ବିଜୁଳି ଯୋଗାଣ ବିଚ୍ଛିନ୍ନ: ମରଣମୁହଁରେ ଶିଶୁ

ଗାଜା ସିଟି,୧୪ା୧୧: ଗାଜା ସିଟିରେ ଇସ୍ରାଏଲ୍‌ର ଆକ୍ରମଣ ଜାରି ରହିଥିବାବେଳେ ହସ୍ପିଟାଲଗୁଡ଼ିକୁ ଟାର୍ଗେଟ କରାଯାଉଥିବାରୁ ସେଠାରେ ଦୟନୀୟ ସ୍ଥିତି ସୃଷ୍ଟି ହୋଇଛି। ଉତ୍ତର ଗାଜାର ଅନେକ ହସ୍ପିଟାଲରେ ବିଜୁଳି ଓ ଅତ୍ୟାବଶ୍ୟକ ସାମଗ୍ରୀ ଅଭାବରୁ ରୋଗୀସେବା ବନ୍ଦ ହୋଇଯାଇଛି। ମୁଖ୍ୟ ହସ୍ପିଟାଲ ଅଲ୍‌-ଶିଫାକୁ ହମାସ୍‌ ଆତଙ୍କବାଦୀମାନେ ସେମାନଙ୍କର କମାଣ୍ଡ ଘାଟି ଭାବେ ବ୍ୟବହାର କରୁଥିବା ଓ ସେଠାରେ ଆତ୍ମଗୋପନ କରିଥିବା ଅଭିଯୋଗ କରି ଇସ୍ରାଏଲ୍‌ ସେନା ଏହା ନିକଟରେ ଆକ୍ରମଣ ଜାରି ରଖିଛି। ବିଜୁଳି ଯୋଗାଣ ବିଚ୍ଛିନ୍ନ ହୋଇଯାଇଥିବାରୁ ହସ୍ପିଟାଲରେ ନବଜାତକମାନେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି।

ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ସେମାନଙ୍କୁ ସବୁଜ ରଙ୍ଗର କପଡ଼ାରେ ଗୁଡ଼ାଯାଇ ବିପଜ୍ଜନକ ସ୍ଥିତିରେ ଛାଡ଼ିଦିଆଯାଇଛି। ସେମାନଙ୍କ ପାଇଁ ହସ୍ପିଟାଲରେ ଔଷଧ ମଧ୍ୟ ଶେଷ ହୋଇଯାଇଛି। ବିଜୁଳି, ପାଣି, ଖାଦ୍ୟ, ଔଷଧ, ଡାକ୍ତରୀ ଉପକରଣ ଅଭାବରୁ ରୋଗୀମାନେ ଭଗବାନଙ୍କ ଭରସାରେ ପଡ଼ିରହିଛନ୍ତି। ଦିନକ ପୂର୍ବରୁ ସେଠାରେ ୩୯ ନବଜାତକ ଥିବାବେଳେ ସୋମବାର ତାହା ୩୬କୁ ହ୍ରାସ ପାଇଥିବା ଶିଶୁରୋଗ ବିଭାଗ ମୁଖ୍ୟ ଡ. ମହମ୍ମଦ ତବାଶା କହିଛନ୍ତି। ସୋମବାର ମଧ୍ୟ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ହରାଇବାକୁ ପଡ଼ିଛି। ଅନ୍ୟମାନେ କେତେ ସମୟ ତିଷ୍ଠିବେ ତାହା କୁହାଯାଇପାରିବ ନାହିଁ ବୋଲି ତବାଶା କହିଛନ୍ତି। ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁମାନଙ୍କୁ ଇନ୍‌କୁବେଟରରେ ରଖାଯିବା ଜରୁରୀ। ବିଜୁଳି ନ ଥିବାରୁ ସେମାନଙ୍କୁ ସାଧାରଣ ଶଯ୍ୟାରେ ପାଖାପାଖି ଶୁଆଇ ଦିଆଯାଇଛି। ସଂକ୍ରମଣ ନିୟନ୍ତ୍ରଣ ବ୍ୟବସ୍ଥା ନ ଥିବାରୁ ସେମାନଙ୍କ ମଧ୍ୟରେ ବିଭିନ୍ନ ଭୂତାଣୁ ସଂକ୍ରମଣର ଯଥେଷ୍ଟ ସମ୍ଭାବନା ରହିଛି। ଦୁଗ୍ଧ ଓ ବୋତଲର ଟିଟ୍‌କୁ ଉପଯୁକ୍ତ ବିଶୋଧନ କରାଯାଇ ପାରୁ ନ ଥିବାରୁ ଗ୍ୟାସ୍‌ଷ୍ଟ୍ରିକ୍‌ ସଂକ୍ରମଣ କରିବା ସହ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଲେଣି। ଫଳରେ ଶିଶୁଙ୍କଠାରେ ଜଳହୀନତା ଦେଖାଦେବା ସହ ଔଷଧ ଓ ଡାକ୍ତରୀ ଉପକରଣ ବିନା ଶ୍ୱାସକ୍ରିୟା ସମସ୍ୟା ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି। ଶିଶୁମାନଙ୍କ ଦାୟିତ୍ୱରେ ଥିବା ଡାକ୍ତର ଓ ନର୍ସମାନଙ୍କ ପାଖରେ ସେମାନଙ୍କୁ ବଞ୍ଚାଇ ରଖିବାର କୌଣସି ଉପାୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri