ଦେବଗଡ଼,୧୨ା୪(ଶଶାଙ୍କ ଶେଖର ଝାଙ୍କର): ହଜି ଯାଇଥିବା ପଲ୍ଲୀ ସଙ୍ଗୀତ କିଛି ନୂତନ ଗୀତ ଓ ପୁରାତନ ଓଡ଼ିଆ ହିନ୍ଦୀ ଗୀତର ମନୋଜ୍ଞ ସଙ୍ଗୀତ ସା ପଲ୍ଲୀ ସଙ୍ଗୀତ ଅଭୁଲା ଗୀତ, ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଶନିବାର ସନ୍ଧ୍ୟାରେ ସାଂସ୍କୃତିକ ଅନୁଷ୍ଠାନ ସ୍ବରାଞ୍ଜଳି ବାର୍ଷିକୀ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଗୀତିକାର ଆକାଶବାଣୀ ବସନ୍ତ ଦାଶ,ସମ୍ମାନିତ ଅତିଥି ଭାବେ ବରିଷ୍ଠ କବି ସୁବଳ ରାଉତରାୟ, ବରିଷ୍ଠ ଗୀତିକାର ଭଗବାନ ସାମଲ,ବିଦ୍ୟୁତଲତା ଭୂୟାଁ, ସଙ୍ଗୀତ ନିର୍ଦ୍ଦେଶନା ରାଜକିଶୋର ଗୋଛାୟତ ଯୋଗ ଦେଇ ଦେବଗଡ଼ ସହରର ଜଣାଶୁଣା ସୁନାମଧନ୍ୟ କଣ୍ଠଶିଳ୍ପୀ ନେତ୍ରାନନ୍ଦ ମହାକୁରଙ୍କୁ ଅତିଥିମାନେ ସମ୍ମାନିତ କରିଛନ୍ତି। ଏହି ଅବସରରେ ଅନୁଷ୍ଠାନର ବଛାବଛା କଣ୍ଠଶିଳ୍ପୀ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଉପସ୍ଥାପକ ଆରଭୀ ଶତପଥୀ ଓ ଗୁଲଶନ ନଦିମ ଥିବାବେଳେ ଆୟୋଜକ ଅମୃତ କଳାକାର ଭୁବନେଶର, ଏବଂ ସ୍ବରାଞ୍ଜଳି , ଭୁବନେଶ୍ୱର ସହଯୋଗ କରିଥିଲେ। ଏହି ଅବସରରେ ଲେଖକ ମହେଶ୍ୱର ମହଲଙ୍କ ଦ୍ୱାରା ଲିଖିତ ପୁସ୍ତକ (ହି ୟୁ୍ ଆଣ୍ଡ୍ ମି) ଅତିଥିମାନେ ଉନ୍ମୋଚନ କରିଥିଲେ।

