ପାଟନା,୧।୯: ବିହାରର ପାଟନାର ଫୁଲୱାରିଫରେ ଜଣେ ଯୁବକଙ୍କ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ରାତିରେ ଯୁବକଙ୍କୁ ତାଙ୍କ ଭାଉଜ ହତ୍ୟା କରିଥିଲେ। ତା’ପରେ ସେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ସକାଳେ ଯୁବକଙ୍କ ବଡ଼ ଭାଉଜ ଯେତେବେଳେ ମଝିଆଁ ଭାଉଜଙ୍କ କୋଠରୀକୁ ଯାଇଥିଲେ, ସେ ଚିତ୍କାର କରିଥିଲେ। ଦିଅର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ତଳେ ପଡ଼ିଥିଲେ। ଚିତ୍କାର ଶୁଣି ଅନ୍ୟ ଲୋକମାନେ ମଧ୍ୟ ସେଠାକୁ ଆସିଥିଲେ। ତା’ପରେ ଜଣାପଡିଲା ଯେ, ମଝିଆଁ ଭାଉଜ ଭାଉଜଙ୍କୁ ହତ୍ୟା କରି ସେଠାରୁ ପଳାଇ ଯାଇଛନ୍ତି।
ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ବର୍ତ୍ତମାନ ମହିଳାଙ୍କ ସନ୍ଧାନ କରାଯାଉଛି। ମାମଲାଟି ଭୁସୌଲା ଦାନାପୁର ଅଞ୍ଚଳର। ପାରିବାରିକ ବିବାଦରେ ୨୪ ବର୍ଷୀୟ ରିଜୱାନ କୁରେଶୀଙ୍କୁ ହତ୍ୟା କରାଯାଇଥିଲା। ମୃତକଙ୍କ ମଝିଆଁ ଭାଉଜ ହତ୍ୟା ପାଇଁ ଅଭିଯୁକ୍ତ କରାଯାଇଛି। ଭାଉଜ ଘରର ପ୍ରଥମ ମହଲାର କୋଠରୀରେ ଶୋଇଥିବା ଦିଅରଙ୍କୁ ଚପର ସାହାଯ୍ୟରେ ଆକ୍ରମଣ କରି ହତ୍ୟା କରିଥିଲେ।
ପରିବାର ସଦସ୍ୟମାନେ କହିଛନ୍ତି, ରିଜୱାନ ଏକ ବର୍ଷ ପୂର୍ବରୁ ବିବାହ କରିଥିଲେ। ବର୍ତ୍ତମାନ ତାଙ୍କ ସ୍ତ୍ରୀ ତାଙ୍କ ବାପଘରକୁ ଯାଇଥିଲେ। ରିଜୱାନ ଅବିବାହିତ ଥିବାବେଳେ ଶବନମ ତାଙ୍କ ସହିତ ସମ୍ପର୍କ ରଖିଥିଲେ। ରିଜୱାନର ବିବାହ ଠିକ୍ ପରେ ଉଭୟେ ଏକାଠି ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କୁ ବାରଣ କରାଯାଇଥିଲା। ବିବାହ ପରେ ରିଜୱାନ କେବଳ ତାଙ୍କ ସ୍ତ୍ରୀଙ୍କୁ ଚାହୁଁଥିଲେ। କିନ୍ତୁ ଶବନମ ଏସବୁ ସହ୍ୟ କରିପାରୁ ନ ଥିଲେ। ସେ ରିଜୱାନ ସହିତ ରହିବାକୁ ଚାହୁଁଥିଲେ।
ଯେତେବେଳେ ଶବନମ ରିଜୱାନ ସହିତ ରହିବାକୁ ଜିଦ କରିଥିଲେ, ସେ ସିଧାସଳଖ ମନା କରିଥିଲେ। ତା’ପରେ ଯେତେବେଳେ ରିଜୱାନଙ୍କ ସ୍ତ୍ରୀ ତାଙ୍କ ବାଘଘରକୁ ଯାଇଥିଲେ, ଶବନମ ରିଜୱାନଙ୍କୁ ହତ୍ୟା କରିଥିଲେ। କେବଳ ଏତିକି ନୁହେଁ, ତାଙ୍କ ଦିଅରଙ୍କୁ ହତ୍ୟା କରିବା ପୂର୍ବରୁ ସେ ତାଙ୍କ ସ୍ବାମୀଙ୍କୁ କୋଠରୀରେ ବନ୍ଦ କରି ଦେଇଥିଲେ। ଘଟଣା ପରେ ପରିବାରରେ ଅଶାନ୍ତି ସୃଷ୍ଟି ହୋଇଛି।


