Categories: ମେଟ୍ରୋ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗାୟକ ସୁଖବିନ୍ଦର ସିଂ

ଭୁବନେଶ୍ୱର,୨୫ା୧(ବ୍ୟୁରୋ): ବଲିଉଡ୍‌ର ପ୍ରଚ୍ଛଦପଟ୍ଟ ଲୋକପ୍ରିୟ ଗାୟକ ସୁଖବିନ୍ଦର ସିଂ ମଙ୍ଗଳବାର ସନ୍ଧ୍ୟାରେ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ହକି ସଙ୍ଗୀତ ପାଇଁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦରଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହାର ଜବାବରେ ସୁଖବିନ୍ଦର କହିଛନ୍ତି, ସମଗ୍ର ଭାରତବର୍ଷ ଆପଣଙ୍କୁ ଧନ୍ୟବାଦ କହିବା ଉଚିତ। ଆପଣ ହକି ବିଶ୍ୱକପ୍‌ ଆୟୋଜନ କରିଛନ୍ତି। ହକିକୁ ଆପଣ ଯେଉଁ ସମ୍ମାନ ଦେଇଛନ୍ତି ସେଥିପାଇଁ ସମଗ୍ର ଓଡ଼ିଶା, ଭାରତ ଏବଂ ସଙ୍ଗୀତ ଜଗତ ଆପଣଙ୍କୁ ଧନ୍ୟବାଦ ଦେଉଛି। ସମସ୍ତ ହକି ଗ୍ରାଉଣ୍ଡ ଦେଖିଛି। ଏହା ମୋତେ ବହୁତ ଖୁସି ଦେଇଛି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ହକି ଜର୍ସି ଦେଇ ସ୍ବାଗତ କରିଥିଲେ।