ଶିଶୁଭବନ କଟକ: ୮୦୦ ରୋଗୀଙ୍କ ଲାଗି ୨୧ ଆଇସିୟୁ

କଟକ ଅଫିସ, ୧୫ା୯: କଟକ ଶିଶୁଭବନରେ ଦିନକୁ ଦିନ ଶିଶୁ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟ ସମେତ ରାଜ୍ୟ ବାହାରୁ ମଧ୍ୟ ଲୋକମାନେ ସେମାନଙ୍କ ପିଲାଙ୍କୁ ଉତ୍ତମ ଚିକିତ୍ସା ପାଇଁ ଏଠାକୁ ଆଣୁଛନ୍ତି। ତେବେ ଏହି ଚିକିତ୍ସାଳୟରେ ୨୦୦ ରୋଗୀଙ୍କ ପାଇଁ ଶଯ୍ୟା ମଞ୍ଜୁରୀ ଥିବାବେଳେ ପ୍ରକୃତ ଚିତ୍ର କିନ୍ତୁ ଭିନ୍ନ ଦେଖିବାକୁ ମିଳୁଛି। ତଥ୍ୟ ଅନୁଯାୟୀ, ପ୍ରତିଦିନ ପ୍ରାୟ ୪୦୦ରୁ ୫୦୦ ବହିର୍ବିଭାଗ(ଆଉଟ ଡୋର) ଶିଶୁ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି। ସେହିପରି ଚିକିତ୍ସାଧୀନ(ଇନ୍‌ଡୋର) ରୋଗୀ ଭାବେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଚିକିତ୍ସିତ ହେଉଛନ୍ତି। ଗୋଟିଏ ଶଯ୍ୟାରେ ୨ଜଣଙ୍କ ଚିକିତ୍ସା କରାଯାଉଥିବାବେଳେ କେତେକ ସମୟରେ ଗୋଟିଏ ଶଯ୍ୟାରେ ୩ଜଣ ରୋଗୀଙ୍କୁ ରଖାଯାଇ ମଧ୍ୟ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳୁଛି। ନିୟମିତ ଦେଖିବାକୁ ଗଲେ ଆଉଟ୍‌ଡୋର ଏବଂ ଚିକିତ୍ସିତ(ଇନ୍‌ଡୋର) ରୋଗୀସଂଖ୍ୟା ମିଶି ୮୦୦ରୁ ଊର୍ଦ୍ଧ୍ୱ ହେଉଥିବାବେଳେ ଏମାନଙ୍କ ପାଇଁ ଜରୁରୀବେଳେ ଲାଇଫ୍‌ ସପୋର୍ଟ ଆଇସିୟୁ ମାତ୍ର ୨୧ଟି ରହିଛି। ଫଳରେ ଗୁରୁତର ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସରକାରଙ୍କ ରେକର୍ଡ ଅନୁଯାୟୀ ଶିଶୁଭବନରେ ୨୦୦ ଶଯ୍ୟା ପାଇଁ ଆବଶ୍ୟକ ଡାକ୍ତର ଏବଂ କର୍ମଚାରୀ ରହିଛନ୍ତି। ହେଲେ ଦୈନିକ ଚିକିତ୍ସିତ ରୋଗୀସଂଖ୍ୟା ୪୦୦ରୁ ଅଧିକ ରହୁଥିବାରୁ ସେହି ହିସାବରେ କର୍ମଚାରୀଙ୍କ ଅଭାବ ପଡ଼ୁଛି। ଅଧିକାଂଶ ସମୟରେ ରୋଗୀ ଚଟାଣରେ ଚିକିତ୍ସିତ ହେଉଛନ୍ତି। ସରକାରଙ୍କ ଦ୍ୱାରା ସ୍ବୀକୃତ ୨୦୦ ଶଯ୍ୟା ବ୍ୟତୀତ ଅଧିକ ୨୧୬ କାର୍ଯ୍ୟକାରୀ ଶଯ୍ୟା ପାଇଁ ଡାଇରେକ୍ଟୋରେଟ୍‌ ଅଫ୍‌ ମେଡିକାଲ ଏଜୁକେଶନ ଟ୍ରେନିଂ(ଡିଏମ୍‌ଇଟି) ପକ୍ଷରୁ ଅନୁମତି ଦିଆଯିବା ପରେ ସେହି ଅନୁସାରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି ବୋଲି ଶିଶୁଭବନ ସୁପରିଣ୍ଟେଣ୍ଡେଣ୍ଟ ଜ୍ଞାନେନ୍ଦ୍ର ନାଥ ବେହେରା କହିଛନ୍ତି। ଏଠାରେ ବଢୁଥିବା ରୋଗୀଙ୍କ ସଂଖ୍ୟା ହିସାବରେ ଆଇସିୟୁର ଅଭାବ ରହିଛି। ଏହାକୁ ଦୃଷ୍ଟିରେ ରଖି କୋଭିଡ୍‌-୧୯ ପାଇଁ ହୋଇଥିବା ଡେଡିକେଟେଡ୍‌ ୧୪ଟି ଆଇସିୟୁକୁ ଖୁବ୍‌ଶୀଘ୍ର ବ୍ୟବହାର କରାଯିବାକୁ ସ୍ଥିର ହୋଇଛି। ଏହା କାର୍ଯ୍ୟକ୍ଷମ ହେଲେ ଆଇସିୟୁ ସମସ୍ୟା କିଛି ମାତ୍ରାରେ ହ୍ରାସ ପାଇବ ବୋଲି ସେ କହିଛନ୍ତି। ସେହିପରି ଶିଶୁ ଭବନ ପରିସରରେ ନିର୍ମାଣ ହେଉଥିବା ନୂତନ କୋଠା ବିଭାଗକୁ ହସ୍ତାନ୍ତର ବିଳମ୍ବ ହେଉଥିବାରୁ ରୋଗୀଙ୍କ ପାଇଁ ଶଯ୍ୟା ଅଭାବ ଘଟଣାକୁ ସ୍ବୀକାର କରିବା ସହ ନୂତନ କୋଠା ମିଳିବା ପରେ ଚଟାଣରେ ଶିଶୁରୋଗୀ ଚିକିତ୍ସା ସଂଖ୍ୟା ହ୍ରାସ ପାଇବ ବୋଲି ବେହେରା କହିଛନ୍ତି। ଅପରପକ୍ଷରେ ଶିଶୁଭବନରେ ଉନ୍ନତମାନ ଓ ସମ୍ପୂର୍ଣ୍ଣ ମାଗଣାରେ ଶିଶୁରୋଗୀଙ୍କୁ ଚିକିତ୍ସା ସୁବିଧା ମିଳୁଥିବାରୁ ଓଡ଼ିଶା ସମେତ ପଡ଼ୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼ ଆଦି ରାଜ୍ୟରୁ ଚିକିତ୍ସା ପାଇଁ ରୋଗୀ ଆସିଥାନ୍ତି। ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାକୁ ଏହାକୁ ଦୃଷ୍ଟିରେ ରଖି ୧୧୬କୋଟି ଟଙ୍କା ବ୍ୟୟରେ ଏକ ୬ମହଲା କୋଠା ମଧ୍ୟ ନିର୍ମାଣାଧୀନ ରହିଛି। ୨୦୧୯ରୁ ଏହି କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ୨୦୨୧ ଫେବୃୟାରୀ ମାସରେ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାସ୍ତର କରିବାର ସମ୍ପୃକ୍ତ ଠିକା ସଂସ୍ଥା ଚୁକ୍ତି କରିଥିଲେ। ହେଲେ ଇତିମଧ୍ୟମରେ ବିଭିନ୍ନ କାରଣ ଦର୍ଶାଇ ବାରମ୍ବାର ଅବଧି ବଢ଼ାଉଥିବା ଅଭିଯୋଗ ହେଉଛି। ପୂର୍ତ୍ତବିଭାଗ ଏବଂ ଠିକା ସଂସ୍ଥାର ମଧୁଚନ୍ଦ୍ରିକା ଯୋଗୁ ନୂତନ କୋଠାରେ ରୋଗୀ ଚିକିତ୍ସା ପାଇବା ବିଳମ୍ବ ହେଉଥିବା କୁହାଯାଉଛି। ଫଳରେ ଶିଶୁ ରୋଗୀ ଆବଶ୍ୟକ ଚିକିତ୍ସା ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ କଟକ-୧ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ମାଝି କୁହନ୍ତି, ଆସନ୍ତା ଅକ୍ଟୋବର ଶେଷସୁଦ୍ଧା କୋଠା ନିର୍ମାଣ ଶେଷ ହୋଇ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri