ବିଜେଡିରୁ ଭଉଣୀ, କଂଗ୍ରେସରୁ ଭାଇ ଆଶାୟୀ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା): ସାଧାରଣ ନିର୍ବାଚନ ପାଇଁ  ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସରେ ଆଶାୟୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତି ଉପୁଜିଛି ଯେ, ପୁରୁଖା ରାଜନେତାଙ୍କ ପରିବାରରୁ ୨ ଜଣ ଲେଖାଏ ଆଶାୟୀ ରହିଥିବା ଦେଖିବାକୁ ମିଳୁଛି। ରାୟଗଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୨ ଦଳରୁ ଭଉଣୀ ଭାଇଙ୍କୁ ନେଇ ଏବେ ଚର୍ଚ୍ଚା।
କଂଗ୍ରେସର ପୂର୍ଣ୍ଣଚନ୍ଦ୍ର ମାଝି ଓ ବିଜେଡିର ଅନସୂୟା ମାଝି ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଅନନ୍ତରାମ ମାଝିଙ୍କ ପୁଅ ଓ ଝିଅ। ଦୁହେଁ ଭିନ୍ନ ଦଳରୁ  ଆଶାୟୀ। ପୂର୍ଣ୍ଣଚନ୍ଦ୍ର ରାୟଗଡ଼ା ବିଧାନସଭା ଆସନ ସକାଶେ କଂଗ୍ରେସରୁ ଆଶାୟୀ ରହିଥିବା ବେଳେ ଅନସୂୟା ବିଜେଡିରୁ ପ୍ରାର୍ଥୀ ହେବାକୁ ଲବି କରୁଛନ୍ତି। ୨୦୦୮ରେ ପିତା ଅନନ୍ତରାମ ମାଝିଙ୍କ ମୃତ୍ୟୁ ପରେ ଉପନିର୍ବାଚନରେ ପୂର୍ଣ୍ଣ ମାଝି କଂଗ୍ରେସରୁ ପ୍ରାର୍ଥୀ ହୋଇ ଲକ୍ଷ୍ମୀପୁର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୯ ନିର୍ବାଚନରେ ପୂର୍ଣ୍ଣ ମାଝି ରାୟଗଡ଼ାରୁ ଆଶାୟୀ ରହିଥିଲେ, କିନ୍ତୁ ଟିକେଟ ପାଇ ନ ଥିଲେ। ତେବେ କଂଗ୍ରେସ ଦଳରେ ଦୀର୍ଘ ବର୍ଷ ରହିଥିବାରୁ କଂଗ୍ରେସ ଦଳରେ ଆଶାୟୀ ରହିବା ସ୍ବାଭାବିକ। ପୂର୍ଣ୍ଣ ମାଝି ଅନ୍‌ଲାଇନରେ ରାୟଗଡ଼ା ଆସନ ପାଇଁ ଆବେଦନ କରିବା ସହିତ ଦଳର ଶୀର୍ଷ ନେତୃତ୍ୱଙ୍କୁ ମଧ୍ୟ ଜଣାଇଛନ୍ତି।
ଅନ୍ୟପଟେ ପୂର୍ଣ୍ଣଙ୍କ ଭଉଣୀ ଅନସୂୟା ବିଜେଡିରୁ ରାୟଗଡ଼ା ଆସନ ପାଇଁ ଆଶାୟୀ ରହିଛନ୍ତି। ଏ ସମ୍ପର୍କରେ ସେ ଦଳୀୟ ନେତୃବୃନ୍ଦଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି। ବର୍ତ୍ତମାନ ଅନସୂୟା ରାୟଗଡ଼ା ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ରହିଛନ୍ତି। ତାଙ୍କ ପାଇଁ ଦଳର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଲବି ମଧ୍ୟ ଚଳାଇଥିବା ଜଣାପଡ଼ିଛି। ଅବଶ୍ୟ ବିଜେଡିରେ ଯୋଗଦାନ ପୂର୍ବରୁ ଅନସୂୟା କଂଗ୍ରେସରୁ ମଧ୍ୟ ଆଶାୟୀ ଥିଲେ। ମହିଳା କଂଗ୍ରେସ ଜିଲା ସଭାନେତ୍ରୀ ରହିଥିଲେ। ହେଲେ କଂଗ୍ରେସରେ ନିର୍ବାଚନ ଲଢ଼ିବା ପାଇଁ ସୁଯୋଗ ନ ମିଳିବାରୁ  ସେ ବିଜେଡିରେ ଯୋଗଦେଇଥିଲେ। ବିଜେଡିରେ ଯୋଗଦାନ ପରେ ବିଜୁ ମହିଳା ଜନତା ଦଳ ଜିଲା ସଭାନେତ୍ରୀ ଓ ପରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ହୋଇଥିଲେ। ତେଣୁ ବର୍ତ୍ତମାନ ସେ ବିଧାନସଭା ପ୍ରାର୍ଥୀ ପାଇଁ ଆଶାୟୀ ରହିଛନ୍ତି।  ତେବେ ଗୋଟିଏ ପରିବାରର ୨ଜଣଙ୍କୁ ଭିନ୍ନ ଭିନ୍ନ ଦଳରେ ଟିକେଟ ଦିଆଗଲେ, ଭୋଟର କାହାକୁ ବାଛିବେ  ତାହାକୁ ନେଇ ଚିନ୍ତାରେ ପଡ଼ିବେ। ତେବେ ଏହା ଉଭୟ ବିଜେଡି ଓ କଂଗ୍ରେସ ପାଇଁ ମଧ୍ୟ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି।  ଦେଖିବାର କଥା, ଏହି ଟିକେଟ ଆଶାର ଦୌଡ଼ ଆଗକୁ କେଉଁ ମୋଡ଼ ନେଉଛି। ଉଭୟ ଭଉଣୀଭାଇ ଦୁଇଟି ଭିନ୍ନ ଦଳରୁ ରାଜନୀତି ମଇଦାନକୁ ଓହ୍ଲାଇଥିବା ନେଇ ପୂର୍ଣ୍ଣ ମାଝିଙ୍କୁ ପଚାରିବାରୁ ସେ ସବୁବେଳେ କଂଗ୍ରେସ ଦଳରେ ରହିଛନ୍ତି ଆଉ ରହିବେ ବୋଲି କହିଛନ୍ତି। ଭଉଣୀ ଅନସୂୟା ବାହା ହେବା ପରେ ସେ ବ୍ୟକ୍ତିଗତ ଜୀବନରେ କ’ଣ କରିବେ ସେଥିରେ ତାଙ୍କର କୌଣସି ହସ୍ତକ୍ଷେପ ନାହିଁ ବୋଲି ପୂର୍ଣ୍ଣ କହିଛନ୍ତି। ଏନେଇ ଅନସୂୟା ମାଝିଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବପର ହୋଇ ନ ଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri