Posted inଜାତୀୟ

ଭାଇଙ୍କୁ ରାଖୀ ବାନ୍ଧିବାକୁ ଚାହୁଁଥିଲେ ଭଉଣୀ, ହେଲେ ସ୍ବାମୀ…

ହରଦୋଇ,୧୯।୮: ଉତ୍ତରପ୍ରଦେଶର ହରଦୋଇରେ ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କ ନାକ କାଟି ଦେଇଛନ୍ତି। ସ୍ତ୍ରୀ ନିଜ ଭାଇଙ୍କ ହାତରେ ରାଖୀ ବାନ୍ଧିବାକୁ ଚାହୁଁଥିବାରୁ ସ୍ବାମୀ ତାଙ୍କ ନାକ କାଟି ଦେଇଥିଲେ। ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସ୍ତ୍ରୀ ସୋମବାର ଜିଦ ଧରି କହିଥିଲେ ଯେ ସେ ତାଙ୍କ ମାଆ ଘରକୁ ଯାଇ ତାଙ୍କ ଭାଇଙ୍କ ହାତରେ ରାଖୀ ବାନ୍ଧିବାକୁ ଚାହୁଁଛନ୍ତି, କିନ୍ତୁ ତାଙ୍କ ସ୍ବାମୀ ଏହା କରିବାକୁ ମନା କରି ଦେଇଥିଲେ। ଯାହା ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଝଗଡ଼ା ଏତେ ବଢିଗଲା ଯେ ସ୍ବାମୀ କ୍ରୋଧରେ ସ୍ତ୍ରୀଙ୍କ ନାକ କାଟିଦେଲେ। ଏହା ପରେ ମହିଳାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ମହିଳାଙ୍କୁ ଲକ୍ଷ୍ନୌର ଟ୍ରମା ସେଣ୍ଟରକୁ ରେଫର କରାଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, କୋଟୱାଲି ଗାଁର ବାନିୟାନୀ ପୁରଭା ନିବାସୀ ରାହୁଲ ନାମକ ଜଣେ ଯୁବକ ହଠାତ୍‌ ତାଙ୍କ ସ୍ତ୍ରୀ ଅନୀତାଙ୍କ ସହ ବିବାଦ ଆରମ୍ଭ କରିଥିଲେ। ଅନୀତା ରାଖୀ ପୂର୍ଣ୍ଣମୀରେ ତାଙ୍କ ମାତାପିତାଙ୍କ ଘରକୁ ଯିବାକୁ ଜିଦ ଧରିଥିଲେ, ଯେଉଁଥିପାଇଁ ରାହୁଲ ବାରମ୍ବାର ମନା କରୁଥିଲେ। ଏହି ପ୍ରସଙ୍ଗରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ବିବାଦ ଏତେ ବଢିଗଲା ଯେ ରାହୁଲ ରାଗିଯାଇ ସ୍ତ୍ରୀଙ୍କ ନାକ କାଟି ଦେଇଥିଲେ।
ଯାହା ପରେ ଅନୀତାଙ୍କର ବହୁତ ରକ୍ତସ୍ରାବ ହୋଇଥିଲା ଏବଂ କିଛି ସମୟ ମଧ୍ୟରେ ତାଙ୍କ ଅବସ୍ଥା ବିଗିଡିଯାଇଥିଲା। ଏହା ପରେ ଅନୀତାଙ୍କୁ ଶୀଘ୍ର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା, ସେଠାରୁ ତାଙ୍କୁ ଲକ୍ଷ୍ନୌର ଟ୍ରମା ସେଣ୍ଟରକୁ ରେଫର୍‌ କରାଯାଇଥିଲା। ଏଥି ସହିତ ଯେତେବେଳେ ପୋଲିସକୁ ଏହି ଘଟଣା ବିଷୟରେ ପଚରାଯାଇଥିଲା, ସେମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏପର୍ଯ୍ୟନ୍ତ କେହି ଅଭିଯୋଗ କରିନାହାଁନ୍ତି। ଅଭିଯୋଗ ପରେ ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri