ଜୀ-ସାର୍ଥକର ‘ନାଲି ବିନ୍ଦୁ’ କ୍ୟାମ୍ପେନକୁ ସିଲଭର ମେଡାଲ

ଭୁବନେଶ୍ୱର,୨୧।୨: ରାଜ୍ୟର ପ୍ରମୁଖ ଘରୋଇ ମନୋରଞ୍ଜନଭିତ୍ତିକ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକର ‘ନାଲି ବିନ୍ଦୁ’ କ୍ୟାମ୍ପେନକୁ ସିଲଭର ମେଡାଲ ମିଳିଥିବା ଜଣାପଡିଛି। ବିଶେଷକରି ଗତବର୍ଷ ରଜ ସମୟରେ ମାସିକ ଋତୁସ୍ରାବ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ପାଇଁ ଜୀ-ସାର୍ଥକ ପକ୍ଷରୁ ଏକ ଅଭିନବ ପ୍ରୟାସ ‘ନାଲି ବିନ୍ଦୁ’ ଶୀର୍ଷକ ଅଭିଯାନ ଆରମ୍ଭ କରାଯାଇଥିଲା। ଏପରିକି ଉକ୍ତ ଅଭିଯାନ ‘ଇ୪ଏମ୍‌ ପ୍ରାଇମ୍‌ ଟାଇମ୍‌ ଆୱାର୍ଡ-୨୦୨୨’ ଦ୍ୱାରା ସିଲଭର ମେଡାଲ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା। ବିଶେଷକରି ଜାତୀୟସ୍ତରରେ ସୋସିଆଲ ୱେଲଫେୟାର କାଟାଗୋରି ଅଧୀନରେ ଉକ୍ତ ଅଭିଯାନଟି ସିଲଭର ମେଡାଲର ସମ୍ମାନରେ ସମ୍ମାନିତ ହୋଇ ରାଜ୍ୟ ପାଇଁ ଗୌରବ ଆଣି ଦେଇଛି। ସେହିଭଳି ଜୀ-ସାର୍ଥକର ଚିଫ୍‌ କ୍ଲଷ୍ଟର ହେଡ୍‌ ସମ୍ରାଟ ଘୋଷ ଏବଂ ଚାନେଲ ହେଡ୍‌ ପ୍ରତୀକ ସିଲଙ୍କ ବିଶେଷ ଆଗ୍ରହ ଓ ତତ୍ତ୍ୱାବଧାନରେ ଉକ୍ତ ଅଭିଯାନଟି ସଫଳ ହୋଇଛି ବୋଲି ଜୀ-ସାର୍ଥକ ପକ୍ଷରୁ କୁହାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ରଜ ଅବସରରେ ଜୀ-ସାର୍ଥକ ପକ୍ଷରୁ ମାସିକ ଋତୁସ୍ରାବ ଜନିତ ସ୍ବଚ୍ଛତା ବିଷୟରେ ମହିଳାଙ୍କୁ ଅବଗତ କରାଇବା ସହ ସେ ବିଷୟରେ ଥିବା ସମସ୍ତ ଅଭ୍ୟାସକୁ ମନେରଖିବା ପାଇଁ ‘ନାଲି ବିନ୍ଦୁ’ ଅଭିଯାନ ଆରମ୍ଭ କରାଯାଇଥିଲା। ଉକ୍ତ ଅଭିଯାନ ମାଧ୍ୟମରେ ଏକ ଅଭିନବ ଭିଡିଓ ଉନ୍ମୋଚନ କରାଯାଇଥିଲା। ଉକ୍ତ ଭିଡିଓ ଦ୍ୱାରା ଭାରତର ମହିଳାମାନଙ୍କୁ ମାସିକ ଋତୁସ୍ରାବ ସ୍ବଚ୍ଛତା ଜନିତ ସମସ୍ତ ବିବରଣୀ ସବୁ ବର୍ଗର ଦର୍ଶକଙ୍କୁ ଦିଆଯାଇଥିଲା। ଉକ୍ତ ଅଭିଯାନ ଜରିଆରେ ମହିଳାମାନଙ୍କ ସହ କିଶୋରୀମାନଙ୍କୁ ମଧ୍ୟ ସଚେତନ କରାଯାଇଥିଲା। ସୂଚନାଯୋଗ୍ୟ ରଜପର୍ବରେ ପୃଥିବୀ ରଜସ୍ବଳା ହେଉଥିବା ବିଶ୍ୱାସ ରହିଥିବା ବେଳେ ସେହି ସମୟରେ ଏଭଳି ଏକ ବିଶେଷ ଅଭିଯାନ ଆରମ୍ଭ କରି ଜୀ-ସାର୍ଥକ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା ବୋଲି ନାଲି ବନ୍ଦୁ ଟିମ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri