Categories: ବାଣିଜ୍ୟ

ରିସ୍କ ନେବାକୁ ଶିଳ୍ପ ଜଗତକୁ ସୀତାରାମନଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୮।୧୧: କ୍ଷମତା ସମ୍ପ୍ରସାରଣ ଲାଗି ଶିଳ୍ପ ଜଗତ ରିସ୍କ ନେବା ଜରୁରୀ। ଏହା ହେଲେ ଯାଇ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶିଳ୍ପ ଜଗତକୁ ବୁଧବାର ଆହ୍ବାନ ଜଣାଇଛନ୍ତି। ସେ କହିଛନ୍ତି, ଶିଳ୍ପଗୁଡ଼ିକୁ ଆମଦାନୀ ନିର୍ଭରତା କମ୍‌ କରିବାକୁ ହେବ। ଶିଳ୍ପ ଉପରେ ରହିଥିବା ଅନୁପାଳନ ବୋଝକୁ କମାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଶିଳ୍ପଗୁଡ଼ିକୁ କ୍ଷମତା ବୃଦ୍ଧି ସହ ନୂଆ କ୍ଷେତ୍ରରେ ରହିଥିବା ସମ୍ଭାବନାକୁ ଖୋଜିବାକୁ ପଡ଼ିବ। ଏ କ୍ଷେତ୍ରରେ କୌଣସି ବିଳମ୍ବ ନ କରି ଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗୀ ଖୋଜିବାକୁ ହେବ ବୋଲି ସିଆଇଆଇ ଗ୍ଲୋବାଲ ପଲିସି ସମିଟ୍‌ ଅବସରରେ ସୀତାରାମନ ମତ ପ୍ରକାଶ କରିଛନ୍ତି। ରସ୍କ ନେବା ସହ ଶିଳ୍ପ ଜଗତ ଦେଶର ଅଭିବୃଦ୍ଧି କ୍ଷେତ୍ରରେ ଅଧିକ ଯୋଗଦାନ ରଖିପାରିବେ। ଦେଶକୁ ଏକ ସୁସ୍ଥକର ଅଭିବୃଦ୍ଧିର ଆବଶ୍ୟକତା ରହିଛି। ଆୟର ଅସମାନତାକୁ ଦୂରୀକରଣ କରିବା ସହ ଶିଳ୍ପଜଗତ ନୂଆ ନିଯୁକ୍ତି ଲାଗି ଆଗଭର ହୁଅନ୍ତୁ ବୋଲି ସୀତାରାମନ ଆହ୍ବାନ ଦେଇଛନ୍ତି।

Share