ନୂଆ ରୂପ ନେଉଛି ସିଲଭର ସିଟି ବୋଟ୍‌ କ୍ଲବ୍‌

କଟକ ଅଫିସ,୮ା୫: କଟକ ମାତାମଠସ୍ଥିତ ମହାନଦୀ କୂଳରେ ଥିବା ସିଲ୍‌ଭର ସିଟି ବୋଟ୍‌ କ୍ଲବ ଏବେ ନୂଆ ରୂପ ପାଇବାକୁ ଯାଉଛି। ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ଏହାର ପରିସରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି। ବିଶେଷକରି ବୋଟ୍‌ କ୍ଲବ୍‌ ପରିସରରେ ୮କୋଟି ଟଙ୍କା ବ୍ୟୟରେ ଓପନ୍‌ଏୟାର ଥିଏଟର୍‌, ଗ୍ଲାସ୍‌ ଡେକ୍‌, ଗେଷ୍ଟହାଉସ୍‌, ଫାଉଣ୍ଟେନ୍‌, ପିଲାଙ୍କ ପାଇଁ ପାର୍କ, ଟଏଲେଟ୍‌ ବ୍ଲକ୍‌ ଆଦି କାମ ଜାରି ରହିଛି। ଚଳିତମାସ ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ଓଟିଡିସି ଲକ୍ଷ୍ୟ ରଖିଛି।
୨୦୨୧ ମସିହାରେ ୧.୩୫ କୋଟି ଟଙ୍କା ବ୍ୟୟରେ ଏହାର ପାର୍କ ନବୀକରଣ କରାଯାଇଥିଲା। ପର୍ଯ୍ୟଟକମାନଙ୍କୁ ମହାନଦୀରେ ଦୁଃସାହସିକ ଜଳକ୍ରୀଡ଼ା ସହ ମନୋରଞ୍ଜନର ସୁବିଧା ଯୋଗାଇ ଦେବା ନିମନ୍ତେ ଓଟିଡିସି ପକ୍ଷରୁ ଏହି ୱାଟର ସ୍ପୋର୍ଟସ ପାର୍କ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଥିଲେ। ଏଠାରେ ପର୍ଯ୍ୟଟକମାନେ ମହାନଦୀର ମନୋରମ ଦୃଶ୍ୟକୁ ଉପଭୋଗ କରିବା ନିମନ୍ତେ ଏକ ଭ୍ୟୁ ପଏଣ୍ଟ, ସେଲ୍ଫି ଜୋନ୍‌ କରାଯାଇଛି। ସେହିପରି ବିଭିନ୍ନ ୱାଟର ସ୍ପୋର୍ଟସ ଯଥା, ଜେଟ୍‌, ସ୍କିଡ୍‌ ବୋଟ୍‌, କ୍ରୁଜ ବୋଟ୍‌, ପେଡାଲ ବୋଟ୍‌, ହାଉସ ବୋଟ୍‌ ଏବଂ ଫ୍ଲୋଟିଂ କାଫେ ବ୍ୟବସ୍ଥା ହୋଇଛି। ଏତତ୍‌ବ୍ୟତୀତ ପର୍ଯ୍ୟଟକଙ୍କ ପାଇଁ ଓଟିଡିସି ପକ୍ଷରୁ ଏଠାରେ ଏକ ରେଷ୍ଟୁରାଣ୍ଟ କରାଯାଇଛି ା ବିଶେଷକରି ପର୍ଯ୍ୟଟକଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବା ପାଇଁ ନିଗମ ପକ୍ଷରୁ ଉଦ୍ୟମ ଜାରି ରହିଛି।
ଦ୍ୱିତୀୟ ପର୍ଯ୍ୟାୟରେ ୮ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହାର ପରିସରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି। ଅଧିକାଂଶ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୦୦ରୁ ଊର୍ଦ୍ଧ୍ୱ ଲୋକ ବସିବା ପାଇଁ ଓପନ୍‌ଏୟାର୍‌ ଥିଏଟର୍‌ ନିର୍ମାଣ କରାଯାଉଛି। ଏଠାରେ ବିଭିନ୍ନ ଉତ୍ସବ ଓ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ। ସେହିପରି ମହାନଦୀ କୂଳରେ ଏକ ଗ୍ଲାସ୍‌ ଚଲାପଥ ନିର୍ମାଣ ଚାଲିଛି। ନଦୀ ମଧ୍ୟକୁ ଲୁହାର ଏକ ତାଜା ବାହାର କରାଯାଇଛି, ଯାହାର ତଳଭାଗରେ କାଚ ପକାଯିବ। ପର୍ଯ୍ୟଟକମାନେ କାଚ ଉପରେ ଛିଡ଼ା ହୋଇ ପାଦ ତଳେ ମହାନାଦୀର ପାଣିକୁ ଦେଖି ପାରିବେ। ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ରଙ୍ଗର କାଚ ଏଥିରେ ବ୍ୟବହାର କରାଯିବ। ଶିଶୁଙ୍କ ପାଇଁ ଏକ ପାର୍କ ପ୍ରସ୍ତୁତ କରାଯାଉଛି, ସେଠାରେ ବିଭିନ୍ନ ଖେଳ ସାମଗ୍ରୀ ରଖାଯିବ। ସେହିପରି ଏହାର ପରିସରରେ ଏକ ଟଏଲେଟ୍‌ ବ୍ଲକ୍‌ ଓ ଖୋଲା ସ୍ଥାନରେ ବଗିଚା କରାଯାଇଛି। ବୋଟ୍‌ କ୍ଲବ୍‌ ପ୍ରବେଶପଥର ମୁଖ୍ୟ ଫାଟକକୁ ନୂତନ ଭାବେ ନିର୍ମାଣ କରାଯିବା ସହ ବାହାରେ ଗାଡି ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିସହ ବୋଟ୍‌ କ୍ଲବ୍‌କୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡିଥିବାରୁ ଏହାକୁ ନୂତନ ଭାବେ ନିର୍ମାଣ କରାଯାଇଛି ବୋଲି ଓଟିଡିସିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଶେଖର ସ୍ବାଇଁ ନାମକ ପର୍ଯ୍ୟଟକ କହିଛନ୍ତି, ସହରରେ ଏଭଳି ସ୍ଥାନ ଅନ୍ୟ କେଉଁଠି ନାହିଁ। ସନ୍ଧ୍ୟାରେ ଏହି ସ୍ଥାନରେ ବସିବାକୁ ଭଲ ଲାଗେ। ଏଭଳି ସ୍ଥାନ ଅନ୍ୟମାନଙ୍କୁ ନିଶ୍ଚିତ ଭାବେ ଆକୃଷ୍ଟ କରିବ। ସେହିପରି ସ୍ଥାନୀୟ ବାସିନ୍ଦା ସ୍ନେହାଶ୍ରୀ ପ୍ରିୟଦର୍ଶିନୀ କହିଛନ୍ତି, ସବୁ ବର୍ଗର ଲୋକଙ୍କ ମନୋରଞ୍ଜନ ପାଇଁ ଏହା ଉପଯୁକ୍ତ ସ୍ଥାନ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ସନ୍ତୋଷ ନାୟକ, ଧୀରେନ ସ୍ବାଇଁ…

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନ ନିର୍ବାଚନ ଶନିବାର ସରିଛି। ଏଥିରେ ସଭାପତି ଭାବେ ସନ୍ତୋଷ ନାୟକ ନିର୍ବାଚିତ ହୋଇଛନ୍ତି । ଏଥିସହ ସାଧାରଣ ସମ୍ପାଦକ…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ପୁଣି ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ଭୀଷ୍ମଦେବ ସରାଫ ପୁଣିଥରେ ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri