‘ସିଂଘମ୍‌ ଏଗେନ୍‌’ ଟ୍ରେଲର ଆଉଟ୍

ମୁମ୍ବାଇ: ଅଜୟ ଦେବଗନଙ୍କ ‘ସିଂଘମ୍‌ ଏଗେନ୍‌’ ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଫିଲ୍ମ ରିଲିଜ୍‌ ତାରିଖ ପାଖେଇ ଆସୁଥିବା ସହ ଲୋକଙ୍କ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ନଭେମ୍ବର ୧ରେ ଦୀପାବଳି ଉପଲକ୍ଷେ ରିଲିଜ୍‌ ହେବାକୁ ଯାଉଥିବା ଏହି ଫିଲ୍ମର ଟ୍ରେଲରକୁ ସୋମବାର ଜାରି କରାଯାଇଛି। ଫିଲ୍ମର ଅନ୍ୟତମ ମୁଖ୍ୟ ତାରକା ତଥା ଅଭିନେତା ଅକ୍ଷୟ କୁମାର ‘ସିଂଘମ୍‌ ଏଗେନ୍‌’ର ଟ୍ରେଲରକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି।

ସେ କ୍ୟାପ୍‌ଶନ୍‌ରେ ଲେଖିଛନ୍ତି, ଆସନ୍ତା ଦୀପାବଳିରେ କେଉଁ କେଉଁ ଯୋଦ୍ଧା ଆସିବେ ତାହା ପବ୍ଲିକ ଭଲଭାବେ ଜାଣିଛନ୍ତି। ‘ସିଂଘମ୍‌୍‌ ଏଗେନ୍‌’ର ଟ୍ରେଲର ଆସିସାରିଛି। ଏହି ଫିଲ୍ମରେ ଅଭିନୟ କରିଥିବା ସମସ୍ତ ତାରକାଙ୍କ ସହ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଓ ପ୍ରଯୋଜକ ଜ୍ୟୋତି ଦେଶ୍‌ପାଣ୍ଡେଙ୍କୁ ମଧ୍ୟ ଅକ୍ଷୟ ତାଙ୍କର ଏହି ପୋଷ୍ଟରେ ଟ୍ୟାଗ୍‌ କରିଛନ୍ତି।

‘ସିଂଘମ୍‌ ଏଗେନ୍‌’ କାହାଣୀ ରାମାୟଣ ଦ୍ୱାରା ଅନୁପ୍ରାଣିତ ହୋଇଥିବା ନେଇ ଏହି ଟ୍ରେଲରରୁ ଜଣାପଡ଼ିଛି। ଏହି ଆକ୍ସନ୍‌ ପ୍ୟାକ୍‌ ଏବଂ ମଲ୍ଟି ଷ୍ଟାରର ମୁଭିରେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ଲେଡି ସିଂଘମ ଭାବେ ଏକ ଶକ୍ତିଶାଳୀ ଭୂମିକାରେ ଦେଖିବାକୁ ମିଳିବ। ତେବେ ୪ ମିନିଟ୍‌ ୫୮ ସେକେଣ୍ଡ୍‌ ଲମ୍ବା ଏହି ଟ୍ରେଲର ଇତିହାସ ସୃଷ୍ଟି କରିଛି। ବର୍ତ୍ତମାନ ସୁଦ୍ଧା ହିନ୍ଦୀ ସିନେମାର ସବୁଠାରୁ ଲମ୍ବା ଟ୍ରେଲର ଭାବେ ‘ସିଂଘମ୍‌ ଏଗେନ୍‌’ର ଟ୍ରେଲର ରେକର୍ଡ ସୃଷ୍ଟି କରିଛି।

ଟ୍ରେଲରରେ ଅଭିନେତା ଅଜୟ ଦେବଗନ, ଅକ୍ଷୟ କୁମାର, ରଣବୀର ସିଂ, ଟାଇଗର ଶ୍ରଫ୍‌, ଅର୍ଜୁନ କପୁର, ଅଭିନେତ୍ରୀ କରୀନା କପୁର ଖାନ୍‌ ଓ ଦୀପିକା ପାଦୁକୋନ୍‌ଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି। ତେବେ ଏହି ଟ୍ରେଲରରେ ଖଳନାୟକ ଭୂମିକାରେ ଅଭିନେତା ଅର୍ଜୁନ କପୁରଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଲଓ୍ବା ଦେଖାଇଲେ ପ୍ରିୟଙ୍କା ଚୋପ୍ରା: ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ…

୯୮ତମ ଓସ୍କାର ପୁରସ୍କାର ଉତ୍ସବରେ ବଲିଉଡର ଜଲଓ୍ବା ଦେଖାଇଛନ୍ତି ‘ଦେଶୀ ଗାର୍ଲ’ ପ୍ରିୟଙ୍କା ଚୋପ୍ରା। ଯଦିଓ ତାଙ୍କର କୌଣସି ଚଳଚ୍ଚିତ୍ର ପୁରସ୍କାର ଜିତି ନ ଥିଲା କିନ୍ତୁ…

ବାହା ହେବେ ଅନୁଷ୍କା ସେଟ୍ଟୀ, ଜାଣନ୍ତି କିଏ ସେହି ଲକି ବୟ…?

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ବିବାହକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ଅନୁଷ୍କା କେବେ ଏବଂ…

ଗର୍ଭବତୀ ଅଛନ୍ତି କି ନୀନା ଗୁପ୍ତା: ନିଜେ ମୁହଁ ଖୋଲିଲେ

ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। କିଏ କିଏ କହୁଛନ୍ତି ସେ କୁଆଡ଼େ ଗର୍ଭବତୀ ଅଛନ୍ତି। ଏସବୁ ଚର୍ଚ୍ଚା ମଧ୍ୟରେ ନୀନା ମୁହଁ ଖୋଲିଛନ୍ତି।…

ବିବାହର ପରେ ରଶ୍ମିକାଙ୍କ ପୁରୁଣା ପ୍ରେମକୁ ନେଇ ବିବାଦ: ଚେତାବନୀ ଦେଲେ ଅଭିନେତ୍ରୀ

ହାଇଦ୍ରାବାଦ,୧୨।୩: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହର କିଛି ଦିନ ପରେ ଏକ ପୁରୁଣା ଅଡିଓ କ୍ଲିପ୍‌କୁ ନେଇ ସୋସିଆଲ ମିଡିଆରେ ହଟଚମଟ ସୃଷ୍ଟି ହୋଇଛି।…

୨୭ ବର୍ଷ ବୟସରେ ସାଉଥ ଅଭିନେତାଙ୍କ ପରଲୋକ, ଘରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ,୧୨ା୩: ଚଳଚ୍ଚିତ୍ର ଜଗତରୁ ଏକ ଦୁଃଖଦ ଖବର ଆସିଛି । ମାଲାୟଲମ ଅଭିନେତା ହରି ମୁରଲୀଙ୍କ ୨୭ ବର୍ଷ ବୟସରେ ଦେହାନ୍ତ ହୋଇଛି । ମାତ୍ର ଚାରି…

ଭାଇରାଲ ଗର୍ଲ ମୋନାଲିସାଙ୍କୁ ବିବାହ କରିଥିବା ଫରମାନ କିଏ? କ’ଣ କରନ୍ତି? କେମିତି ହେଲେ ମୋନାଲିସାଙ୍କ ଜୀବନସାଥି? ଜାଣନ୍ତୁ…

ମୁମ୍ବାଇ,୧୨।୩: ମହାକୁମ୍ଭ ମେଳା ୨୦୨୫ ପରେ ରାତାରାତି ଭାଇରାଲ ହୋଇଥିବା ମୋନାଲିସା ପୁଣି ଥରେ ଶିରୋନାମାରେ ଅଛନ୍ତି। ଏହାର କାରଣ ହେଉଛି ତାଙ୍କ ବିବାହ। ପ୍ରକୃତରେ, ମୋନାଲିସା…

୬ ମାସ ପ୍ରେମ ୬୦ ବର୍ଷ ପରି… ମୋନାଲିସାଙ୍କୁ ବିବାହ ପରେ ମୁହଁ ଖୋଲିଲେ ଫରମାନ

ମହାକୁମ୍ଭ ମେଳା ୨୦୨୫ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମୋନାଲିସା ଏବେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ପ୍ରେମିକ ଫରମାନ ଖାନଙ୍କୁ…

ପ୍ରେମିକଙ୍କୁ ବିବାହ କଲେ ଭାଇରାଲ ଗର୍ଲ ମୋନାଲିସା: ବାପାଙ୍କ ନାଁରେ ଆଣିଲେ ସାଂଘାତିକ ଅଭିଯୋଗ

ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି। ସେ ପ୍ରେମିକ ଫରମାନ ଖାନଙ୍କୁ ବିବାହ କରିଛନ୍ତି। ମୋନାଲିସା ଅରୁମାନୁର ମନ୍ଦିରରେ ଫରମାନଙ୍କୁ ବିବାହ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri