ଖୋଲିଲା ଶିମିଳିପାଳ

ବାରିପଦା, ୧୫ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଜୈବମଣ୍ଡଳ ଶିମିଳିପାଳ ଅଭୟାରଣ୍ୟ ଶନିବାରଠାରୁ ଖୋଲାଯାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବାରିପଦାର ପିଠାବଟା ଓ ଯଶିପୁର କାଳିଆଣି ତନଖି ଫାଟକରେ ପର୍ଯ୍ୟଟକଙ୍କୁ ଆଦିବାସୀ ନୃତ୍ୟଗୀତରେ ସ୍ବାଗତ କରାଯାଇଛି। ସକାଳ ୬ଟାରୁ ୯ଟା ମଧ୍ୟରେ ପର୍ଯ୍ୟଟକମାନେ ଅଭୟାରଣ୍ୟକୁ ପ୍ରବେଶ କରିଥିଲେ। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ଉପସ୍ଥିତ ରହି ପର୍ଯ୍ୟଟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି। ପର୍ଯ୍ୟଟକଙ୍କ ସୁରକ୍ଷା, ଆମୋଦ ପ୍ରମୋଦ ଓ ରହଣି ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ା ପ୍ରଥମ ଦିବସରେ ପିଠାବଟା ଦେଇ ୪ଟି ଓ କାଳିଆଣି ଦେଇ ୯ଟି ଗାଡ଼ି ଶିମିଳିପାଳ ମଧ୍ୟକୁ ପ୍ରବେଶ କରିଥିଲା। ଉଭୟ ଗେଟ୍‌ ଦେଇ ମୋଟ ୭୩ ପର୍ଯ୍ୟଟକ ପ୍ରବେଶ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫୦ଜଣ ଓଡ଼ିଶାର ହୋଇଥିବା ବେଳେ ୨୩ଜଣ ରାଜ୍ୟ ବାହାର। ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ ସହ ଗାଇଡ୍‌ ବ୍ୟବସ୍ଥା କରାଯାଇଛି। ଜାମୁଆଣି, କୁମାରୀ, ଗୁଡୁଗୁଡିଆ, ମୁକ୍ତାପୁର, ବରେହିପାଣି ଓ ରାମତୀର୍ଥଠାରେ ପର୍ଯ୍ୟଟକଙ୍କ ଲାଗି ରାତ୍ରିଯାପନ ଓ ରେଷ୍ଟୁରାଣ୍ଟ ବ୍ୟବସ୍ଥା ହୋଇଛି। ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ନିମନ୍ତେ ସାନ୍ତାଳୀ ସମ୍ପ୍ରଦାୟର କୁଟୀର, ଆଦିବାସୀ କୁଟୀର, ବାଉଁଶ କୁଟୀର ଓ ଟ୍ରି ହାଉସ ଭଳି ବ୍ୟବସ୍ଥା ରହିଛି। ସେହିପରି ପଲିଥିନ, ଅଗ୍ନି ସଂଯୋଗକାରୀ ସାମଗ୍ରୀ, ଆମିଷ ଓ ମାଦକ ଦ୍ରବ୍ୟ ବ୍ୟବହାର ଉପରେ କଟକଣା କରାଯାଇଛି। ଚଳିତବର୍ଷ ଶୀଘ୍ର ଅଭୟାରଣ୍ୟ ଖୋଲିଥିବାରୁ ବନ୍ୟପ୍ରାଣୀକୁ ଦେଖିବାର ସୁଯୋଗ ମିଳିବ ବୋଲି ବାରିପଦାର ପୀୟୁଷ ରଞ୍ଜନ କଲିଆ କହିଛନ୍ତି। ସେହିପରି ପଶ୍ଚିମବଙ୍ଗରୁ ଆସିଥିବା ପର୍ଯ୍ୟଟକ ରାଜଶ୍ରୀ କୁହନ୍ତି, ଶିମିଳିପାଳ ବୁଲିବାର ମଜା ନିଆରା। ଚଳିତବର୍ଷ ଆଦିବାସୀମାନେ ପାରମ୍ପରିକ ବେଶଭୂଷାରେ ନୃତ୍ୟ ଗୀତ ଗାଇ ପାଛୋଟି ନେଉଥିବାରୁ ବହୁତ ଖୁସି ଲାଗୁଛି। ଉପ ନିର୍ଦ୍ଦେଶକ ଗୌଡ଼ା କହିଛନ୍ତି, ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଅନ୍‌ଲାଇନ ପୋର୍ଟାଲ ଖୋଲାଯାଇଛି। ଚଳିତବର୍ଷ ନୂତନ ଭାବେ ଖଇରୀ ବାଘୁଣୀ ସମ୍ପର୍କିତ ମ୍ୟୁଜିୟମ ଖୋଲିଛି। ଅପରାହ୍ନ ୩ଟା ପୂର୍ବରୁ ପର୍ଯ୍ୟଟକମାନେ ଯୋରନ୍ଦା, ବରେହିପାଣି ଜଳପ୍ରପାତ ଏବଂ ଅପରାହ୍ନ ୪ଟା ପୂର୍ବରୁ ସମସ୍ତେ ଚହଲା ସ୍ଥାନକୁ ଛାଡ଼ିବା ପାଇଁ ବାଧ୍ୟତାମୂଳକ କରାଯାଇଛି। କୌଣସି କାରଣ ବଶତଃ ଗାଡ଼ି ଖରାପ ହେଲେ ପର୍ଯ୍ୟଟକମାନଙ୍କୁ ବାରିପଦା ଓ ଯଶୀପୁର ବସ୍‌ଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri