପରେ ଚାଇନା ନିଜର ସ୍ଥିତି ସ୍ପଷ୍ଟ କରିଛି। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ(ଏଲଏସି) ନିକଟରେ ସାମରିକ ଏବଂ ଆକାଶ ମାର୍ଗ କାର୍ଯ୍ୟକଳାପ ରିପୋର୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲା।ନ୍‌ ଏହା ଉପରେ ଭାରତରେ ଚାଇନା ରାଷ୍ଟ୍ରଦୂତ ସନ ୱିଡୋଙ୍ଗ କହିଛନ୍ତି ଯେ ଭାରତ ଏବଂ ଚାଇନ ମଧ୍ୟରେ ସ୍ବାକ୍ଷରିତ ଚୁକ୍ତିନାମା ଅନୁଯାୟୀ ଚାଇନା ସୀମାରେ ସମସ୍ତ କାର୍ଯ୍ୟକଳାପ କରିଥାଏ। କୌଣସି ପ୍ରକାରର ସାମରିକ ଏବଂ ଆକାଶ ମାଗ କାର୍ଯ୍ୟକଳାପ ବିଷୟରେ ମୋର କୌଣସି ନିର୍ଦ୍ଦିଷ୍ଟ ଜ୍ଞାନ ନାହିଁ। ସୀମାରେ ଅବସ୍ଥା ବର୍ତ୍ତମାନ ସ୍ଥିର ଏବଂ ଶାନ୍ତିପୂର୍ଣ୍ଣ ରହିଛି ବୋଲି ସେ କହିଛନ୍ତି।

୧୯୯୮ଆଇସି-୮୧୪ ବିମାନ ଅପହରଣର ଅନ୍ୟତମ ମାଷ୍ଟରମାଇଣ୍ଡ ଜୈଶ୍‌ ଆତଙ୍କବାଦୀ ଅବଦୁଲ ରଉଫ ଅସଗରଙ୍କ ଉପରେ ୟୁଏନଏସସିରେ ଚାଇନା ଆଭିମୁଖ୍ୟ ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ଆବେଦନକୁ ଭଲଭାବେ ଅଧ୍ୟୟନ କରିବା ପାଇଁ ଚାଇନାକୁ ଅଧିକ ସମୟ ଆବଶ୍ୟକ। ଏହା ପରେ ପ୍ରକ୍ରିୟା ଉପରେ ନିଷ୍ପତ୍ତି ନିଆଯିବ। ଚାଇନା ଆତଙ୍କବାଦକୁ ସମସ୍ତ ପ୍ରକାରର ବିରୋଧ କରୁଛି।

ଭାରତରେ ଚାଇନା ରାଷ୍ଟ୍ରଦୂତ କହିଛନ୍ତି ଯେ ଚାଇନା ଭାରତୀୟ ଛାତ୍ରୀଛାତ୍ରମାନଙ୍କୁ ସ୍ବାଗତ କରୁଛି। ଚାଇନାରେ ଅଧ୍ୟୟନ ଆରମ୍ଭ କରିଥିବା ଭାରତୀୟ ଛାତ୍ରୀଛାତ୍ରମାନଙ୍କର ପ୍ରଥମ ବ୍ୟାଚ ନିକଟ ଭବିଷ୍ୟତରେ ବେଜିଂରେ ପହଞ୍ଚିବ। ଉଭୟ ଦେଶର ସମ୍ପୃକ୍ତ ବିଭାଗ ଏନେଇ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।

ଏହାପୂର୍ବରୁ ଭାରତ-ଚାଇନା ପ୍ରସଙ୍ଗରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ ଯେ ଯଦି ଚାଇନା ସୀମା ଅଞ୍ଚଳରେ ଶାନ୍ତି ଭଙ୍ଗ କରେ ତେବେ ଏହା ଆମର ସମ୍ପର୍କ ଉପରେ ପ୍ରଭାବ ପକାଇବ।

ଜୟଶଙ୍କର କହିଥିଲେ ଭାରତ କ୍ରମାଗତ ଭାବରେ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି। କମାଣ୍ଡର ସ୍ତରରେ ଦୁଇଦେଶ ମଧ୍ୟରେ ୧୫ ରାଉଣ୍ଡ ଆଲୋଚନା ହୋଇ ସାରିଛି। ବିବାଦୀୟ ସ୍ଥାନରୁ ପ୍ରତ୍ୟାହାର ସମ୍ପର୍କରେ ଉଭୟ ପକ୍ଷ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆମେ ମଧ୍ୟ ସେଗୁଡିକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

ଇରାନ-ଆମେରିକା ଯୁଦ୍ଧବିରତି ମଧ୍ୟରେ ଇସ୍ରାଏଲର ବଡ଼ ଦାବି: ହିଜବୁଲ୍ଲା ମୁଖ୍ୟଙ୍କ ଘନିଷ୍ଠ ସହଯୋଗୀ ନିହତ

ନୂଆଦିଲ୍ଲୀ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ୧୪ ଦିନିଆ ଯୁଦ୍ଧବିରତି ପାଇଁ ସହମତ ହୋଇଥିଲେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ, ଇସ୍ରାଏଲ ହିଜବୁଲ୍ଲା…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri