ଗୁମର ଖୋଲିବ ରୁପା ମୁଦି: ବଳଙ୍ଗାରେ କ୍ରାଇମବ୍ରାଞ୍ଚ ଟିମ୍‌

ବଳଙ୍ଗା,୨୧।୭: ବଳଙ୍ଗାରେ ୧୫ ବର୍ଷର ଝିଅଙ୍କୁ ତିନି ଜଣ ଦୁର୍ବୃତ୍ତ କିରୋସିନ ଢାଳି ନିଆଁ ଲଗାଇବା ଘଟଣାରେ ପୋଲିସ ହାତ ଏପର୍ଯ୍ୟନ୍ତ ଖାଲି ରହିଛି। ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ କୌଣସି ବ୍ୟକ୍ତିଙ୍କୁ ଅଟକ କିମ୍ବା ଗିରଫ କରାଯାଇନାହିଁ। ଏହି ଘଟଣାର ଅଧିକ ତଦନ୍ତ ପାଇଁ ବଳଙ୍ଗାରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚିଛନ୍ତି। ଏହି ଟିମ୍‌ ବଳଙ୍ଗା ଥାନାକୁ ଯାଇ ତଦନ୍ତର ଦିଗ ବୁଝିବା ସହ ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତିଙ୍କ ଘରକୁ ମଧ୍ୟ ଯାଇଛନ୍ତି।

ବଳଙ୍ଗା ପୀଡ଼ିତାଙ୍କ କହିବା ଅନୁସାରେ, ୩ ଯୁବକ ନିଆଁ ଲଗାଇ ଦେଇଥିଲେ। ହେଲେ କିଏ ସେହି ତିନି ଦୁର୍ବୃତ୍ତ ଏବଂ କାହିଁକି ନିଆଁ ଲଗାଇଲେ ସେନେଇ କୌରସି ସୂଚନା ମିଳିପାରି ନାହିଁ। ପୀଡ଼ିତା ୮ ସଂପର୍କୀୟଙ୍କୁ ସ୍କାନରରେ ରଖି ପୋଲିସ ତଥ୍ୟ ଆଦାୟ କରୁଛି। ଫରେନସିକ ଟିମ ଗାଁରେ ପ୍ରମାଣ ଖୋଜୁଛି। ପୀଡ଼ିତାଙ୍କ ଘରେ ବ୍ୟବହୃତ କିରୋସିନ ବୋତଲ, ପୀଡ଼ିତାଙ୍କ ବାପାଙ୍କ ବଳଙ୍ଗାରେ ଥିବା ଗ୍ୟାରେଜ ଦୋକାନ ଚାବିକୁ ଜବତ କରି ପୋଲିସ ତଦନ୍ତ ଚଳାଇଛି। ଏହାସହ ଘଟଣାସ୍ଥଳରୁ ମିଳିଛି ଏକ ରୁପା ମୁଦି। ଏହି ମୁଦି କାହାର ଏବଂ ଘଟଣାସ୍ଥଳକୁ କେମିତି ଆସିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସ ମୁଦି ଜବତ କରିଛି।

ଉଲ୍ଲେଖଯୋଗ୍ୟ, ଶନିବାର ଦିନ ଝିଅଟି ଜଣେ ବନ୍ଧୁଙ୍କୁ ଭେଟିବାକୁ ଯାଉଥିବା ସମୟରେ ଭାର୍ଗବୀ ନଦୀ ନିକଟରେ ତିନି ଜଣ ଅଜଣା ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦାମାନେ ତାଙ୍କୁ ସାହାଯ୍ୟ କରିବାକୁ ଦୌଡ଼ି ଆସିଥିଲେ ଏବଂ ନିଆଁ ଲିଭାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର ପୂର୍ବରୁ ପ୍ରଥମେ ନିକଟସ୍ଥ ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ମାତ୍ର ସେ ଅଜଣା ଯୁବକ କିଏ ଥିଲେ, କାହିଁକି ନାବାଳିକାଙ୍କୁ ଆକ୍ରମଣ କଲେ, ଏନେଇ ଏପର୍ଯ୍ୟନ୍ତ କିଛି ବି ତଥ୍ୟ ହସ୍ତଗତ ହୋଇନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

ନବୀନ ନିବାସରୁ ବାହାରି ବଡ଼ ସୂଚନା ଦେଲେ କଳିକେଶ: କହିଦେଲେ ସାଂଘାତିକ କଥା, ରାଜନୀତିରେ ହଇଚଇ

ଭୁବନେଶ୍ୱର,୩୧।୧: ନବୀନ ନିବାସରୁ ବାହାରିଲେ କଳିକେଶ ନାରାୟଣ ସିଂହଦେଓ। ଏହି ସମୟରେ ଗଣମାଧ୍ୟମ ଜରିଆରେ କଳିକେଶ ବଡ଼ ସୂଚନା ଦେଇ କହିଛନ୍ତି, ଓଡ଼ିଶା ଲାଗି କାମ କରିବା…

ଆମେରିକାରେ ପୁଣି ହେଲା ଶଟ୍‌ଡାଉନ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୩୧।୧: ଆମେରିକା ଉପରେ ପୁଣିଥରେ ତାଲାବନ୍ଦୀ ଅର୍ଥାତ୍‌ ଶଟ୍‌ଡାଉନ ହୋଇଛି। କାରଣ ସିନେଟରେ ଫଣ୍ଡିଂ ବିଲ୍‌ ଅଟକି ରହିଛି, ଯାହା ଫଳରେ ରାଷ୍ଟ୍ରପତି ଟ୍ରମ୍ପ ଚାପରେ ପଡ଼ିଛନ୍ତି।…

ପଥରରେ ପିଟି ହୋଇ ଖାଲକୁ ଖସିପଡ଼ିଲା ପୋଲିସ ଗାଡ଼ି, ମହିଳା ଏସ୍‌ଆଇଙ୍କ ସମେତ…

ଖଲ୍ଲିକୋଟ,୩୧ା୧(ପ୍ରଶାନ୍ତ କୁମାର ମିଶ୍ର): ଘନକୁହୁଡ଼ି ଯୋଗୁ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ପଡ଼ିଥିବା ଗୋଟିଏ ପଥରରେ ପିଟି ହୋଇ…

NCPର ବଡ଼ ଦାଦି, ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ, ପାର୍ଥ ପାଓ୍ବାରଙ୍କୁ ରାଜ୍ୟ ସଭାରେ ମିଳିବ ସିଟ୍‌!

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ମହାରାଷ୍ଟ୍ର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଜିତ ପାୱାରଙ୍କ ହଠାତ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟକୁ…

ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜଧାନୀ ମହିଳାଙ୍କ ପାଇଁ ନେଲେ ଏହି ପଦକ୍ଷେପ, ଏଣିକି ମିଳିବ…

ଭୁବନେଶ୍ୱର,୩୧ା୧: ରାଜଧାନୀ ମହିଳା ଯାତ୍ରୀଙ୍କ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ବଡ଼ ଘୋଷଣା କରିଛନ୍ତି। ମହିଳାଙ୍କ ସୁରକ୍ଷା ଏବଂ…

Pakistan PM: ‘ଆମକୁ ଲାଜ ଲାଗୁଛି’, କାହିଁକି ଏମିତି କହିଲେ ଶହବାଜ ସରିଫ? ଜାଣନ୍ତୁ ଏହା ପଛର କାରଣ

ଇସଲାମାବାଦ,୩୧।୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବିଦେଶରୁ ଋଣ ନେବା ପାଇଁ ଲଜ୍ଜା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟଙ୍କା ମାଗିବା ଜାତୀୟ ଗର୍ବକୁ କ୍ଷତି…

ସୁନା-ରୂପା ପରି ବଢିଚାଲିଛି ଏହି ଧାତୁର ଦାମ୍‌! ଏବେଠୁ କିଣି ନିଅନ୍ତୁ…

ନୂଆଦିଲ୍ଲୀ,୩୧।୧: ଯଦି ଆପଣଙ୍କର ଧ୍ୟାନ କେବଳ ସୁନା ଏବଂ ରୂପା ଉପରେ ରହିଛି, ତେବେ ବଜାରକୁ ପୁନଃପରୀକ୍ଷଣ କରିବାର ସମୟ ଆସିଛି। ବିଶ୍ୱ ସାମଗ୍ରୀ ବଜାରରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri