Posted inଜାତୀୟ

ଧର୍ମସ୍ଥଳ ଗଣକବର ମାମଲା: ବନ୍ଧାହେଲେ ଅଭିଯୋଗକାରୀ

ମାଙ୍ଗାଲୁରୁ,୨୪ା୮: କର୍ନାଟକର ଧର୍ମଶାଳାସ୍ଥିତ ଶ୍ରୀମଞ୍ଜୁନାଥ ଶୈବପୀଠରେ ୧୯୯୦ ଦଶକରୁ ୨୦୧୦ ଦଶକର ମଧ୍ୟଭାଗ ପର୍ଯ୍ୟନ୍ତ ଅନେକ ଶହ ସ୍ବଳ୍ପବୟସ୍କା, ଯୁବତୀ ଓ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରି ପୋତି ଦିଆଯାଇଥିବା ନେଇ ଗତ ଜୁଲାଇରେ ଅଭିଯୋଗ ଆସିଥିଲା। ଉକ୍ତ ମନ୍ଦିରରେ ୨୦୧୪ ପୂର୍ବରୁ ପ୍ରାୟ ୨୦ ବର୍ଷ ଧରି ସଫେଇ କର୍ମଚାରୀ ରହି ଆସିଥିବା ଜଣେ ବ୍ୟକ୍ତି ହଠାତ୍‌ ହ୍ବିସିଲବ୍ଲୋୟର ସାଜି ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିବା ପରେ ଏହି ପ୍ରସଙ୍ଗ ଜାତୀୟ ତଥା ଅନ୍ତର୍ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା। ତାଙ୍କ ଅଭିଯୋଗକ୍ରମେ କର୍ନାଟକ ସରକାର ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରିଛନ୍ତି। ତଦନ୍ତ ବେଳେ ଗଣକବରରୁ ମଣିଷ କଙ୍କାଳ ଓ ଦେହାବଶେଷ ମଧ୍ୟ ଜବତ ହୋଇଥିଲା। ହ୍ବିସିଲବ୍ଲୋୟରଙ୍କ ବୟାନ ଓ ସେ ଦାଖଲ କରିଥିବା ଦସ୍ତାବିଜରେ ତାଳମେଳ ନ ଥିବାରୁ ଶନିବାର ତାଙ୍କୁ ଗିରଫ କରାଯାଇଥିବା ଏସ୍‌ଆଇଟି କହିଛି। ପ୍ରାୟ ଦେଢ଼ମାସ ଧରି ଯେଉଁ ହ୍ବିସିଲବ୍ଲୋୟରଙ୍କ ନାମ ଗୋପନ ରଖି ମୁହଁ ଢାଙ୍କି କୋର୍ଟକୁ ନିଆଯାଉଥିଲା, ତାଙ୍କୁ ଏସ୍‌ଆଇଟି ହଠାତ୍‌ ଅଭିଯୁକ୍ତ ଦର୍ଶାଇ ଗିରଫ କରିବା ପରେ ତଦନ୍ତର ସ୍ବଚ୍ଛତାକୁ ନେଇ ସନ୍ଦେହ ଉପୁଜିଲାଣି। ଏହି ପ୍ରସଙ୍ଗରେ ଶାସକ କଂଗ୍ରେସ ଓ ଭାଜପା ମୁହଁାମୁହିଁ ହୋଇଛନ୍ତି। ସିଦ୍ଦାରାମାୟା ସରକାର ତଦନ୍ତକୁ ବାଟବଣା ଉଦ୍ୟମ କରୁଥିବା ଭାଜପା ଅଭିଯୋଗ ଆଣିଥିବାବେଳେ ବିରୋଧୀ ଦଳ କର୍ନାଟକକୁ ବଦ୍‌ନାମ କରିବା ପାଇଁ ଷଡ଼ଯନ୍ତ୍ର ରହିଥିବା କଂଗ୍ରେସ ସମାଲୋଚନା କରିଛି।

କର୍ନାଟକର ମନ୍ଦିର ସହର ଧର୍ମସ୍ଥଳରେ ବହୁସଂଖ୍ୟାରେ ମହିଳା, କମ୍‌ ବୟସ୍କା ଓ ଯୁବତୀଙ୍କୁ ବଳାତ୍କାର ଓ ହତ୍ୟା ପରେ ସେମାନଙ୍କୁ ପୋତିଦିଆଯାଇଥିବା ନେଇ ସେଠାକାର ପୂର୍ବତନ ସଫେଇ କର୍ମଚାରୀ ସି.ଏନ୍‌. ଚିନ୍ନାୟା ଗତ ମାସ ୩ ତାରିଖରେ ଅଭିଯୋଗ ଆଣିଥିଲେ, ଯାହା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏଭଳି କୁତ୍ସିତ କାର୍ଯ୍ୟ ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ସେ କହିଥିଲେ। ହ୍ବିସିଲବ୍ଲୋୟରଙ୍କ ଅଭିଯୋଗ ନ୍ୟାୟରୁ ବଞ୍ଚତ୍ତ ଅନେକ ଶହ ସ୍ବଳ୍ପବୟସ୍କା, ଯୁବତୀ ଓ ମହିଳାଙ୍କ ପୋତିହୋଇ ରହିଥିବା ବେଦନାକୁ ଉଜାଗର କରିଥିବା କୁହାଯାଇଥିଲା। ତାଙ୍କର ବିଧିବଦ୍ଧ ଅଭିଯୋଗ ପରେ କର୍ନାଟକ ସରକାର ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରିଥିଲେ। ତେବେ ଏସ୍‌ଆଇଟି ଶନିବାର ଅଭିଯୋଗକାରୀ ଚିନ୍ନାୟାଙ୍କୁ ଗିରଫ କରିବା ଘଟଣାକୁ ନୂଆ ମୋଡ଼ ଦେଇଛି। ଅଦାଲତରେ ହାଜର ପରେ ତାଙ୍କୁ ୧୦ ଦିନ ପାଇଁ ପୋଲିସ ହାଜତକୁ ପଠାଇ ଦିଆଯାଇଛି। ଏସ୍‌ଆଇଟି ଏବଂ ଏହାର ମୁଖ୍ୟ ପ୍ରଣବ ମହାନ୍ତି ଶୁକ୍ରବାର ଅଭିଯୋଗକାରୀଙ୍କୁ ଜେରା କରିଥିଲେ। ତାଙ୍କ ବୟାନ ଓ ସେ ଦାଖଲ କରିଥିବା ଦସ୍ତାବିଜ୍‌ରେ ତାଳମେଳ ନ ରହିବାରୁ ତାଙ୍କୁ ଗିରଫ କରାଯାଇଥିବା ଏସ୍‌ଆଇଟି କହିଛି।
ତଦନ୍ତ ଜାରି ରହିଥିବାରୁ ଅଧିକ ବିବରଣୀ ଦିଆଯାଇପାରିବ ନାହିଁ ବୋଲି ଗୃହମନ୍ତ୍ରୀ ଜି. ପରମେଶ୍ୱର ଗଣମାଧ୍ୟମକୁ କହିଛନ୍ତି। ମାମଲା ପଛରେ କୌଣସି ର଼୍ୟାକେଟ୍‌ ସମ୍ପୃକ୍ତ କି ନୁହେଁ, ଏସ୍‌ଆଇଟି ତାହାର ତଦନ୍ତ କରିବା ଆବଶ୍ୟକ। କେବଳ ଚୂଡ଼ାନ୍ତ ରିପୋର୍ଟରୁ ସବିଶେଷ ତଥ୍ୟ ମିଳିପାରିବ। ଅନ୍ୟପକ୍ଷରେ କର୍ନାଟକ ଭାଜପା ମାମଲାର ତଦନ୍ତ ଦାୟିତ୍ୱ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଦେବା ପାଇଁ ଦାବି କରିଛି। ଅଭିଯୋଗକାରୀଙ୍କ ପଛରେ ଷଡ଼ଯନ୍ତ୍ରକାରୀ, ବିଦେଶୀ ହାତ କିମ୍ବା ପାଣ୍ଠି ଥାଇପାରେ। ତାହାକୁ ପଦାକୁ ଆଣିବାକୁ ହେଲେ ଏନ୍‌ଆଇଏ ତଦନ୍ତ ଆବଶ୍ୟକ ବୋଲି ମୁଖ୍ୟ ବିରୋଧୀ ଦଳ କହିଛି।
ଅଭିଯୋଗକାରୀ ହ୍ବିସିଲ୍‌ବ୍ଲୋୟର ଗିରଫ ଘଟଣାକୁ ଧର୍ମସ୍ଥଳ ମଞ୍ଜୁନାଥ ସ୍ବାମୀ ମନ୍ଦିରର ଧର୍ମାଧିକାରୀ ବୀରେନ୍ଦ୍ର ହେଗଡେ ସ୍ବାଗତ କରିଛନ୍ତି। ସତ୍ୟ ପଦାକୁ ଆସିବା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ଏସ୍‌ଆଇଟି ଅଭିଯୋଗକାରୀଙ୍କୁ ବେଲ୍‌ଥାଙ୍ଗଡି କୋର୍ଟରେ ହାଜର କରାଇବା ପରେ ହେଗଡେ ଉପସ୍ଥିତ ଲୋକଙ୍କୁ କହିଥିଲେ, ମନ୍ଦିର ସହର ଭିତ୍ତିହୀନ ଅଭିଯୋଗର ସମ୍ମୁଖୀନ ହୋଇଆସୁଛି। ଏହା ଶ୍ରଦ୍ଧାଳୁ ଓ ଅନ୍ୟମାନଙ୍କ ପାଇଁ ବିପଦ ସୃଷ୍ଟି କରିଥିଲା। ଶନିବାରର ଘଟଣାରୁ ସତ୍ୟ ଉପରେ ଭରସା ସୃଷ୍ଟି ହୋଇଛି ଓ ନ୍ୟାୟ ବଜାୟ ରହିବ ବୋଲି ଧର୍ମାଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ଦକ୍ଷିଣ କନ୍ନଡ ଜିଲା ପୋଲିସ ଅଧୀକ୍ଷକଙ୍କ ନିକଟରେ ଜୁଲାଇ ୩ରେ ପ୍ରଥମେ ହ୍ବିସିଲବ୍ଲୋୟର ଲିଖିତ ଅଭିଯୋଗରେ ଦର୍ଶାଇଥିଲେ, ନିର୍ମମ ବର୍ବରତା ଓ ଯୌନ ଉତ୍ପୀଡ଼ନର କ୍ଷତଚିହ୍ନଗୁଡ଼ିକୁ ଲୁଚାଇବା ପାଇଁ ପୀଡ଼ିତାମାନଙ୍କ ମୃତଦେହକୁ ଗୋପନୀୟ ଭାବେ ପୋତିଦେବାକୁ ତାଙ୍କୁ ବାଧ୍ୟ କରାଯାଉଥିଲା। ପ୍ରାୟ ୨୦ ବର୍ଷ ଧରି ତାଙ୍କୁ ଜବରଦସ୍ତ ଉକ୍ତ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଏହାର ପ୍ରାୟ ୧ ଦଶନ୍ଧି ପରେ ସେ ଅନୁତପ୍ତ ହୋଇ ଉକ୍ତ ଜଘନ୍ୟ ଅପରାଧର ପର୍ଦ୍ଦାଫାଶ କରିବା ପାଇଁ ଫେରିଛନ୍ତି। ଯୁବତୀ ଓ ମହିଳାମାନଙ୍କୁ ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ ବଳାତ୍କାର କରାଯିବା ପରେ ହତ୍ୟାକରି ସେମାନଙ୍କ ମୃତଦେହଗୁଡ଼ିକୁ ପୋତାଯାଉଥିଲା। ପୀଡ଼ିତାମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ସେଠାରୁ ଅନେକ ଶହ ମୃତଦେହ ଖୋଳିବାକୁ ହ୍ବିସିଲବ୍ଲୋୟର ଦାବି କରିଥିଲେ। ତାଙ୍କ କହିବା ଅନୁଯାୟୀ, ନଦୀକୂଳରେ ସେ କେତେଜଣ ମହିଳାଙ୍କ ଗଳିତ ମୃତଦେହ ଠାବ କରିଥିଲେ। ସେତେବେଳେ ସେ ଏହାକୁ ଆମତ୍ହତ୍ୟା କିମ୍ବା ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଧରିନେଇଥିଲେ। କିନ୍ତୁ ମହିଳାଙ୍କ ବିବସ୍ତ୍ର ମୃତଦେହଗୁଡ଼ିକରେ କ୍ଷତଚିହ୍ନ ଦେଖି ତାଙ୍କ ମନକୁ ପାପ ଛୁଇଁଥିଲା। ୧୯୯୮ରେ ତାଙ୍କୁ ଗୋପନୀୟ ଭାବେ ଏଭଳି ମୃତଦେହ ଲୁଚାଇବାକୁ କୁହାଯାଇଥିଲା। ସେ ମନା କରିବାରୁ ତାଙ୍କୁ ମାଡ଼ ମରାଯାଇଥିଲା ଓ ଧମକ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?