ଭଉଣୀକୁ ପସନ୍ଦ ନ ଥାଏ ଭାଇର ଏହି ୪ଟି କଥା

ଭଉଣୀ ଭାଇର ସମ୍ପର୍କ ସବୁଠୁ ନିଆରା। ସେଠି ଝଗଡ଼ା ତ ଥାଏ ହେଲେ ତା’ଠାରୁ ଯଥେଷ୍ଟ ଅଧିକ ଥାଏ ଭଲ ପାଇବା। ହେଲେ କେବେ କେବେ ଭାଇର କେତୋଟି ଗୁଣ ପସନ୍ଦ ଆସି ନ ଥାଏ ଭଉଣୀକୁ, ଯାହାକି ଏହି ମଧୁର ସମ୍ପର୍କରେ ଭରିଥାଏ ତିକ୍ତତା। ତେବେ ଆସନ୍ତୁ ଜାଣିବା ଏଭଳି ୪ଟି କଥା ସମ୍ପର୍କରେ…

ଘର କାମରେ ଯାହାଯ୍ୟ ନ କରିବା: ବର୍ତ୍ତମାନ ପୁଅ ଏବଂ ଝିଅ ମଧ୍ୟରେ ବେଶି ପ୍ରଭେଦ ନାହିଁ। ମା’ବାପାମାନେ ମଧ୍ୟ ଉଭୟଙ୍କୁ ସମାନ ଦୃଷ୍ଟିରେ ଦେଖୁଛନ୍ତି। ହେଲେ ଏବେବି କେତେକ ଘରେ ଝିଅମାନଙ୍କ ଉପରେ କାମର ଚାପ ପକାଯାଉଛି। ଫଳରେ ସେମାନେ ବିରକ୍ତ ହୋଇଯାଉଛନ୍ତି। ଏହି କଥାକୁ ନେଇ ଅନେକ ସମୟରେ ଭାଇ-ଭଉଣୀ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥାଏ। ଏମିତିରେ ଭାଇମାନେ ଜାଣିବା ଦରକାର ଘର କାମ କେବଳ ଭଉଣୀର ନୁହେଁ ଉଭୟଙ୍କର।
ସବୁ କାମରେ ବାଧା ଦେବା: ଭଉଣୀର ସବୁ କାମରେ ବାଧା ଦେବାର ବଦଭ୍ୟାସ ଅନେକ ଭାଇଙ୍କର ରହିଛି। ପୋଷାକ ପିନ୍ଧିବାଠାରୁ ଆରମ୍ଭକରି କେଉଁଆଡେ ଯିବା ପର୍ଯ୍ୟନ୍ତ ସବୁଥିରେ ଭାଇମାନେ ସେମାନଙ୍କ ଉପରେ ଚାପ ମଧ୍ୟ ପକାଇଥାନ୍ତି। ଭଉଣୀ ପାଇଁ କେୟାର କରିବା ଅବା ପୋଜିସିଭ୍‌ ହେବା ଠିକ୍‌ ହେଲେ ଭାଇଙ୍କର ଆବଶ୍ୟକରୁ ଅଧିକ ଏହି କାର୍ଯ୍ୟ ବି ଭଉୟଙ୍କ ମଧ୍ୟରେ ଦୂରତା ଆଣି ଦେଇଥାଏ।
ଥଟ୍ଟା କରିବା: ଭଉଣୀକୁ ଛୋଟ ଛୋଟ କଥାରେ ହଇରାଣ କରିବା ଅବା ଥଟ୍ଟା କରିବା ଭାଇମାନଙ୍କର ଅଭ୍ୟାସ। ତଥାପି ସେମାନେ ଯତ୍ନବାନ ହେବା ଉଚିତ୍‌ ଯେ ବାରମ୍ବାର ଏପରି କରିବା ଦ୍ୱାରା ଭଉଣିକୁ ମାନସିକ ଆଘାତ ଦେଇପାରେ। ତେଣୁ ନିଜ ସମ୍ପର୍କକୁ ମଜଭୁତ୍‌ ରଖିବା ଳାଗି ଭାଇମାନଙ୍କୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।
କଥା ନ ଶୁଣିବା: ଭଉଣୀମାନେ ମା’ବାପାଙ୍କ ଅପେକ୍ଷା ଭାଇ ସହ ସବୁକଥା ଶେୟାର କରିବାକୁ ଅଧିକ ସହଜ ମନେ କରିଥାନ୍ତି। କାରଣ ସେମାନେ ଭାବନ୍ତି ଭାଇମାନେ ସେମାନଙ୍କୁ ସହଜରେ ବୁଝିପାରିବେ। ତେବେ ଯେତେବେଳେ ଭାଇମାନେ ଭଉଣୀର ସମସ୍ୟାକୁ ଶୁଣନ୍ତି ନାହିଁ କିମ୍ବା ସମସ୍ୟାର ସମାଧାନ ଉପାୟ ନ କହି ଅଯଥା ଯୁକ୍ତି ତର୍କ କରନ୍ତି ଅବା ଭଉଣୀର କଥାକୁ ଅଣଦେଖା କରିନ୍ତି ଏହା ସେମାନଙ୍କୁ ବହୁତ ଆଘାତ ଦେଇଥାଏ। ଅପରପକ୍ଷେ ଏହି ଗୁଣ ଭାଇଠାରୁ ଭଉଣୀକୁ ଦୂରେଇ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri