ଓଡ଼ିଆରେ ମୁକ୍ତିଲାଭ କରିବ ‘ସାର୍‌ ମ୍ୟାଡାମ ସରପଞ୍ଚ’

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଗଞ୍ଜାମ ଜିଲାର ଆରତୀ ଦେବୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଜଣେ ଉଚ୍ଚ ଶିକ୍ଷିତା ଓ ସ୍ବଚ୍ଛଳ ବ୍ୟାଙ୍କ ଚାକିରି ଛାଡି ରାଜନୀତିରେ ପ୍ରବେଶ କରି ୨୦୧୨ ମସିହାରେ ଦେଶର ସର୍ବକନିଷ୍ଠ ମହିଳା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ସ୍ଲୋଗାନ ଥିଲା ‘ଟିପ ଚିହ୍ନ ନୁହେଁ, ଦସ୍ତଖତ ଦିଅ’। ନାରୀ ଶିକ୍ଷା ଓ ମହିଳା ଗ୍ରାମସଭା ଭଳି କାର୍ଯ୍ୟ ହାତକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ଆରତୀ ଦେବୀଙ୍କ ଆଦର୍ଶ ଓ କାର୍ଯ୍ୟ ଏବେ ଜାତୀୟ ସ୍ତରରେ ପହଞ୍ଚତ୍ଛି। ଏଥିରେ ଅନୁପ୍ରାଣିତ ହୋଇ ବଲିଉଡ୍‌ ପ୍ରଯୋଜକ ତଥା ନିର୍ଦ୍ଦେଶକ ପ୍ରବୀନ ମୋର୍ଚ୍ଚଲେ ଏକ ବହୁଭାଷୀ ଚଳଚ୍ଚିତ୍ର ‘ସାର୍‌ ମ୍ୟାଡ଼ମ ସରପଞ୍ଚ’ ତିଆରି କରିଛନ୍ତି। ତାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ଆରତୀ ଦେବୀଙ୍କ ଚରିତ୍ରକୁ ହଲିଉଡ୍‌ ଷ୍ଟାର ଆର୍‌ୟାନା ସଜନାନୀ ନିଖୁଣ ଭାବରେ ଚିତ୍ରଣ କରିଛନ୍ତି। ସୀମା ବିଶ୍ୱାସଙ୍କ ଭଳି ଜଣେ ଉଚ୍ଚକୋଟୀର ଅଭିନେତ୍ରୀଙ୍କ ଅଭିନୟ ମଧ୍ୟ ଚଳଚ୍ଚିତ୍ରକୁ ଆହୁରି ଶିକ୍ଷଣୀୟ କରିଦେଇଛି। ଏହି ଚଳଚ୍ଚିତ୍ର ୪ଟି ଭାଷାରେ ନିର୍ମାଣ ହୋଇ ସର୍ବ ଭାରତୀୟ ସ୍ତରରେ ମୁକ୍ତିଲାଭ କରିଥିବାବେଳେ ଓଡ଼ିଆ ଭାଷାରେ ଖୁବଶୀଘ୍ର ମୁକ୍ତିଲାଭ ହେବାକୁ ଯାଉଛି ବୋଲି ଶନିବାର ସ୍ଥାନୀୟ ପ୍ରେସକ୍ଲବଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସମ୍ମିଳନୀରେ ସମାଜସେବୀ ନମ୍ରତା ଚଢ଼ା, ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀଙ୍କ ସହିତ ପୂର୍ବତନ ସର୍ବ କନିଷ୍ଠା ସରପଞ୍ଚ ଆରତୀ ଦେବୀ ଉପସ୍ଥିତ ଥିଲେ। ଓଡ଼ିଶାରେ ପୂର୍ବରୁ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଗୁଡିକୁ ଯେପରି ଲୋକ ପସନ୍ଦ କରିଥିଲେ ଏବଂ ରାଜ୍ୟ ସରକାର ପ୍ରମୋଦ କର ଛାଡ଼ କରିଥିଲେ, ସେହିପରି ଏହି ଚଳଚ୍ଚିତ୍ରଟିକୁ ମଧ୍ୟ ଦୃଷ୍ଟି ଦେବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ପ୍ରକଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri