ଭୁବନେଶ୍ୱର,୧୭।୧: ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଜାତୀୟସ୍ତରୀୟ ଶିଶିର ସରସ ମେଳାକୁ ଆଉ ୨ ଦିନ ବଢାଇ ଦିଆଯାଇଛି। ଫଳରେ ୧୮ ତାରିଖ ପରିବର୍ତ୍ତେ ୨୦ ତାରିଖ ପର୍ଯ୍ୟନ୍ତ ମେଳା ଚାଲିବ ବୋଲି ସୂଚନା ମିଳିଛି।
ଲୋକସମାଗମକୁ ଦୃଷ୍ଟିରେ ରଖି ମେଳା ଅବଧି ୨ ଦିନକୁ ବୃଦ୍ଧି କରାଯାଇଛି। ୧୦ ତାରିଖରୁ ଆରମ୍ଭ ହୋଇଛି ଶିଶିର ସରସ ମେଳା-୨୦୨୬। ପ୍ରତିଦିନ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମେଳା ଚାଲୁଛି।

