ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ

କୋକସରା,୪ା୩(ଡି.ଏନ୍‌.ଏ.): ରବିବାର କଳାହାଣ୍ଡି ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏହି ଗସ୍ତରେ ଆସି କୋକସରା ବ୍ଲକ ଆମପାଣିଠାରେ ବହୁ ପ୍ରତୀକ୍ଷିତ ବିଜୁ ଏକ୍ସପ୍ରେସ ଫୋର ଓ୍ବେ ରାସ୍ତା ଲୋକାର୍ପଣ କରିବେ। ଏନେଇ ଶନିବାର ପୂର୍ତ୍ତ ବିଭାଗ ପକ୍ଷରୁ କାର୍ଯ୍ୟ ସମ୍ପାଦନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ଟିକିନିଖି ପ୍ରସ୍ତୁତି କାର୍ଯ୍ୟ ଉପରେ ଜିଲା ପ୍ରଶାସନ ଓ ସ୍ଥାନୀୟ ନେତୃବୃନ୍ଦଙ୍କ କଡ଼ା ନଜର ରହିଛି। ବିଜେଡିର ତୁଙ୍ଗ ନେତାମାନେ ଘନଘନ ପରିଦର୍ଶନ କରିବା ସହ ଜିଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଶନିବାର ବିଜେଡି ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆମପାଣିଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସ୍ଥିତି ଯାଞ୍ଚ କରି ଫେରିଛନ୍ତି। ତାଙ୍କ ସହ ରାଜ୍ୟସଭା ଏମ୍‌ପି ସୁଜିତ କୁମାର, ବିଜେଡି ଜିଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ଼ ବିଧାୟକ ମୋଷଧି ବାଗ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିସାରୀ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରଓ୍ବାଲ, ପୋରାଧ୍ୟକ୍ଷା ଭବାନୀପାଟଣା ସଂଯୁକ୍ତା ବେହେରା, ଆମପାଣି ଜିଲା ପରିଷଦ ସଭ୍ୟ ହେମନ୍ତ ମାଝି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର, ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା କଲ୍ୟାଣୀ ନାଏକ, ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ଉପାଧ୍ୟକ୍ଷା ମନୀଷା ମିଶ୍ର, ପୂର୍ବତନ ଅଧ୍ୟକ୍ଷା ପୌର ପରିଷଦ ଧର୍ମଗଡ଼ ହୀରା ବାଗ, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, ଜିଲ୍ଲା ବିଜେଡି ଯୁବ ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲ, ଯୁବନେତା ବିବେକ ମିଶ୍ର, ରାଜ୍ୟ ଲିଗାଲ ସେଲ ଉପଦେଷ୍ଟା ହରଜିନ୍ଦର ସିଂ, କଳାହାଣ୍ଡି ଜିଲାପାଳ ପି.ଅନ୍ବେଷା ରେଡ୍ଡି, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପାଓ୍ବାର ସଚିନ ପ୍ରକାଶ, ଧର୍ମଗଡ଼ ଉପଜିଲାପାଳ ବେଦ ଭୂଷଣ, କୋକସରା ବିଡିଓ ଦେବବ୍ରତ କରାଟି,ପୂର୍ତ୍ତବିଭାଗର ନିର୍ବାହୀ ଅଧିକାରୀ ଭୁବନେଶ୍ୱର ଶବର, ଯନ୍ତ୍ରୀ ନବଘନ ବେହେରା ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଅଞ୍ଚଳର ଜନସାଧାରଣ ମଧ୍ୟ ଉତ୍ସାହିତ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କଳାହାଣ୍ଡିର ରାଜନୀତି ଚଳଚଞ୍ଚଳ ହୋଇଉଠିଛି।