Posted inଜାତୀୟ

‘ସିବିଆଇକୁ ସ୍ବାଗତ, ଆମେ ସହଯୋଗ କରିବୁ’

ନୂଆଦିଲ୍ଲୀ,୧୯।୮: ଅବକାରୀ ପଲିସିକୁ ନେଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘରେ ସିବିଆଇ ଚଢାଉ କରିଛି। ଅବକାରୀ ପଲିସି ଲିଙ୍କରେ ଦିଲ୍ଲୀ-ଏନସିଆରରେ ୨୧ଟି ସ୍ଥାନ ଉପରେ ସିବିଆଇ ପକ୍ଷରୁ ଚଢାଉ କରିଯାଇଛି। ଏହି ଚଢାଉ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଟୁଇଟ୍‌ କରିଛନ୍ତି। ସେ କହିଛନ୍ତି,ଯେଉଁ ଦିନ ଆମେରିକାର ସବୁଠୁ ବଡ଼ ଖବରକାଗଜର ପ୍ରଥମ ପୃଷ୍ଠାରେ ଦିଲ୍ଲୀ ଶିକ୍ଷା ମଡେଲକୁ ପ୍ରଶଂସା କରାଯାଇଥିଲା ଏବଂ ମନୀଷ ସିସୋଡିଆଙ୍କ ଫଟୋ ଛପା ଯାଇଥିଲା, ସେହି ଦିନ କେନ୍ଦ୍ର ମନୀଷଙ୍କ ଘରକୁ ସିବିଆଇ ପଠାଇଥିଲା, ସିବିଆଇକୁ ସ୍ବାଗତ। ସମ୍ପୂର୍ଣ୍ଣ ସହଯୋଗ କରିବୁ। ଅତୀତରେ ମଧ୍ୟ ଅନେକ ଯାଞ୍ଚ/ ଚଢାଉ ହୋଇଛି। କିଛି ମିଳିଲା ନାହିଁ। ଏବେ ବି କିଛି ମିଳିବ ନାହିଁ।
ସେ ଅନ୍ୟ ଏକ ଟୁଇଟରେ କହିଛନ୍ତି, ସମଗ୍ର ବିଶ୍ୱ ଦିଲ୍ଲୀର ଶିକ୍ଷା ଏବଂ ସ୍ବାସ୍ଥ୍ୟ ମଡେଲ ଉପରେ ଆଲୋଚନା କରୁଛି। ସେମାନେ ଏହାକୁ ବନ୍ଦ କରିବାକୁ ଚାହୁଁଛନ୍ତି। ସେଥିପାଇଁ ଦିଲ୍ଲୀର ସ୍ବାସ୍ଥ୍ୟ ଓ ଶିକ୍ଷା ମନ୍ତ୍ରୀଙ୍କ ଘରେ ଚଢାଉ ଓ ଗିରଫ ହେଉଛି। ୭୫ ବର୍ଷ ମଧ୍ୟରେ ଯିଏ ଭଲ କାମ କରିବାକୁ ଚେଷ୍ଟା କଲା, ତାଙ୍କୁ ରୋକିବାକୁ ଚେଷ୍ଟା କରାଯାଏ। ସେଥିପାଇଁ ଭାରତ ପଛରେ ରହିଯାଇଛି। ଦିଲ୍ଲୀର ଭଲ କାମ ବନ୍ଦ ହେବାକୁ ଦେବୁ ନାହିଁ।
ଏହି ଚଢାଉ ସମ୍ପର୍କରେ ସୂଚନା ଦେଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଟୁଇଟ୍‌ କରି କହିଛନ୍ତି ଯେ, ସିବିଆଇ ଆସିଛି। ସ୍ବାଗତଯୋଗ୍ୟ। ଆମେ ସଚ୍ଚୋଟ। ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ତିଆରି କରୁଛୁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଯେଉଁମାନେ ଆମ ଦେଶରେ ଭଲ କାମ କରନ୍ତି ସେମାନେ ଏହିପରି ହଇରାଣ ହରକତ ହେଉଛନ୍ତି। ସେଥିପାଇଁ ଆମ ଦେଶ ଏପର୍ଯ୍ୟନ୍ତ ଏକ ନମ୍ବର ହୋଇପାରି ନାହିଁ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଅବକାରୀ ନୀତି ୨୦୨୧-୨୨ କାର୍ଯ୍ୟକାରୀ ହେବାରେ ଅନିୟମିତା ପ୍ରକାଶ ପାଇଥିଲା। ଏହି ଘଟଣାରେ ଦିଲ୍ଲୀ ଉପରାଜ୍ୟପାଳ ତତ୍କାଳୀନ ଦିଲ୍ଲୀ ଅବକାରୀ କମିସନର ଆରବ ଗୋପି କ୍ରୀଷ୍ଣ ଏବଂ ଉପ ଅବକାରୀ କମିଶନର ଆନନ୍ଦ କୁମାର ତିୱାରୀଙ୍କ ସମେତ ୧୧ ଜଣ ନିଲମ୍ବନ ହୋଇଛନ୍ତି। ଅବକାରୀ ନୀତି କାର୍ଯ୍ୟକାରୀ କରିବାରେ ଉକ୍ତ ଅଧିକାରୀମାନେ ତ୍ରୁଟି କରିବାରୁ ଦିଲ୍ଲୀ ଉପରାଜ୍ୟପାଳ ସେମାନଙ୍କୁ ନିଲମ୍ବନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ଲୋମ ଟାଙ୍କୁରି ଉଠିବ…. ଅବୈଧ ସମ୍ପର୍କ ପାଇଁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ପ୍ରେମିକ, ଫ୍ରିଜରେ ପୁରାଇ….

ନୂଆଦିଲ୍ଲୀ,୩୦।୩: ବିଶାଖାପାଟଣାରେ ଏକ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

ଅପମାନିତ ହେଲା ପାକିସ୍ତାନ: PSLରେ ବଲ ଟ୍ୟାମ୍ପରିଂ? ଫଖର ଜମାନଙ୍କ କାର୍ଯ୍ୟ କ୍ୟାମେରାରେ କଏଦ

ଇସଲାମାବାଦ,୩୦।୩: ପାକିସ୍ତାନ ସୁପର ଲିଗ (PSL 2026) ଆରମ୍ଭ ହେବାର ମାତ୍ର କିଛି ଦିନ ହେଲାଣି, ତଥାପି ଏହା ମଧ୍ୟରେ ଏକ ବଡ଼ ବିବାଦ ଦେଖାଦେଇଛି। ମ୍ୟାଚରେ…

ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଆପଣଙ୍କ ବିଲରେ LPG ଦେୟ ଯୋଡୁଥିଲେ ତୁରନ୍ତ କରିପାରିବେ ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୩୦।୩: ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ, କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛି, ସେମାନଙ୍କୁ ଗ୍ରାହକ…

ଲସ୍କର ଆତଙ୍କୀ ଶବିର ଲୋନ ଗିରଫ, ISIର ନିର୍ଦ୍ଦେଶରେ ରଚୁଥିଲା ଷଡଯନ୍ତ୍ର

ନୂଆଦିଲ୍ଲୀ,୩୦ା୩: ଜାତୀୟ ରାଜଧାନୀ ଦିଲ୍ଲୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦିଲ୍ଲୀ ସୀମାରୁ ଲସ୍କର ଆତଙ୍କବାଦୀ ଶବିର ଅହମ୍ମଦଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri