ମା’ ଶୀତଳା ଠାକୁରାଣୀଙ୍କ ଯାତ୍ରା ନେଇ ଉତ୍ସବ ମୁଖର ମୁନିଷିପେଣ୍ଠ ଗାଁ

ଛତ୍ରପୁର,୨୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜଲା ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତ ଅଧୀନ ମୁନିଷିପେଣ୍ଠ ଗାଁରେ ଚାଲିଥିବା ମା’ ଶୀତଳା ଠାକୁରାଣୀଙ୍କ ଯାତ୍ରା ନେଇ ଅଞ୍ଚଳ ଉତ୍ସ। ମୁଖରିତ ହୋଇଉଠିଛି। ପ୍ରତି ୧୨ ବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ମେ ୯ରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା ଏବଂ
୨୯ ତାରିଖ ପର୍ଯ୍ୟନ୍ତ ୨୧ ଦିନ ଧରି ଏହି ଯାତ୍ରାହୋଇଛି। ମେ ୨୯ ମଧ୍ୟ ରାତ୍ରରେ ମା’ଙ୍କ ଘଟ ସ୍ଥାୟୀ ମନ୍ଦିରକୁ ଫେରଯିିବେ। ପରଦିନ ଶୋଭାଯାତ୍ରା ଓ ସାହି ଯାତ୍ରା ଅନୁଷ୍ଠିତ ହେବ। ଯାତ୍ରା ଅବସରରେ ଲୋକ କଳା, ଲୋକ ନୃତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି । ଦୈନିକ ସାରେ ଅସ୍ଥାୟୀ ମଣ୍ଡପରେ ଆଳତି ହେଉଛି ଏହାପରେ ମା’ଙ୍କ ଘଟ ବିରାଟ ପଟୁଆରରେ ଗାଁର ବିଭିନ୍ନ ସାହି ପରିକ୍ରମା କରିବା ବେଳେ ଲୋକେ ମା’ ଙ୍କୁ ପୂଜା ଓ ଭୋଗ ଲଗାଇଥାନ୍ତି। ବିଳମ୍ବିତ ରାତିରେ ମା’ଙ୍କ ଘଟ ଅସ୍ଥାୟୀ ମଣ୍ଡପକୁ ଫେରିଥାନ୍ତି। ୧୨ ବର୍ଷକୁ ଥରେ ଏହି ଯାତ୍ରା ହେଉଥିବାରୁ ଭକ୍ତଙ୍କ ଭିଡ଼ ଲାଗି ରହିଛି। ବାହାରେ ରହୁଥିବା ପୁଅ, ଝିଅ, ଓ ପରିଜନ ମଧ୍ୟ ଗାଁକୁ ଫେରିଛନ୍ତି ଏହି ଯାତ୍ରା ଲାଗି ଗାଁର ବିଭିନ୍ନ ସାହିରେ ହୋଇଥିବା ବିଭିନ୍ନ ମେଢ଼ ଓ କଳାକୁଞ୍ଜ ସମସ୍ତଙ୍କୁ ବିମୋହିତ କରୁଛି। ଏଥିସହ ଗାଁ ସାରା ଆଲୋକ ସାଜସଜ ହୋଇଥିବା ବେଳେ ଆକର୍ଷଣୀୟ ମୀନା ବଜାରରେ ମଧ୍ୟ ଭିଡ଼ ଜମୁଛି। ଏହା ସହ ଯାତ୍ରା ଅପେରା ମଧ୍ୟ ପଡିଛି। ଯାତ୍ରା କମିଟିର ସଭାପତି ବିଶ୍ୱନାଥ ସୁବୁଦ୍ଧି, ସମ୍ପାଦକ ସୁଦାମ ସାହୁ, ଉପସଭାପତି ପ୍ରବାସୀ ପ୍ରଧାନ, ସହସମ୍ପାଦକ କେ. ରାମେୟା, କୋଷାଧ୍ୟକ୍ଷ କେ. ବିମରାଜୂ, ଉପଦେଷ୍ଟା ପ୍ରମୋଦ ସାହୁ, ବିଜୟ ପ୍ରଧାନ, ଭଗବାନ ନାହାକ, ଅର୍ଜୁନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।