ଧାନ ବିକ୍ରି ପଞ୍ଜୀକରଣକୁ ସରଳ କରିବା ଦିଗରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ପଦ୍ମପୁର,୧୩ା୮(ପ୍ରଦୀପ୍ତ ଦାଶ): ଧାନବିକ୍ରି କରିବାକୁ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇଛି। ପଞ୍ଜୀକରଣ ପାଇଁ କରାଯାଇଥିବା ନୂଆ ବ୍ୟବସ୍ଥା ଯୋଗୁ ଚାଷୀମାନେ ଚାଷ ବିଲରୁ କାମ ଛାଡ଼ି ସମବାୟ ସମିତିକୁ ଦୌଡୁଛନ୍ତି । ଦୀର୍ଘବର୍ଷ ଧରି ବନ୍ଦୋବସ୍ତ ହୋଇ ନ ଥିବାରୁ ଶତକଡ଼ା ୮୦ ଭାଗ ଚାଷୀଙ୍କ ଜମି ସେମାନଙ୍କ ଜେଜେ, ତାଙ୍କ ବାପା କିମ୍ବା ଭାଇମାନଙ୍କ ନାମ ସହ ମିଳିତ ରେକର୍ଡ ରହିଛି। ଚାଷୀଙ୍କ ସଂଖ୍ୟା ବଢ଼ିଛି କିନ୍ତୁ ପଞ୍ଜୀକରଣରେ ବ୍ୟାପକ କଟକଣା କରାଯାଇ ଚାଷୀମାନେ ଯେପରି ସରଳ ଉପାୟରେ ଧାନ ବିକ୍ରି କରି ନ ପାରିବେ ସେଥିପାଇଁ ସରକାର ସମସ୍ତ ପଦକ୍ଷେପ ଅବଲମ୍ବନ କରୁଛନ୍ତି ବୋଲି ରାଜବୋଡ଼ା ସମ୍ବର କୃଷକ ସଂଗଠନ ପଦ୍ମପୁର ତରଫରୁ ଅଭିଯୋଗ କରାଯାଇଛି। ଯାହାଫଳରେ ଉତ୍ପାଦିତ ଧାନକୁ ବେସରକାରୀ ସଂସ୍ଥାମାନେ କମ୍‌ ଦରରେ କିଣିବାର ପଥକୁ ପରିଷ୍କାର କରାଯାଉଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସଂଗଠନ ସଭାପତି ବାଞ୍ଛାନିଧି ନାୟକଙ୍କ ସଭାପତିତ୍ୱରେ ସକାଳ ୧୧ ଟାରୁ ପଦ୍ମପୁର ଉପଜିଲାପାଳ ଅଫିସ ସମ୍ମୁଖରେ ରାଜବୋଡ଼ାସମ୍ବର କୃଷକ ସଂଗଠନର ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚାଷୀଙ୍କ ସହ ପଦ୍ମପୁର ଉପଜିଲାପାଳ ଆଲୋଚନା କରି ଆବଶ୍ୟକ କାଗଜାତ ଦେଇ ପଞ୍ଜୀକରଣ କରିବାକୁ ଅନୁରୋଧ କରିଥିଲେ ଉପର ମହଲରୁ ନିର୍ଦ୍ଦେଶ ହେଲେ ଚାଷୀଙ୍କୁ ଅବଗତ କରେଇବେ ଯାହା ଚାଷୀଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ବିଗତ ବର୍ଷ ଭଳି କେବଳ ସ୍ବ ଘୋଷଣା ନାମାରେ ପଞ୍ଜୀକରଣ ଆବେଦନ ଗ୍ରହଣ, ଓ ସ୍ବଳ୍ପ ସଂଖ୍ୟକ ଚାଷୀ ପଞ୍ଜୀକୃତ ହୋଇପାରିଥିବା ବେଳେ ପଞ୍ଜୀକରଣ ଅବଧି ବୃଦ୍ଧି କରିବାକୁ ସଂଗଠନ ଦାବି କରିଛି। ଏହି କାର୍ଯ୍ୟକ୍ରମରେ ସଭାପତି ବାଞ୍ଛାନିଧି ନାୟକ, ଆବାହକ ଅଶୋକ ସାହୁ, ଆଇନ ପରାମର୍ଶଦାତା ଅଜିତ ଶତପଥୀ, ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ରମେଶ ମହାପାତ୍ର, ଅରବିନ୍ଦ ପଣ୍ଡା, ପଞ୍ଚାନନ ସାହୁ, ଆମୋଦ ପଟେଲ, ନିରାକାର ସାହୁ, ଟୁନା ପ୍ରଧାନ, ଦହିତ ସାହୁ, ସୁବାସ ଭୋଇ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ। ସଂଗଠନ ସଭାପତିଙ୍କ ଆଦେଶକ୍ରମେ ଲିଙ୍ଗରାଜ ପ୍ରଧାନ ବୈଠକ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀଙ୍କ ସ୍କୁଟି ଡିକି ଭାଙ୍ଗି ୧୧୦ ଗ୍ରାମ୍‌ ସୁନା ଅଳଙ୍କାର ଲୁଟ୍‌

ରାୟଗଡ଼ା,୧୮ା୩(ଆଶିଷ ରଞ୍ଜନ ପଣ୍ଡା): କିଛି ଦିନର ନୀରବତା ପରେ ପୁଣି ରାୟଗଡ଼ା ସହରରେ ଆରମ୍ଭ ହୋଇଛି ଚୋରି ଓ ଲୁଟ୍‌। ପୋଲିସ୍‌କୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ କରିଛନ୍ତି…

ଶେଷରେ ପୁଟିନଙ୍କ ସହ ଡିଲ୍‌ କରିବେ ଟ୍ରମ୍ପ! ଆଗକୁ ଯୁଦ୍ଧରେ ନୂଆ ମୋଡ…

ନୂଆଦିଲ୍ଲୀ,୧୮।୩: ମଧ୍ୟପ୍ରାଚ୍ୟରେ ହର୍ମୁଜକୁ ନେଇ ବୃଦ୍ଧି ପାଉଥିବା ଉତ୍ତେଜନା କେବଳ ତୈଳ ବଜାରକୁ ନୁହେଁ ବରଂ ବିଶ୍ୱ ରାଜନୀତିକୁ ମଧ୍ୟ ଦୋହଲାଇ ଦେଇଛି। ଏହି ସମୟରେ, ନାଟୋ…

କଂଗ୍ରେସକୁ ଶକ୍ତ ଝଟ୍‌କା: ଦଳ ଛାଡ଼ି ଭାଜପାରେ ଯୋଗଦେଲେ ବରିଷ୍ଠ ନେତା

ଗୁଆହାଟୀ,୧୮ା୩:ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଶକ୍ତ ଧକ୍କା ଲାଗିଛି। ଦଳୀୟ ନେତା ତଥା ନାଗାଓଁ ଏମ୍‌ପି ପ୍ରଦ୍ୟୁତ୍‌ ବର୍ଦୋଳୋଇ ଭାଜପାରେ ଯୋଗ ଦେଇଛନ୍ତି। ଆସାମ…

ଦିଲୀପଙ୍କ ବିଜୟକୁ ନେଇ ମୁହଁ ଖୋଲିଲେ ସୌମ୍ୟରଞ୍ଜନ: ବିଜେଡି-ଭାଜପା ଭିତିରି ସମ୍ପର୍କକୁ ନେଇ କହିଦେଲେ ଏମିତି

ଭୁବନେଶ୍ୱର,୧୮।୩ (ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନରେ ଯେଉଁମାନେ ଦଳ ବିରୋଧରେ ଯାଇ ଭୋଟ ଦେଲେ ଏବଂ ଯେଉଁମାନେ ସେହି ଭୋଟକୁ ପାଇବା ପାଇଁ ଉଦ୍ୟମ କଲେ ସେମାନେ…

ଅଫିସ ଭିତରେ ପଶି ଆର୍‌ଆଇଙ୍କୁ ଆଖିବୁଜା ମାଡ଼ ମାରିଲେ ଯୁବକ, ଘୋଷାଡ଼ି ଘୋଷାଡ଼ି…

ଚାନ୍ଦବାଲି,୧୮ା୩(ଅଶୋକ ପଣ୍ଡା): ସରକାରୀ ଅଫିସ୍‌ ଭିତରେ ପଶି ଅଫିସରଙ୍କୁ ଆଖିବୁଜା ମାଡ଼। ତାହା ପୁଣି ଦିନ ଦ୍ୱିପ୍ରହରରେ ସର୍ବ ସମ୍ମୁଖରେ। ଏମିତି କି ଅଫିସ ଗୃହରୁ ଘୋଷାଡ଼ି…

ଭୟଙ୍କର ହେଲା ବିଶ୍ୱଯୁଦ୍ଧ: ଇରାନର ନ୍ୟୁକ୍ଲିୟର ପ୍ଲାଣ୍ଟରେ ମିସାଇଲ ମାଡ଼! ବିଶ୍ୱରେ ଚହଳ

ତେହରାନ,୧୮।୩: ଇରାନର ପରମାଣୁ କେନ୍ଦ୍ରରେ ମିସାଇଲ ମାଡ଼। ବୁଶେହର ନିକଟରେ ଅବସ୍ଥିତ ଇରାନର ଏକମାତ୍ର ସକ୍ରିୟ ପରମାଣୁ ଶକ୍ତି କେନ୍ଦ୍ର ପାଖରେ ମିସାଇଲ ମାଡ଼ ହୋଇଛି। ଯାହା…

ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଏଣିକି ୬୦% ସିଟ୍‌ ମାଗଣାରେ ବାଛିପାରିବେ

ନୂଆଦିଲ୍ଲୀ,୧୮ା୩: ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି। ବୁଧବାର ବିମାନଯାତ୍ରୀମାନଙ୍କୁ ଲାଭ ଦେବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବ୍ୟାପକ ତଥା ନୂଆ ନିୟମ ପ୍ରଚଳନ…

ରୁଷିଆ ପରେ ଭାରତକୁ ତେଲ ପଠାଇଲା ଏହି ମୁସିଲମ ଦେଶ, ଚମକି ପଡିଲେ ଟ୍ରମ୍ପ!

ନୂଆଦିଲ୍‌ଲୀ,୧୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ଯୋଗୁଁ ହର୍ମୁଜରେ ସଙ୍କଟ ଆହୁରି ଗଭୀର ହେଉଛି। ଏହି ପରିସ୍ଥିତି ମଧ୍ୟରେ, ଭାରତ ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri