Categories: ବାଣିଜ୍ୟ

୩.୬ ଲକ୍ଷ କୋଟିର ପ୍ରକଳ୍ପ ସମୀକ୍ଷା କଲେ ସୀତାରାମନ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୩.୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପକୁ ବୁଧବାର ସମୀକ୍ଷା କରିଛନ୍ତି। ନ୍ୟାଶନାଲ ଇନଫ୍ରାଷ୍ଟକଚର ପାଇପ ଲାଇନ(ଏନ୍‌ ଆଇପି) ଅଧିନରେ ଏହି ପ୍ରକଳ୍ପଗୁଡିକ ରହିଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଜଳ ସମ୍ପଦ, ନଦୀ ଉନ୍ନତିକରଣ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ ଏହି ପ୍ରକଳ୍ପ ସବୁକୁ କାର୍ଯ୍ୟକାରୀ କରାଉଛି। ରାଜ୍ୟ ସରକାର ଏବଂ ଅନ୍ୟ ମନ୍ତ୍ରଣାଳୟ ସମନ୍ବୟ ରକ୍ଷାକରି ପ୍ରକଳ୍ପ କାମକୁ ଅଗ୍ରଗତି କରାଇବାକୁ ସୀତାରାମନ ୨ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ସାମ୍ଭାବ୍ୟ ନିବେଶକଙ୍କ ସହ ଆଲୋଚନା କରି ନିବେଶ ଉପଯୋଗୀ ପ୍ରକଳ୍ପଗୁଡିକୁ ଆଗକୁ ବଢାଇବାକୁ ସଚିବଙ୍କୁ କୁହାଯାଇଛି।

Share