ଓଡ଼ିଆରେ ମୁକ୍ତିଲାଭ କରିବ ‘ସାର୍‌ ମ୍ୟାଡାମ ସରପଞ୍ଚ’

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଗଞ୍ଜାମ ଜିଲାର ଆରତୀ ଦେବୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଜଣେ ଉଚ୍ଚ ଶିକ୍ଷିତା ଓ ସ୍ବଚ୍ଛଳ ବ୍ୟାଙ୍କ ଚାକିରି ଛାଡି ରାଜନୀତିରେ ପ୍ରବେଶ କରି ୨୦୧୨ ମସିହାରେ ଦେଶର ସର୍ବକନିଷ୍ଠ ମହିଳା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ସ୍ଲୋଗାନ ଥିଲା ‘ଟିପ ଚିହ୍ନ ନୁହେଁ, ଦସ୍ତଖତ ଦିଅ’। ନାରୀ ଶିକ୍ଷା ଓ ମହିଳା ଗ୍ରାମସଭା ଭଳି କାର୍ଯ୍ୟ ହାତକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ଆରତୀ ଦେବୀଙ୍କ ଆଦର୍ଶ ଓ କାର୍ଯ୍ୟ ଏବେ ଜାତୀୟ ସ୍ତରରେ ପହଞ୍ଚତ୍ଛି। ଏଥିରେ ଅନୁପ୍ରାଣିତ ହୋଇ ବଲିଉଡ୍‌ ପ୍ରଯୋଜକ ତଥା ନିର୍ଦ୍ଦେଶକ ପ୍ରବୀନ ମୋର୍ଚ୍ଚଲେ ଏକ ବହୁଭାଷୀ ଚଳଚ୍ଚିତ୍ର ‘ସାର୍‌ ମ୍ୟାଡ଼ମ ସରପଞ୍ଚ’ ତିଆରି କରିଛନ୍ତି। ତାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ଆରତୀ ଦେବୀଙ୍କ ଚରିତ୍ରକୁ ହଲିଉଡ୍‌ ଷ୍ଟାର ଆର୍‌ୟାନା ସଜନାନୀ ନିଖୁଣ ଭାବରେ ଚିତ୍ରଣ କରିଛନ୍ତି। ସୀମା ବିଶ୍ୱାସଙ୍କ ଭଳି ଜଣେ ଉଚ୍ଚକୋଟୀର ଅଭିନେତ୍ରୀଙ୍କ ଅଭିନୟ ମଧ୍ୟ ଚଳଚ୍ଚିତ୍ରକୁ ଆହୁରି ଶିକ୍ଷଣୀୟ କରିଦେଇଛି। ଏହି ଚଳଚ୍ଚିତ୍ର ୪ଟି ଭାଷାରେ ନିର୍ମାଣ ହୋଇ ସର୍ବ ଭାରତୀୟ ସ୍ତରରେ ମୁକ୍ତିଲାଭ କରିଥିବାବେଳେ ଓଡ଼ିଆ ଭାଷାରେ ଖୁବଶୀଘ୍ର ମୁକ୍ତିଲାଭ ହେବାକୁ ଯାଉଛି ବୋଲି ଶନିବାର ସ୍ଥାନୀୟ ପ୍ରେସକ୍ଲବଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସମ୍ମିଳନୀରେ ସମାଜସେବୀ ନମ୍ରତା ଚଢ଼ା, ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀଙ୍କ ସହିତ ପୂର୍ବତନ ସର୍ବ କନିଷ୍ଠା ସରପଞ୍ଚ ଆରତୀ ଦେବୀ ଉପସ୍ଥିତ ଥିଲେ। ଓଡ଼ିଶାରେ ପୂର୍ବରୁ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଗୁଡିକୁ ଯେପରି ଲୋକ ପସନ୍ଦ କରିଥିଲେ ଏବଂ ରାଜ୍ୟ ସରକାର ପ୍ରମୋଦ କର ଛାଡ଼ କରିଥିଲେ, ସେହିପରି ଏହି ଚଳଚ୍ଚିତ୍ରଟିକୁ ମଧ୍ୟ ଦୃଷ୍ଟି ଦେବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ପ୍ରକଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri