Posted inଜାତୀୟ

‘ହରିୟାଣାରେ ସ୍ଥିତି ଭୟାବହ’

ନୂଆଦିଲ୍ଲୀ,୧।୮: ହରିୟାଣାର ନୁହ ଜିଲାରେ ଧାର୍ମିକ ହିଂସା ପରେ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହି ଅଞ୍ଚଳରେ ପୋଲିସ ଫୋର୍ସ ତଥା ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି। ଇଣ୍ଟରନେଟ ବନ୍ଦ କରି କର୍ଫ୍ୟୁ ଲାଗୁ କରାଯାଇଛି। ଏଥି ସହ ବିରୋଧୀ ଦଳ ହିଂସା ସମ୍ପର୍କରେ ଭାଜପା ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ମଣିପୁର ଭଳି ପରିସ୍ଥିତି ଉପୁଜିବା ପୂର୍ବରୁ ହରିୟାଣା ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛି।
କଂଗ୍ରେସ ନେତା ଅଭିଷେକ ମନୁ ସିଂଘବି ଟୁଇଟ୍‌ କରି କହିଛନ୍ତି ଯେ, ହରିୟାଣାର ଅବସ୍ଥା ଭୟଙ୍କର। ମେୱତରୁ ଫରିଦାବାଦ ପର୍ଯ୍ୟନ୍ତ ହିଂସା ବ୍ୟାପିଛି। ପ୍ରଧାନମନ୍ତ୍ରୀ ଏହି ବିଷୟରେ ସମ୍ପୂର୍ଣ୍ଣ ହସ୍ତକ୍ଷେପ କରିବା ଉଚିତ କାରଣ ଦୁଇଟି ମଣିପୁର ଏକାସାଙ୍ଗରେ ରହିପାରିବେ ନାହିଁ।
ଏହି ହିଂସାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପିନ୍ଦର ସିଂ ହୁଡା ରାଜ୍ୟରେ ଭାଜପା-ଜେଜେପି ସରକାର ଉପରେ ଆକ୍ରମଣ କରିଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବାରେ ଭାଜପା-ଜେଜେପି ସମ୍ପୂର୍ଣ୍ଣ ବିଫଳ ହୋଇଛି। ନୁହରେ ହୋଇଥିବା ହିଂସା ହେଉଛି ସରକାରଙ୍କ ବିଫଳତାର ଫଳାଫଳ। ସରକାର ନିଜର ଦାୟିତ୍ୱ ବୁଝିବା ସହ ଶାନ୍ତି ବଜାୟ ରଖିବା ପାଇଁ ସମ୍ବେଦନଶୀଳତା ସହିତ ସମ୍ଭବ ସମସ୍ତ କାର୍ଯ୍ୟ କରିବା ଉଚିତ୍‌।
ସୂଚନାଯୋଗ୍ୟ, ହରିୟାଣାର ନୁହ ଜିଲା ନନ୍ଦ ଗାଁ ନିକଟରେ ବିଶ୍ୱ ହିନ୍ଦୁ ପରିଷଦ କର୍ମୀମାନେ ଏକ ଶୋଭାଯାତ୍ରା ବାହାର କରିଥିବାବେଳେ ଗୋଷ୍ଠୀସଂଘର୍ଷରୁ ହିଂସାକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକଙ୍କ ଗୁଳିରେ ୨ଜଣ ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିବାବେଳେ ହିଂସା ରୋକିବା ପାଇଁ ନିୟୋଜିତ ଥିବା ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ବ୍ରଜମଣ୍ଡଳ ଜଳାଭିଷେକ ଯାତ୍ରା କରାଯାଉଥିବାବେଳେ ଗୁରୁଗ୍ରାମ-ଅଲଓ୍ବାର ଜାତୀୟ ରାଜପଥରେ ଗୋଟିଏ ଗୋଷ୍ଠୀ ଏହାକୁ ଅଟକାଇବା ସହ ଶୋଭାଯାତ୍ରା ଉପରକୁ ଟେକାମାଡ଼ କରିଥିଲା। ଉତ୍ତେଜନା ବଢ଼ିବା ସହ ସରକାରୀ ଓ ଘରୋଇ ଗାଡ଼ିଗୁଡ଼ିକୁ ଟାର୍ଗେଟ କରାଯିବା ସହ କେତେକରେ ନିଆଁ ଲଗାଇଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

LICକୁ ଲାଗିଲା ଝଟକା: ୨ ଦିନରେ ବୁଡିଗଲା ୧୧୪୦୦ କୋଟି ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୧: ସରକାରଙ୍କ ସିଗାରେଟ୍‌ ବିଡ଼ି ଏବଂ ପାନ ମସଲା ଗୁଟଖାର ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ପରେ, ITC ଶେୟାରରେ ତୀବ୍ର ହ୍ରାସ ଘଟୁଛି। ଏହା ଉଲ୍ଲେଖନୀୟ...

ଜୟଶଙ୍କରଙ୍କ ବଡ଼ ବୟାନ: କହିଲେ ଆମ ପଡ଼ୋଶୀମାନେ ଭଲ ନୁହନ୍ତି, ଭାରତ କାହାକୁ ତା’ର…

ନୂଆଦିଲ୍ଲୀ,୨ା୧: ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଆତଙ୍କବାଦ ପ୍ରସଙ୍ଗରେ ଏକ ବଡ଼ ଚେତାବନୀ ଦେଇଛନ୍ତି। ଆଇଆଇଟି ମାଡ୍ରାସର ଛାତ୍ରମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଯଦି...

ପାକିସ୍ତାନ ହୋଇଯିବ ମାଲାମାଲ: ବିଶାଳ ଭଣ୍ଡାର ମିଳିବା ପରେ ଖୁସିରେ ଗଦଗଦ ହେଲେ ଶେହବାଜ ଶରିଫ

ଇସଲାମାବାଦ୍‌,୨।୧: ପାକିସ୍ତାନ ଖାଇବର ପଖତୁନଖୱା ପ୍ରଦେଶରେ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସର ନୂତନ ଭଣ୍ଡାର ଆବିଷ୍କାର କରିଥିବା ଦାବି କରିଛି। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ...

ଏହା ଡବଲ ଗେମ୍‌…, କ୍ରିକେଟର୍ସଙ୍କ ସହ ହ୍ୟାଣ୍ଡସେକ୍‌ ପାଇଁ କାହିଁକି ନାହିଁ ଅନୁମତି? ଜୟଶଙ୍କରଙ୍କ ସହ PAK ସ୍ପିକରଙ୍କ ହାତ ମିଳାଇବାକୁ ନେଇ…

ଇସଲାମାବାଦ/ନୂଆଦିଲ୍ଲୀ,୨।୧: ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଢାକାରେ ପାକିସ୍ତାନ ଜାତୀୟ ପରିଷଦର ବାଚସ୍ପତି ଆୟାଜ ସାଦିକଙ୍କ ସହ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ହାତ...

ଗିଗ୍ ୱର୍କର୍ସଙ୍କ ପାଇଁ ଖୁସି ଖବର: କେନ୍ଦ୍ର ସରକାର ଆଣିଲେ ସୁରକ୍ଷା ନିୟମ

ନୂଆଦିଲ୍ଲୀ,୨।୧: ସ୍ୱଳ୍ପକାଳୀନ କିମ୍ବା ଚୁକ୍ତିଭିତ୍ତିକ କାର୍ଯ୍ୟ କରୁଥିବା ‘ଗିଗ୍ ୱର୍କର୍ସ’ ମାନଙ୍କ ପାଇଁ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ଏକ ବଡ଼ ପଦକ୍ଷେପ ନେଇଛନ୍ତି।...

ହାତୀର ଟ୍ରାଙ୍କୁଲାଇଜ୍‌ ଚିକିତ୍ସା ପାଇଁ ଅନୁମତି ମାଗିଥିଲା ବନ ବିଭାଗ, ହେଲେ…

ବଲାଙ୍ଗୀର,୨ା୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ରେଞ୍ଜ ବେଲଗାଁ ସେକ୍ସନ ନାରିକଟା ବିଟ୍‌ ବିଜେପୁର ପଞ୍ଚାୟତ ବର୍ଣ୍ଣି ଜଙ୍ଗଲସ୍ଥିତ ନୀମପଡ଼ା ଗାଁର ନାଳରେ ଏକ...

ଖୋଲିଲା ମଣ୍ଡି: ପ୍ରଥମ ଦିନରେ ଧାନ ଦେଲେ ଏତିକି ଚାଷୀ

ପାଟଣା,୨।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟରେ ଶୁକ୍ରବାର ରାଜ୍ୟ ଯୋଗାଣ ନିଗମ ତରଫରୁ ଧାନ ମଣ୍ଡି ଖୋଲିଛି। ପ୍ରଥମ ଦିନରେ ପାଟଣା...

ଖଣ୍ଡଗିରି ମାଘ ମେଳା ନେଇ ମେୟରଙ୍କ ସୂଚନା, ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ…

ଭୁବନେଶ୍ବର, ୨/୧:  ମାଘ ମେଳା ପାଖେଇ ଆସୁଥିବା ବେଳେ ଅଶ୍ଲିଳ ନୃତ୍ୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମେୟର ସୁଲୋଚନା ଦାସ । ଖଣ୍ଡଗିରି ମାଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri