Posted inଜାତୀୟ

ଏସ୍‌ଆଇଆର୍‌: ଅର୍ଦ୍ଧାଧିକ ଭୋଟରଙ୍କୁ ନୂଆ ଦସ୍ତାବିଜ ଦେବାକୁ ପଡ଼ି ନ ପାରେ

ନୂଆଦିଲ୍ଲୀ,୧୮ା୯: ଅଧିକାଂଶ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ଅର୍ଦ୍ଧାଧିକ ମତଦାତାଙ୍କୁ ନୂଆ ଦସ୍ତାବିଜ ଦେବାକୁ ପଡ଼ି ନ ପାରେ ବୋଲି ବୁଧବାର ନିର୍ବାଚନ କମିଶନ(ଇସି) ଅଧିକାରୀମାନେ ସୂଚନା ଦେଇଛନ୍ତି। ଇସିଙ୍କ ପକ୍ଷରୁ କୁହାଯାଇଛି ଯେ, ଅନେକ ରାଜ୍ୟରେ ୨୦୦୨ରୁ ୨୦୦୪ ମଧ୍ୟରେ ଭୋଟର ତାଲିକାର ଏସ୍‌ଆଇଆର୍‌ କରାଯାଇଛି। ଏହି ବର୍ଷକୁ ସେମାନଙ୍କ ପରବର୍ତ୍ତୀ ଏସ୍‌ଆଇଆର୍‌ ପାଇଁ କଟ୍‌ଅଫ୍‌ ତାରିଖ ଭାବେ ବିଚାର କରାଯିବ। ସାରା ଦେଶରେ ଏସ୍‌ଆଇଆର୍‌ ଲାଗୁ ପାଇଁ ଇସି ଖୁବ୍‌ଶୀଘ୍ର ତାରିଖ ଘୋଷଣା କରିବେ। ଏଥିପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ମାନଙ୍କୁ ଭୋଟର ତାଲିକା ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। କେତେକ ରାଜ୍ୟର ସିଇଓମାନେ ଗତ ଏସ୍‌ଆଇଆର୍‌ ପରେ ପ୍ରକାଶିତ ଭୋଟର ତାଲିକା ନିଜ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରିସାରିଛନ୍ତି। କୌଣସି ଯୋଗ୍ୟ ନାଗରିକ ଯେପରି ବାଦ୍‌ ନ ପଡ଼ନ୍ତି ତାହା ସୁନିଶ୍ଚିତ କରିବା ପାଇଁ ସୁପ୍ରିମକୋର୍ଟ ଇସିଙ୍କୁ ନିର୍ଦ୍ଦେଶ ଦେଇଥିବାରୁ ଏହାକୁ ଗୁରୁତ୍ୱ ଦେଇ ସିଇଓମାନେ କାର୍ଯ୍ୟ କରୁଥିବା କୁହାଯାଉଛି।

ଇତିମଧ୍ୟରେ ଇସି ଇଭିଏମ୍‌ ବାଲଟ୍‌ ପେପରର ଡିଜାଇନିଂ ଓ ପ୍ରିଣ୍ଟିଂ ସମ୍ପର୍କିତ ସଂଶୋଧିତ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ତଦନୁସାରେ ଏହା ଅଧିକ ପଠନଯୋଗ୍ୟ ଓ ଭୋଟର-ଅନୁକୂଳ ହେବ। ଏଥିରେ ପ୍ରାର୍ଥୀମାନଙ୍କ ରଙ୍ଗିନ ଫଟୋ ସହ ସେମାନଙ୍କ ନାମ ବଡ଼ ଅକ୍ଷରରେ ଉଲ୍ଲେଖ ରହିବ, ଯାହାକୁ ଦେଖି ମତଦାତାମାନେ ସହଜରେ ସେମାନଙ୍କୁ ଜାଣିପାରିବେ ଏବଂ ନିଜ ପସନ୍ଦ ଅନୁସାରେ ଭୋଟ ଦେଇପାରିବେ। ପ୍ରାର୍ଥୀଙ୍କ ନାମ ସହ ନନ୍‌ ଅଫ୍‌ ଦି ଏବଭ୍‌ (ନୋଟା)ର ଅକ୍ଷର ଆକୃତି ୩୦ ସାଇଜ୍‌ରେ ରହିବ ଏବଂ ସ୍ପଷ୍ଟତା ପାଇଁ ତାକୁ ବୋଲ୍ଡ କରାଯିବ। ଏଥିପାଇଁ ବ୍ୟବହୃତ କାଗଜ ମଧ୍ୟ ପୂର୍ବାପେକ୍ଷା ମୋଟା ରହିବ। ବିଧାନସଭା ନିର୍ବାଚନ ପାଇଁ ନିର୍ଦ୍ଦିଷ୍ଟ ଭାବେ ପିଙ୍କ୍‌ କଲର ପେପର ବ୍ୟବହାର କରାଯିବ। ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରୁ ଏହା ଲାଗୁ ହେବ ବୋଲି ଇସି ସୂଚନା ଦେଇଛନ୍ତି। ଭାରତର ନିର୍ବାଚନ କମିଶନ କଣ୍ଡକ୍ଟ ଅଫ୍‌ ଇଲେକ୍ସନ ରୁଲ୍ସ, ୧୯୬୧ର ରୁଲ୍‌ ୪୯ବିରେ ସଂଶୋଧନ ଆଣି ପ୍ରଚଳିତ ଗାଇଡ୍‌ଲାଇନ୍‌ରେ ଏପରି ପରିବର୍ତ୍ତନ କରିଥିବା ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri