Categories: ବାଣିଜ୍ୟ

ଶ୍ରାବଣୀଙ୍କୁ ରୌପ୍ୟ ପଦକ

ଭୁବନେଶ୍ୱର, ୨୦।୧୦ (କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁସ୍ଥିତ ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ଅନୁଷ୍ଠିତ ୬୧ତମ ଜାତୀୟ ଓପନ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ର ଅନ୍ତିମ ଦିବସରେ ଓଡ଼ିଶାର ଶ୍ରାବଣୀ ନନ୍ଦ ରୌପ୍ୟ ପଦକ ହାସଲ କରିଛନ୍ତି। ବୁଧବାର ଅନୁଷ୍ଠିତ ମହିଳା ୨୦୦ ମିଟର ରେସ୍‌ରେ ସେ ୨୩.୭୧ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ତାମିଲନାଡ଼ୁର ଅର୍ଚ୍ଚନା ଏସ୍‌. ସୁସେନ୍ଦ୍ରନ ୨୩.୪୩ ସେକେଣ୍ଡ ସହ ସ୍ବର୍ଣ୍ଣ ଏବଂ ରେଲଓ୍ବେ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଚନ୍ଦ୍ରଲେଖା ଅନନ୍ଧା ୨୩.୮୪ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ପାଇଛନ୍ତି। ପ୍ରତିଯୋଗିତାରେ ଶ୍ରାବଣୀଙ୍କର ଏହା ବ୍ୟକ୍ତିଗତ ଦ୍ୱିତୀୟ ପଦକ।

ପୂର୍ବରୁ ସେ ୧୦୦ ମିଟର ରେସ୍‌ରେ ୧୧.୫୫ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ପାଇଥିଲେ। ପ୍ରତିଯୋଗିତାରୁ ଓଡ଼ିଶା ମୋଟ ୩ଟି ପଦକ ପାଇଛି। ଏହା ମଧ୍ୟରେ ଗୋଟିଏ ଲେଖାଏ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ସାମିଲ।

 

Share