ସିଂଦେଓ ପରିବାର ଜିତିଲେ, ମିଶ୍ର ହାରିଲେ

ବଲାଙ୍ଗୀର, ୭ା୬(ବୀରେନ୍ଦ୍ର କୁମାର ଝାଙ୍କର): ସ୍ବାଧୀନତା ପରବର୍ତ୍ତୀ ଓଡ଼ିଶା ରାଜନୀତିରେ ବଲାଙ୍ଗୀର ଜିଲା ଏିଊ ପ୍ରମୁଖ ରାଜନୈତିକ କେନ୍ଦ୍ର ଭାବେ ପରିଚିତ ହୋଇଆସିଛି। ଏହି ଜିଲାର ଦୁଇ ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ପରିବାର ଭାବେ ବଲାଙ୍ଗୀର ରାଜପରିବାର ବା ସିଂଦେଓ ଏବଂ ବଲାଙ୍ଗୀରର ମିଶ୍ର ପରିବାର ମଧ୍ୟରେ ରାଜନୈତିକ ଲଢ଼େଇ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଏହି ପରିବାରର ବିଭିନ୍ନ ସଦସ୍ୟଙ୍କ ସହ ପରସ୍ପର ଲଢ଼େଇ ଓ ପ୍ରତିଦ୍ୱନ୍ଦ୍ୱିତା ନିର୍ବାଚନ ରାଜନୀତିକୁ ଅନେକ ସମୟରେ ଉଷ୍ଣ କରିଦେବା ସହ ପ୍ରାଦେଶିକ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ସଦ୍ୟ ସମାପ୍ତ ନିର୍ବାଚନରେ ବଲାଙ୍ଗୀର ରାଜପରିବାର ପୁଣି ଥରେ କ୍ଷମତା କେନ୍ଦ୍ର ପାଲଟିଛି।
୨୦୧୪ ନିର୍ବାଚନରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବରିଷ୍ଠ ବିଜେଡି ନେତା ଅନଙ୍ଗ ଉଦୟ ସିଂଦେଓଙ୍କୁ ପରାସ୍ତ କରିଥିଲେ। ୨୦୧୯ ନିର୍ବାଚନରେ ସିଂଦେଓ ପରିବାର ଓ ମିଶ୍ର ପରିବାର ମଧ୍ୟରେ ଲଢ଼େଇ ହୋଇଥିଲା। ବଲାଙ୍ଗୀର ବିଧାନସଭା ଆସନରେ ବରିଷ୍ଠ କଂଗ୍ରେସ ନେତା ନରସିଂହଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଅନଙ୍ଗଙ୍କ ସାନପୁଅ ଅର୍କେଶ ନାରାୟଣ ସିଂଦେଓ। ଏହି ନିର୍ବାଚନରେ ନରସିଂହ ବିଜୟୀ ହୋଇ ଲଗାତର ଦୁଇଥର ସଦର ଆସନ ଅକ୍ତିଆର କରିବାରେ ସଫଳ ହୋଇଥିଲେ। ସେପଟେ ୨୦୧୯ ଲୋକ ସଭା ନିର୍ବାଚନ ପାଇଁ ବଲାଙ୍ଗୀର ଆସନରେ ତ୍ରିମୁଖୀ ଲଢ଼େଇ ହୋଇଥିଲା। ଅନଙ୍ଗଙ୍କ ବଡ଼ପୁଅ କଲିକେଶ ନାରାୟଣ ସିଂଦେଓ, ନରସିଂହଙ୍କ ସାନପୁଅ ସମରେନ୍ଦ୍ର ମିଶ୍ର ଓ କଲିକେଶଙ୍କ ଭାଉଜ ଭାଜପାର ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଏଥିରେ ସଙ୍ଗୀତା ଜିତିଥିଲେ। କଲିକେଶ ଏବଂ ସମରେନ୍ଦ୍ର ଉଭୟେ ପରାଜିତ ହୋଇଥିଲେ। ତେବେ ବଲାଙ୍ଗୀର ବିଧାନସଭା ସଦର ଆସନ ଏବଂ ଲୋକ ସଭା ଆସନରେ ପ୍ରାର୍ଥୀ ହୋଇଥିବା ଅନଙ୍ଗଙ୍କ ଦୁଇ ପୁଅ କଲିକେଶ ଓ ଅର୍କେଶ ଉଭୟେ ହାରି ଯିବାରୁ ଅନଙ୍ଗ ଉଦୟ ସିଂଦେଓଙ୍କ ପରିବାରକୁ ଝଟକା ଲାଗିଥିଲା। ୨୦୧୯ ଲୋକ ସଭା ନିର୍ବାଚନରେ ସମରେନ୍ଦ୍ର ହାରି ଯାଇଥିଲେ ମଧ୍ୟ ବାପା ନରସିଂହ ମିଶ୍ର ବଲାଙ୍ଗୀର ବିଧାୟକ ଭାବେ ନିର୍ବାଚିତ ହୋଇଥିବାରୁ ମିଶ୍ର ପରିବାରକୁ ଆଶ୍ୱସ୍ତି ମିଳିଥିଲା। ଠିକ୍‌ ସେହିପରି ୨୦୧୯ ନିର୍ବାଚନରେ ପାଟଣାଗଡ଼ ଆସନରୁ ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ସିଂଦେଓ ପରାଜୟ ବରଣ କରିଥିଲେ ମଧ୍ୟ ଲୋକ ସଭା ଆସନରୁ ତାଙ୍କ ସ୍ତ୍ରୀ ସଙ୍ଗୀତା ବିଜୟୀ ହୋଇଥିବାରୁ ପାଟଣାଗଡ଼ ସିଂଦେଓ ପରିବାରକୁ ମଧ୍ୟ ଆଶ୍ୱସ୍ତି ମିଳିଥିଲା। ୨୦୦୯ ମସିହା ନିର୍ବାଚନରେ ଲୋକ ସଭା ଆସନରେ ଭାଜପା ନେତ୍ରୀ ସଙ୍ଗୀତା ଦେବୀ, ବିଜେଡି ପ୍ରାର୍ଥୀ କଲିକେଶ ନାରାୟଣ ଏବଂ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେଇ ନିର୍ବାଚନରେ କଲିକେଶ ତାଙ୍କ ଭାଉଜ ସଙ୍ଗୀତା ଦେବୀ ଏବଂ ଭେଟେରାନ୍‌ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ ପରାସ୍ତ କରି ଲୋକ ସଭା ସଦସ୍ୟ ହୋଇଥିଲେ। ଏସବୁ ଫଳାଫଳ ଦେଖିଲେ ସିଂଦେଓ ପରିବାର ଏବଂ ମିଶ୍ର ପରିବାର ସଦସ୍ୟଙ୍କ ଲଢ଼େଇ ଚର୍ଚ୍ଚାରେ ରହିଆସିଛି।
୨୦୨୪ ନିର୍ବାଚନ ଅନେକ ଦିଗରୁ ଉଭୟ ସିଂଦେଓ ଏବଂ ମିଶ୍ର ପରିବାର ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ନିର୍ବାଚନ ପୂର୍ବରୁ ନରସିଂହ ମିଶ୍ର ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। ତାଙ୍କ ସ୍ଥାନରେ ସଦର ଆସନରୁ ପୁଅ ସମରେନ୍ଦ୍ର ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ବିଜେଡି ପ୍ରାର୍ଥୀ କଲିକେଶଙ୍କଠାରୁ ୧୩,୪୦୯ ଖଣ୍ଡ ଅଧିକ ଭୋଟ୍‌ ବ୍ୟବଧାନରେ ପରାସ୍ତ ହୋଇଛନ୍ତି। ଏଥର ପାଟଣାଗଡ଼ରୁ କନକ ବର୍ଦ୍ଧନ ସିଂଦେଓ ୧,୩୫୭ ଖଣ୍ଡ ଅଧିକ ଭୋଟ୍‌ରେ ବିଜେଡି ପ୍ରାର୍ଥୀ ସରୋଜ ମେହେରଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। କନକଙ୍କ ସ୍ତ୍ରୀ ସଙ୍ଗୀତା କୁମାରୀ ସିଂଦେଓ ପଞ୍ଚମ ଥର ଲୋକସଭା ସଦସ୍ୟା ନିର୍ବାଚିତ ହୋଇ ରେକର୍ଡ କରିଛନ୍ତି। ସେ ୧,୩୨,୬୬୪ ଖଣ୍ଡ ଅଧିକ ଭୋଟ୍‌ରେ ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇଙ୍କୁ ପରାସ୍ତ କରିଛନ୍ତି। ଏବେ ତିନିଜଣ ସଦସ୍ୟ ନିର୍ବାଚନ ଜିତିଥିବାରୁ ସିଂଦେଓ ପରିବାର ଅଧିକ କ୍ଷମତାଶାଳୀ ହୋଇଛି ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri