ଯଦୁପୁରରେ ଏସ୍‌ଆଇଟି ଟିମ୍‌

ନୟାଗଡ଼ ଅଫିସ,୨ା୧୨: ପରୀ ହତ୍ୟା ଘଟଣାର ତଦନ୍ତ ପାଇଁ ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌ (ଏସ୍‌ଆଇଟି) ମୁଖ୍ୟ ପୋଲିସ ଆଇଜି ଅରୁଣ ବୋଥ୍ରା ମଙ୍ଗଳବାର ନୟାଗଡ଼ରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରଥମେ ସେ ନୟାଗଡ଼ ସର୍କିଟ ହାଉସ୍‌ରେ ଅତିରିକ୍ତ ଏସ୍‌ପି, ନୟାଗଡ଼ ଏସ୍‌ଡିପିଓ, ସଦର ଥାନା ଆଇଆଇସି ଓ ତଦନ୍ତକାରୀ ଅଫିସରଙ୍କୁ ହତ୍ୟାକାଣ୍ଡ ସମ୍ପର୍କରେ ପଚରାଉଚୁରା କରିଥିଲେ। ପରେ ୫ ଜଣିଆ ଟିମ୍‌ ନୟାଗଡ଼ ପୋଲିସକୁ ସାଙ୍ଗରେ ନେଇ ପରୀର ଗଁା ଯଦୁପୁରରେ ପହଞ୍ଚତ୍ଥିଲେ। ପରୀର ମୃତଦେହ ଉଦ୍ଧାର ହୋଇଥିବା ପୋଖରୀ କୂଳରେ ପହଞ୍ଚତ୍ ଅନୁଧ୍ୟାନ କରିବା ସହ ଝିଅ ଅପହରଣ ଓ ମୃତଦେହ ଜବତ ସମ୍ପର୍କରେ ବାପାଙ୍କୁ ପଚାରି ବୁଝିଥିଲେ। ପରେ ପରୀର ଘରକୁ ଯାଇ ଆଲୋଚନା କରିଥିଲେ। ତଦନ୍ତ ସମ୍ପର୍କରେ ଟିମ୍‌ ମୁଖ୍ୟ ପୋଲିସ ଆଇଜି ବୋଥ୍ରା ଗଣମାଧ୍ୟମକୁ କହିଥିଲେ, ପରୀ ହତ୍ୟା ଘଟଣାର ତଦନ୍ତ ଚାଲୁ ରହିଛି। ସମୟ ଆସିଲେ ତଥ୍ୟ ଦିଆଯିବ। ଏବେ କିଛି କହିବା ଠିକ୍‌ ହେବ ନାହିଁ। ନ୍ୟାୟିକ ତତ୍ତ୍ୱାଧାନରେ ମାମଲାର ତଦନ୍ତ ଚାଲିଛି। ସୂଚନାଯୋଗ୍ୟ ଗତ ଜୁଲାଇ ୧୪ରେ ନୟାଗଡ ସଦର ଥାନା ଯଦୁପୁରର ଅମ୍ରିତା ସ୍ନେହା ସାହୁ ଓରଫ ପରୀ (୫) ନାମକ ଶିଶୁକନ୍ୟା ନିଖୋଜ ହୋଇଥିଲେ। ଦଶମ ଦିବସ ଜୁଲାଇ୨୩ରେ ତା’ର ଗଳିତ ମୃତଦେହ ମିଳିଥିଲା। ପୋଲିସ ହତ୍ୟା ମାମଲା ରୁଜୁ କରି ବସିରହିବାରୁ ପରୀର ମା’ବାପା ନଭେମ୍ବର ୨୪ରେ ବିଧାନସଭା ସମ୍ମୁଖରେ ଆମତ୍ାହୁତି ଉଦ୍ୟମ କରିଥିଲେ। କିଛିଦିନ କ୍ରାଇମବ୍ରାଞ୍ଚ ତଦନ୍ତ ପରେ ଏବେ ଏସ୍‌ଆଇଟି ତଦନ୍ତ ଆରମ୍ଭ ହୋଇଛି। ଟିମ୍‌ ମୁଖ୍ୟ ପୋଲିସ ଆଇଜି ବୋଥ୍ରା ଗତ ରବିବାର ନୟାଗଡ଼ ଅତିରିକ୍ତ ଏସ୍‌ପି, ନୟାଗଡ଼ ଏସ୍‌ଡିପିଓ, ସଦର ଥାନା ଆଇଆଇସି ଓ ତଦନ୍ତକାରୀ ଅଫିସରଙ୍କୁ ହତ୍ୟାକାଣ୍ଡ ସମ୍ପର୍କରେ ଭୁବନେଶ୍ୱରରେ ପଚରାଉଚୁରା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri