Categories: ଫୁରସତ

ଗଛ ଡାଳରେ ବସି ପ୍ରେମାଳାପ କରୁଛନ୍ତି ଦୁଇ କୋଆଲା: ଚୁମ୍ବନ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଏକ ଗଛଡାଳରେ ଦୁଇ କୋଆଲାଙ୍କୁ ଦେଖିବାକୁ ମିଳୁଛି। ଭିଡିଓ ଦେଖିଲେ ସେମାନେ ପରସ୍ପର ପ୍ରେମାଳାପ କରୁଥିବା ପରି ମନେହେଉଛି। ପରେ ଉଭୟଙ୍କ ଚୁମ୍ବନ ଏକପ୍ରକାର ଆଶ୍ଚର୍ଯ୍ୟ କରିଦେବା ଭଳି। ଦୁହେଁ ଦୁହିଁଙ୍କୁ ଚୁମ୍ବନ ଦେବାରେ ବ୍ୟସ୍ଥ ଅଛନ୍ତି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ରିଟୁଇଟ କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

Share