Posted inଜାତୀୟ

ସିଂହଭୂମ ପୃଥିବୀର ପ୍ରଥମ ବେଳାଭୂମି

ସିଂହଭୂମ, ୨୩ା୧୧: ପୃଥିବୀର ସର୍ବପୁରାତନ ଇତିହାସ ମଧ୍ୟରୁ ସବୁଠୁ ଅଧିକ ରହସ୍ୟ ଓ ରୋମାଞ୍ଚକର କଥା ହେଉଛି କିପରି ଏବଂ କେବେ ପୃଥିବୀ ପ୍ରଥମ ଥର ପାଇଁ ପାଣି ଭିତରୁ ବାହାରିଥିଲା। ଟେକ୍ଟୋନିକ୍‌ ପ୍ଲେଟ୍‌ ଗତିବିଧି ଯୋଗୁ ଜଳମଗ୍ନ ପୃଥିବୀରୁ ମହାଦ୍ୱୀପଗୁଡ଼ିକ ମୁକ୍ତ ହୋଇଥିଲେ ବୋଲି ବିଶ୍ୱାସ କରାଯାଏ। ତେବେ ସଦ୍ୟ ଅଧ୍ୟୟନର ନୂଆ ଆବିଷ୍କାର ଏହି ପୁରୁଣା ଥିଓରି ଓ ଦାବିକୁ ଚ୍ୟାଲେଞ୍ଜ କରିଛି। ଜଳପ୍ରଳୟ ଯୋଗୁ ଆମ ପୃଥିବୀ ସମ୍ପୂର୍ଣ୍ଣ ଭାବେ ପାଣିରେ ବୁଡ଼ିଯାଇଥିବାବେଳେ ପ୍ରାୟ ୨୫୦ କୋଟି ବର୍ଷ ପୂର୍ବେ ସମୁଦ୍ରରୁ ପ୍ରଥମ ମହାଦ୍ୱୀପ ମୁକୁଳିଥିଲା ବୋଲି ଦାବି କରାଯାଉଥିଲା। କିନ୍ତୁ ନୂଆ ରିପୋର୍ଟ ପୂର୍ବ ଥିଓରି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବୈଜ୍ଞାନିକମାନଙ୍କୁ ଭାରତରୁ ମିଳିଥିବା ଏକ ଶିଳା ନମୁନା ପ୍ରାୟ ୩୨୦କୋଟି ବର୍ଷ ପୁରୁଣା ବୋଲି ଜଣାପଡ଼ିଛି। ଝାଡ଼ଖଣ୍ଡର ସିଂହଭୂମ ଜିଲାରୁ ଉକ୍ତ ପଥର ନମୁନା ମିଳିଥିବାରୁ ସିଂହଭୂମ ପୃଥିବୀର ପ୍ରଥମ ବେଳାଭୂମି ବୋଲି ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ଗବେଷକଙ୍କ ଦ୍ୱାରା ହୋଇଥିବା ଗବେଷଣାରୁ ଜଣାପଡ଼ିଛି। ପିଏନ୍‌ଏସ୍‌ ଜର୍ନାଲରେ ପ୍ରକାଶିତ ଏହି ଅନୁସନ୍ଧାନ ରିପୋର୍ଟ ପୃଥିବୀକୁ ବୁଝିବାର ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ବଦଳାଇଦେଇପାରେ ବୋଲି କୁହାଯାଉଛି।
ମୋନାଶ ବିଶ୍ୱବିଦ୍ୟାଳୟର ମୁଖ୍ୟ ଗବେଷକ ଡ. ପ୍ରିୟଦର୍ଶୀ ଚୌଧୁରୀ କହିଛନ୍ତି, ପୃଥିବୀର କେଉଁ ଭାଗ ପ୍ରଥମେ ସମୁଦ୍ରରୁ ବାହାରିଥିଲା ତାହା ଉପରେ ଅଧ୍ୟୟନ ଚାଲିଥିଲା। ସିଂହଭୂମ ଜିଲାରୁ ମିଳିଥିବା ବିଶେଷ ଧରଣର ବଲୁଆ ପଥରର ବୟସ ଜାଣିବାକୁ ପରୀକ୍ଷା କରାଯାଇଥିଲା। ୟୁରାନିୟମ ଏବଂ ଛୋଟ ଖଣିଜ ପଦାର୍ଥର ବିଶ୍ଳେଷଣ ପରେ ପଥରଗୁଡ଼ିକ ୩୨୦ କୋଟି ବର୍ଷରୁ ଅଧିକ ପୁରୁଣା ବୋଲି ଜଣାପଡ଼ିଛି। ଏପରି ଶିଳା ବହୁ ପ୍ରାଚୀନ ନଦୀ ଉପକୂଳ ଏବଂ ଗଭୀର ସମୁଦ୍ରରେ ସୃଷ୍ଟି ହୋଇଥିଲା। ପୃଥିବୀର ବୟସ ପ୍ରାୟ ୪୫୪.୩ କୋଟି ବର୍ଷ। ପ୍ରାରମ୍ଭରେ ଏହା ବହୁତ ଗରମ ଥିଲା। ଲକ୍ଷ ଲକ୍ଷ ବର୍ଷ ପରେ ଥଣ୍ଡା ହୋଇଥିଲା ଏବଂ ଏଠାରେ ଜଳ ସୃଷ୍ଟି ହେଲା। ଧୂମକେତୁଗୁଡ଼ିକ ଯୋଗୁ ସମୁଦ୍ର ସୃଷ୍ଟି ହେଲା। ଭୌଗୋଳିକ ପରିବର୍ତ୍ତନ ଯୋଗୁ ପୃଥିବୀରେ ପ୍ରଥମେ ସିଂହଭୂମ ମହାଦ୍ୱୀପ ସୃଷ୍ଟି ହୋଇଥିଲା। କ୍ରମେ ବାୟୁମଣ୍ଡଳରେ ଅମ୍ଳଜାନ ମାତ୍ରା ବୃଦ୍ଧି ପାଇଲା ଏବଂ ଫସ୍‌ଫରସ୍‌ ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ସମୁଦ୍ରରେ ସୃଷ୍ଟି ହେବାରେ ଲାଗିଥିଲା ବୋଲି ଏଥିରେ କୁହାଯାଇଛି। ତେଣୁ ସିଂହଭୂମ ୩୨୦ କୋଟି ବର୍ଷ ତଳେ ସମୁଦ୍ରରୁ ବାହାରି ଆସିଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଏଥିସହ ପ୍ରାଚୀନତମ ଭୂମିର କିଛି ଭାଗ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଦେଖିବାକୁ ମିଳିଛି। ସଦ୍ୟ ଗବେଷଣା ପୃଥିବୀର ସର୍ବପୁରାତନ ମହାଦେଶ ଗଠନ ଏବଂ ଆମ ଜଳବାୟୁ, ବାୟୁମଣ୍ଡଳ, ମହାସାଗର ଗଠନ ଦିଗରେ ଅଧିକ ଅନୁସନ୍ଧାନ ସହାୟକ ହେବ।

ବହୁ ବର୍ଷ ଧରି ଆଗ୍ନେୟଗିରି ଉଦ୍‌ଗିରଣ

ଗବେଷକମାନେ ସିଂହଭୂମ ଅଞ୍ଚଳର ଭୂତଳ ସୃଷ୍ଟି କରିଥିବା ଗ୍ରାନାଇଟ୍‌ର ଅଧ୍ୟୟନ କରିଥିଲେ। ଏହି ଗ୍ରାନାଇଟ ପଥରଗୁଡ଼ିକ ୩୧୦ରୁ ୩୫୦ କୋଟି ବର୍ଷ ପୁରୁଣା। ଏହା ଆଗ୍ନେୟଗିରି ଉଦ୍‌ଗିରଣ ଦ୍ୱାରା ସୃଷ୍ଟି ହୋଇଥିଲା। ପୃଥିବୀ ଭିତରେ ବିସ୍ଫୋରଣ ହୋଇଥଲା ଏବଂ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ତାହା ଜାରି ଥିଲା। ପରେ ପୃଥିବୀର ମାଗ୍‌ମା କଠିନ ହେବାରେ ଲାଗିଲା ଏବଂ ୪୫ କିଲୋମିଟର ଘନତାର ସ୍ଥଳଭାଗ ସୃଷ୍ଟି ହେବା ପରେ ତାହା ସମୁଦ୍ର ଭିତରୁ ଉପରକୁ ଉଠିଥିଲା ବୋଲି ଅନୁସନ୍ଧାନ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri