ନୂଆଦିଲ୍ଲୀ,୮।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ରହିଥିବା ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି, ସିଙ୍ଗାପୁର ମଧ୍ୟ ନିଜ ନାଗରିକଙ୍କ ପାଇଁ ଟ୍ରାଭେଲ ଆଡ୍ଭାଇଜରି ଜାରି କରିଛି।
ଅତି ଜରୁରୀ ନ ଥିଲେ ପାକିସ୍ତାନ ଏବଂ ଭାରତର ଜମ୍ମୁ-କଶ୍ମୀରକୁ ନ ଯିବା ପାଇଁ ସିଙ୍ଗାପୁର ନିଜର ନାଗରିକଙ୍କୁ ପରାମର୍ଶ ଦେଇଛି। ସେହିପରି ଭାରତ ଏବଂ ପାକିସ୍ତାନରେ ଥିବା ସିଙ୍ଗାପୁରର ନାଗରିକଙ୍କୁ ସତର୍କ ରହିବା ସହ ଭିଡ଼ ଥିବା ସ୍ଥାନକୁ ନ ଯିବା ପାଇଁ ଏହି ଆଡ୍ଭାଇଜରିରେ କୁହାଯାଇଛି।
ସ୍ଥାନୀୟ ଗଣମାଧ୍ୟମ ଉପରେ ନଜର ରଖିବା ସହ ସ୍ଥାନୀୟ ଅଧିକାରୀଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଭାରତ ଏବଂ ପାକିସ୍ତାନରେ ଥିବା ନିଜ ନାଗରିକଙ୍କୁ ସିଙ୍ଗାପୁର ପରାମର୍ଶ ଦେଇଛି।


